ଓ.ଟି.ଏମ୍ ହାଇସ୍କୁଲ ର ବାର୍ଷିକ ଉତ୍ସବ " ଆନନ୍ଦିକା-୨୦୨୪" ପାଳିତ |

120

କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୨୪ : ଚୌଦ୍ୱାର ସ୍ଥିତ ଓ.ଟି.ଏମ୍ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ" ଆନନ୍ଦିକା-୨୦୨୪" ବହୁ ଆଡମ୍ବ ରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ସଭାପତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ସାହୁ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡ଼. ଉଛବ ଚରଣ ଦାସ, ମୁଖ୍ୟ ବକ୍ତା ଭାବରେ ରେଡ଼ିଓ ଚକଲେଟ ୧୦୪ ଏଫ. ମ୍ ର ଭାଷ୍ୟକାର ପଣ୍ଡିତ ନିରଦ ଆର୍ଯ୍ୟ ଓ ସମ୍ମlନିତ ଅତିଥି ଭାବରେ ଟି.ଭି କଳାକାର ତଥା ଗୀତିକାର ଅଜୟ କୁମାର ମିଶ୍ର ଯୋଗଦେଇ କୁନି କୁନି ପିଲା ମାନଙ୍କ ନିକଟରେ ନିଜର ବକ୍ତବ୍ୟ ରଖିଥିଲେ | ଶିକ୍ଷକ ଜିତେନ୍ ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ରବି ନାରାୟଣ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ | ସଭା ଶେଷ ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକର୍ମ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ କରାଯାଇଥିଲା ଯାହାର ନିର୍ଦେଶନା ଦେଇଥିଲେ ବିଦ୍ୟାଳୟ ର ପୁରାତନ ଛାତ୍ର ଏମ୍. ମଧୁସୂଦନ ରାଓ ଏବଂ ସହଯୋଗ କରିଥିଲେ ସମାଜସେବି ଅମ୍ବିକା କୁମାର ଲେଙ୍କା | କାର୍ଯ୍ୟକର୍ମ ରେ ଏହି ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଆଜିର ଶିକ୍ଷା ଦାନରେ ସହଯୋଗ କରୁଥିବା ଅବସର ପ୍ରାପ୍ତ ଶିକ୍ଷକ କିଶୋର କୁମାର ମହାନ୍ତି, ମନ୍ମଥ ସାହୁ , ବିଜୟ କୁମାର ନନ୍ଦ, ଅକ୍ଷୟ ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟ୍ୟରେ ସ୍କୁଲ କୁ ସହଯୋଗ ର ହାତ ବଢ଼ାଇଥିବା ପୁରାତନ ଛାତ୍ର ଡ. ଉତ୍ତମ ଚରଣ ସାହୁ , ବିଶ୍ୱକଲ୍ୟାଣ ଦାସ, ସଖାୱାତ ଖାଁ, ଅର୍ଜୁନ ପଣ୍ଡା, ନୀଳମଣି କର, ସମାଜସେବି ସୁରେଶ ରାଉତରାୟ, ସୁଜିତ କୁମାର ଦାସ, ଏସ.ଏମ.ସି ଚେୟାରମ୍ୟାନ ରୀନାରାଣୀ ବଡୁ, ଭାଇସ ଚେୟାରମ୍ୟାନ କେଶବ ବଳବନ୍ତରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସମସ୍ତ କାର୍ଯ୍ୟ ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ନାଥ ଙ୍କ ତତ୍ୱାବଧାନ ରେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକର୍ମୀ ମାନଙ୍କ ସହଯୋଗ ରେ ହୋଇଥିଲା |