ଭଦ୍ରକରେ ଧୂମଧାମରେ ପାଳିତ ହେଲା ଇଦ୍ ପର୍ବ।

43

କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୨୪ : ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ । ଦୀର୍ଘ ଗୋଟିଏ ମାସ ବ୍ୟବଧାନ ରୋଜା ବା ଉପବାସ ରଖିବା ପରେ ମୁସଲିମ ଧର୍ମାଲମ୍ବୀମାନେ ଆଜି ପାଳୁଛନ୍ତି ଇଦ ପର୍ବ । ଆଉ ସମସ୍ତଙ୍କୁ ଜଣାଇଛନ୍ତି ଇଦ ମୁବାରକ । ଭଦ୍ରକ ସହର ୩୬ଟି ମସଜିଦ ଗୁଡିକରେ ଶ୍ରଦ୍ଧାଳୁ ମାନେ ନୂଆ ବସ୍ତ୍ର ପରିଧାନ କରି ମହାଆଡମ୍ବରରେ ସହକାରେ ପାଳନ କରୁଛନ୍ତି ଇଦମୁବାରକ ପର୍ବ। ଏହି ଅବସରରେ ଭଦ୍ରକ ସହରର କୁଅଁlସ ଇଦଗାହା ପରିସରରେ ୭ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁମାନେ ସମୂହ ନମାଜ, କୋରାନ ପାଠ କରିବା ସହ ପରସ୍ପରକୁ ଜଣାଇଛନ୍ତି ଇଦ ମୁବାରକ । ଏହି ପବିତ୍ର ପର୍ବକୁ ମୁସଲିମ ଧର୍ମାବଲମ୍ବୀମାନେ ଦୀର୍ଘ ଗୋଟିଏ ମାସ ରୋଜା ବା ଉପବାସ ରଖିବା ସହ ଦାନ ଧର୍ମ କରି ରମଜାନ ମାସକୁ ବେଶ ନିଷ୍ଠାର ସହ ପାଳନ କରିଥାନ୍ତି। ତେବେ ଭଦ୍ରକରେ ଏହି ପର୍ବକୁ ଭାଇଚାରା ରୀତିରେ ଅନୁଷ୍ଠିତ ହେଉଥିବା ବେଳେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବରେ ସାମିଲ ହୋଇ ପରସ୍ପରକୁ ଜଣାଇଛନ୍ତି ଇଦମୁବାରକ। ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ ସହରରେ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |