ଦୁର୍ଘଟଣାଗ୍ରସ୍ଥ ହେଲା ଚୋରା କୋଇଲା ବୋଝେଇ ଗାଡି, ୫ ଟନ୍ କୋଇଲା ଜବତ୍ ଓ ଚାଳକ ଗିରଫ୍ |

47

କଟକ (ଉତ୍କଳ ନ୍ୟୁଜ ) ୧୦-୦୪-୨୦୨୪ : ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଚୋରା କୋଇଲା ବୋଝେଇ ଗାଡି । ପୋଲିସ ପେଟ୍ରୋଲିଂକୁ ଦେଖି ଗାଡି ଚାଳକ ଛାନିଆ ଆଉ ଭାରସମ୍ୟ ହରାଇ ରାସ୍ତା ତଳକୁ ଖସିଲା । ଯାହାକୁ ମାଡି ବସିଛି ପୋଲିସ । ଅତିଚତୁରତା ସହିତ ଚାଳକ ଖସି ପଳେଇ ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ହାତରେ ଧରା ପଡିଛି । ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ନିକଟସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ଘଟିଛି ଏପରି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଚୋରା କୋଇଲା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ରେଳଧାରଣ ଦେଇ ପୋଲିସ ଗାଡି ସେମାନଙ୍କୁ ଖୋଜୁଥିବା ବେଳେ ଗୁଆଲତି ପଦାରେ ଉକ୍ତ ଗାଡିଟି ଓଡିଶା ଆଦର୍ଶ ବିଦ୍ୟାଳୟ ଆଡକୁ ମାଡି ଚାଲିଥିଲା । ପୋଲିସ ପିଛା କରୁଥିବା ଦେଖି ଚାଳକ ଜଣକ ଭାରସମ୍ୟ ହରାଇ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପୂର୍ବରୁ ରାସ୍ତା ତଳକୁ ଖସି ପଡିଲା । ମେସିନ୍ ଲଗାଇ ଗାଡିକୁ ଉଦ୍ଧାର କରିବା ପରେ ଥାନାକୁ ନେଇ ଯାଇଥିଲେ । ଗାଡିରେ ପ୍ରାୟ ୫ ନନ୍ ଓଜନର ଚୋରା କୋଇଲା ଜବତ୍ କରିଛି ପୋଲିସ । ଏନେଇ ପୋଲିସ ଗାଡି ଓଡି-୨୧-ଏଚ୍‌-୪୦୩୧ ବିରୋଧରେ ଏକ ମାମଲା ୮୬/୨୪, ଦଫା ୩୭୯, ୪୧୧ ଓ ୩୪ ଆଇପିସି ରୁଜୁ କରିଛି । ଚାଳକ କଟକ ଜିଲ୍ଲା ଗୋବିନ୍ଦପୁର ଥାନାଧିନ ଆଲିଙ୍ଗ ଗାଁର ଭଗବାନ ମଳିକଙ୍କ ପୁଅ ନିରଞ୍ଜନ ମଳିକକୁ ପୋଲିସ ଗିରଫ୍ କରିଛି । ତେବେ ଚୋରା କୋଇଲା ଚାଲାଣ ଉପରେ ଅଙ୍କୁଶ ଲଗାଇବାକୁ ପୀରହାଟ ପୋଲିସ ଉଦ୍ୟମ ଜାରି ରଖିଛି । ଗତ କିଛିଦିନ ତଳେ ଦିଦହାଡେ ଏକ ପିକ୍ ଅପ୍ ଭ୍ୟାନରେ କୋଇଲା ବୋଝେଇ କରୁ ନେଉଥିବା ବେଳେ ପୋଲିସ ହାତରେ ଧରା ପଡଥିଲା । ଏଠାରେ ସୂଚନା ଥାଉକି, ରେଳପଥ ନିକଟବର୍ତ୍ତୀ ଗ୍ରାମଗୁଡିକରେ ଚଳନ୍ତା ରେଳରୁ ଅଙ୍କୁଡା ଲଗାଇ କୋଇଲା କାଢୁଛନ୍ତି ଏବଂ ୩ରୟ ୪ ଟଙ୍କା ଦରରେ ମାଫିଆମାନଙ୍କୁ ବିକ୍ରି କରୁଛନ୍ତି । ଆଉ ମାଫିଆମାନେ ୪୦ରୁ ୫୦ ଟଙ୍କା ଦରରେ ବାହାରକୁ ଚାଲାଣ କରୁଛନ୍ତି । ଲାଭ ହାର ଅଧିକ ଥିବାନେଇ ମାଫିଆମାନେ ରାତିଅଧିଆ ଚାଲାଣ କରୁଛନ୍ତି । ଅଧିକାଂଶ ସ୍ଥଳରେ ଖସି ପଳେଇ ଯାଉଥିବା ବେଳେ କାଁଭାଁ ପୋଲିସ ହାତରେ ଧରା ପଡୁଛନ୍ତି । ଏହି କାର୍ଯ୍ୟଦ୍ୱାରା ଗାଁଗଣ୍ଡା ଅସାମାଜି କାର୍ଯ୍ୟକଳାପ ବୃଦ୍ଧୁୁ ପାଉଥିବା କୁହାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |