ଦୁର୍ଘଟଣାଗ୍ରସ୍ଥ ହେଲା ଚୋରା କୋଇଲା ବୋଝେଇ ଗାଡି, ୨୦ କ୍ୱିଣ୍ଟାଲ୍ ଜବତ୍‌ |

46

କଟକ (ଉତ୍କଳ ନ୍ୟୁଜ ) ୯-୦୪-୨୦୨୪ : ଦୁର୍ଘଟଣାଗ୍ରସ୍ଥ ହେଲା ଚୋରା କୋଇଲା ବୋଝେଇ ଗାଡି, କେବଳ ମାମଲା ରୁଜୁ ସୀମତି ପୁଲିସି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଚନ୍ଦନପୁର ଛକ ଆଶ୍ରମ ନିକଟରେ ରାସ୍ତା ତଳକୁ ଓଲଟିଛି ଚୋରା କୋଇଲା ବୋଝେଇ ଟ୍ରକ୍ । ଲୋକେ ପହଁଞ୍ôଚବା ପୂର୍ବରୁ ଚାଳକ ଫେରାର୍ । ଗତକାଲି ବିଳମ୍ବିତ ରାତିରେ ଏପରି ଦୁର୍ଘଟଣା ଘଟିଥିବା ବେଶ ଅନୁମେୟ । ଆଜି ସକାଳୁ ପୁଲିସି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ୍ କରିଛି ହେଲେ ଘଟଣା ସ୍ଥଳରୁ ମାତ୍ର ୨୦ କ୍ୱିଣ୍ଟାଲ କୋଇଲା ଜବତ୍ କରିଛି ପୁଲିସି । ଅତିଚତୁରତା ସହିତ କୋଇଲା ମାଫିଆ କୋଇଲାକୁ ଗାଏବ୍ କରି ଦେଇଥିବା କୁହାଯାଉଛି । ଗାଡିଟି କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ଥ ହୋଇଛି ଏବଂ ସେଥିରେ ଚୋରା କୋଇଲା ବୋଝେଇ ସମ୍ପର୍କରେ କୌଣସି କଳଙ୍କ ଲାଗିନପାରେ ବୋଲି ଚର୍ଚ୍ଚା ହେଉଛି । ଗାଡିଟି କେଉଁଠୁ ଆସିଲା ଏବଂ କେଉଁଆଡେ ଯାଉଥିଲା ତାହାର ହିସାବ ପୁଲିସି ଠାରେ ନଥିବା ଲୋକଙ୍କୁ ସନ୍ଦେହ ଭିତରକୁ ଠେଲି ନେଉଛି । ଏହି ରାସ୍ତା ଦେଇ ଦୈନିକ ଟ୍ରିପ୍ ଟ୍ରପ୍ ଚୋରା କୋଇଲା ବୋଝେଇ ପାର୍ ହେଉଛି । ପୁଲିସିର ବିନା ସହଯୋଗରେ ଏପରି କରାଯିବା ଅବସମ୍ଭାବୀ ମଧ୍ୟ କୁହାଯାଉଛି । ଧାମରା ରେଳପଥରେ କୋଇଲା ଚାଲାଣ ହେଉଛି । ଏହି ଚଳନ୍ତା ରେଳରୁ ରେଳପଥ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡିକର ଯୁବକମାନେ ଆଙ୍‌କୁଡା ଲଗାଇ କୋଇଲା କାଢୁଛନ୍ତି ଏବଂ ମାଫିଆମାନଙ୍କୁ ବିକ୍ରି କରୁଛନ୍ତି । ଏହି ମାଫିଆମାନେ ଚଢା ଦରରେ ବାହାରକୁ ଯୋଗାଣ କରୁଛନ୍ତି । ରାଜନେତାଙ୍କ ଠାରୁ ଯୁବଗୋଷ୍ଠି ଏପରିକି ପୁଲିସିମାନେ ହାତଖର୍ଚ୍ଚା ନେଇ ଏହି ବେପାରକୁ ପ୍ରୋତ୍ସାହନ ଦେଉଥିବା କୁହାଯାଉଛି । ଧାମରା ବନ୍ଦର କମ୍ପାନୀର କୌଣସି କ୍ଷତି ହେଉନଥିବା ବେଳେ ସାଧାରଣ ଲୋକଙ୍କ ଅଭିଯୋଗକୁ ବା କିଏ ପଚାରେ । ମାତ୍ର ସାମାଜିକ ସ୍ତରରେ ଅସାମାଜିକତା ବୃଦ୍ଧି ପାଉଥିବା ବେଶ ବାରି ହେଉଛି । ଚାନ୍ଦବାଲି ଏସଡିପିଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ, ଦୁର୍ଘଟଣାକୁ ନେଇ ଚାନ୍ଦବାଲି ଥାନାରେ ଆଇଚର ଟ୍ରକ୍ (ଓଡି-୦୪-ଏମ-୪୧୬୮)ର ମାଲିକ ଓ ଚାଳକଙ୍କ ବିରୋଧରେ ଏକ ମାମଲା ୧୪୩/୨୪, ଦଫା ୩୭୯, ୪୧୧ ଓ ୩୪ ଆଇପିସି ରୁଜୁ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |