ବିନା ଆଦେଶ ରେ ନିର୍ବାଚନ କାର୍ଯ୍ୟ ରେ ଅନୁପସ୍ଥିତ ରହିଲେ ଦୃଢ କାର୍ଯ୍ୟାନୁଷ୍ଠାନ |

14

କଟକ (ଉତ୍କଳ ନ୍ୟୁଜ ) ୧୧-୦୪-୨୦୨୪ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଟକ ଜିଲ୍ଲା ର ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ବ୍ୟାଙ୍କ ,ଓ ବେସରକାରୀ ଅନୁଷ୍ଠାନ ଗୁଡିକ ରୁ ନିର୍ବାଚନ ମୋଟ ୧୯ ହଜାର ୭୮୭ ଜଣ କର୍ମଚାରୀ ଙ୍କ ତଥ୍ୟ କୁ ଉପଯୋଗ କରି ଗତ ୮ ତାରିଖ ରେ ପ୍ରଥମ ପ୍ରସ୍ତୁତି କରାଯାଇଥିଲା | ଉକ୍ତ ତଥ୍ୟ ମଧ୍ୟ ରୁ ୧୬ ହଜାର ୪୬୮ ଜଣ କର୍ମଚାରୀ ଙ୍କୁ ପ୍ରିଜାଣ୍ଡିଙ୍ଗ ଓ ବିଭିନ୍ନ ପୁଲିଂ ଅଫିସର ନିମନ୍ତେ ସ୍ଥିରୀକୃତ କରି ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା | ଏଥି ସହ ୩ ହଜାର ୩୧୯ ଜଣ ବଳକା କର୍ମଚାରୀ ଙ୍କୁ ଭବିଷ୍ୟତ ନିଯୁକ୍ତି ନିମନ୍ତେ ରଖାଯାଇଛି | ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ପ୍ରଥମ ପର୍ଯ୍ୟାୟ ରେ ଗତ ମାର୍ଚ୍ଚ ୧୪ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ମହାନଗର ଅଂଚଳ ରେ ନିର୍ବାଚନ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ଶିବିର ର ଆୟୋଜନ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା | ବିଭିନ୍ନ ବେସରକାରୀ ଅନୁଷ୍ଠାନୄନ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଙ୍କ ଆଦେଶ ସଂଖ୍ୟା ୧୨୮୪ /୧୫.୩.୨୪ ଦ୍ୱାରା ସେହି ଅନୁଷ୍ଠାନ ଗୁଡିକ ର ୭୧୮ ଜଣ କର୍ମଚାରୀ ଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟ ରୁ ବାଦ ଦିଆଯାଇଛି ଏବଂ ୧୭୪ ଜଣ କର୍ମଚାରୀ ଙ୍କୁ ଏଯାବତ ଅନ୍ୟାନ୍ୟ କାରଣବଶତଃ ନିର୍ବାଚନ କାର୍ଯ୍ୟ ରୁ ବାଦ ଦିଆଯାଇଛି | ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାଳ ରେ ବିଭିନ୍ନ କର୍ମଚାରୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆବେଦନ କରିଥିଲେ | ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆବେଦନ କରିଥିବା କର୍ମଚାରୀମାନଙ୍କ ନିମନ୍ତେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏକ ଡାକ୍ତରୀ ଦଳ ଗଠନ କରାଯାଇ ମାର୍ଚ ୨୭ ତାରିଖ ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିଥିବା କର୍ମଚାରୀ ମାନଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ସ୍ୱାସ୍ଥ୍ୟଗତ କାରଣ ରୁ ନିର୍ବାଚନ କାର୍ଯ୍ୟ ରୁ ନିବୃତ ରହିବ ପାଇଁ ଆବେଦନ କରିଥିବା ୧୨୫୧ ଜଣ କର୍ମଚାରୀ ଙ୍କ ମଧ୍ୟ ରୁ ମୋଟ ୪୫୧ ଜଣ କର୍ମଚାରୀ ଙ୍କୁ ବାଦ ଦେବାକୁ ଡାକ୍ତରୀ ଦଳ ସୁପାରିଶ କରିଛନ୍ତି | ସେହିପରି ଅନ୍ୟାନ୍ୟ କରଣଯଥ ଗର୍ଭବତୀ ମହିଳା , ସ୍ତନ୍ୟପାନ କରାଉଥିବା ମହିଳା , ଭିନ୍ନକ୍ଷମ , ଅନ୍ୟ ସ୍ଥାନ କୁ ବଦଳି ହୋଇଥିବା , ଅବସର ନେଇଥିବା ତଥା ନିର୍ବାଚନ ର ଅନ୍ୟାନ୍ୟ କାର୍ଯ୍ୟ ଯେପରିକି ବିଏଲଓ ଓ ସେକ୍ଟର ଅଫିସର ଭାବେ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ଚିହ୍ନଟ କରାଯାଉଅଛି | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଯାବତ ମୋଟ ୮୯୨ ଜଣ କର୍ମଚାରୀ ଙ୍କୁ ନିର୍ବାଚନ କାର୍ଯ୍ୟ ରୁ ବାଦ ଦିଆଯାଇଛି ଏବଂ ଡାକ୍ତରୀ ଦଳ ର ସୁପାରିଶ ତଥା ଉପରଲିଖିତ ଅନ୍ୟାନ୍ୟ କାରଣ ଯୋଗୁଁ ଚିହ୍ନଟ ହୋଇଥିବା କର୍ମଚାରୀମାନଙ୍କୁ ବାଦ ଦିଆଯିବା ନିମନ୍ତେ ମଧ୍ୟ ଜିଲ୍ଲାପାଳ ଙ୍କ ଆଦେଶ କ୍ରମେ ତାଲିକା ପ୍ରକାଶ ପାଇବ | ଜିଲ୍ଲା ରେ ନିର୍ବାଚନ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀମାନଙ୍କ ସମ୍ବନ୍ଧ ରେ ଏହି ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବଚନ ଅଧିକାରୀ ଶିବ ଟପୋ କହିଛନ୍ତି ଯେ ଜିଲ୍ଲାପାଳ ଙ୍କ ଆଦେଶ ଦ୍ୱାରା ନିର୍ବଚନ କାର୍ଯ୍ୟ ରୁ ବାଦ ପଡିଥିବା କର୍ମଚାରୀମାନଙ୍କ ବ୍ୟତୀତ ଅନ୍ୟାନ୍ୟ କର୍ମଚାରୀ ନିର୍ବଚନ ପ୍ରଶିକ୍ଷଣ କିମ୍ବା ନିର୍ବାଚନ ଦାୟିତ୍ୱ ନିର୍ବାହ ରେ ଅନୁପସ୍ଥିତ ରହିଲେ ସେମାନଙ୍କ ବିରୁଦ୍ଧ ରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |