ଚର୍ଚ୍ଚାରେ ଭଦ୍ରକ ପୌରାଧ୍ୟକ୍ଷାଙ୍କ ଘରବାହୁଡା, ସଞ୍ଜିବଙ୍କୁ ଝଟକା, ପ୍ରଫୁଲଙ୍କ ନିର୍ବାଚନ ବୈତରଣୀ ହେବାନେଇ ଉଠୁଛି ପ୍ରଶ୍ନ |

129

କଟକ (ଉତ୍କଳ ନ୍ୟୁଜ ) ୯-୦୪-୨୦୨୪ : ଚର୍ଚ୍ଚାରେ ଭଦ୍ରକ ପୌରାଧ୍ୟକ୍ଷାଙ୍କ ଘରବାହୁଡା । ଗତ ପୌର ନିର୍ବାଚନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥିନୀଭାବେ ନିର୍ବାଚନ ମୈଦାନରେ ଉଭା ହୋଇ ଉଭୟ ଶାସକ ଓ ବିରୋଧିଙ୍କୁ କଡ୍ଡା ଟକ୍କର ଦେଇ ବିଜୟୀ ହୋଇଥିଲେ । ଦଳୀୟ ଟିକେଟ ମିଳିନଥିବାରୁ ସେ ବାଧ୍ୟହୋଇ ବିଦ୍ରୋହୀ ହୋଇଥିଲେ ଏବଂ ଭଦ୍ରକ ରାଜନୀତିରେ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ନାପସନ୍ଦ କରୁଥିବା ନେତା ଓ କର୍ମୀାମନେ ତାଙ୍କୁ ସମର୍ଥନ ଜଣାଇଥିଲେ । ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲେ । ସେବେଠାରୁ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହିତ ଟକ୍କରା ଟକ୍କରୀ ଚାଲୁ ରହିଥିଲା ଯାହା ଫଳରେ ପୌରାଞ୍ଚଳରେ ପ୍ରତ୍ୟେକଟି କାର୍ଯ୍ୟରେ ପୌରାଧ୍ୟକ୍ଷାଙ୍କୁ ବିରୋଧର ସାମନା କରିବାକୁ ପଡିଥିଲା । କେବଳ ସେତିକି ନୁହେଁ ବରଂ ଆଗାମି ସାଧାରଣ ନିର୍ବାଚନ ଲାଗି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ତଥା ବିଜେଡି ନେତା ଅସିତ ପଟ୍ଟନାୟକଙ୍କ ସହ ମିଶି ଏକ ବଡ ଧରଣ ମୈଧାନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଶେଷ ପର୍ଯ୍ୟାୟରେ ଅସିତଙ୍କୁ ବିଜେଡି ଅଣଦେଖା କରିବାରୁ ସେ ଦଳ ଛାଡିଲେ ଏବଂ ନିଜର ସ୍ଥିତିକୁ ସୁଦୃଢ କରିବା ଲାଗି ପୌରାଧ୍ୟକ୍ଷା ଭଦ୍ରକ ବିଡେିର ବିଧାୟକ ପ୍ରାର୍ଥି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ସୁମନ୍ତ୍ରଣାରେ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏକ ବିଶାଳ ସମାବେଶରେ ରାଜଧାନୀ ଶଙ୍ଖ ଭବନରେ ତାଙ୍କ ଘରବାହୁଡା ସମସ୍ତଙ୍କୁ ଚକିତ କରୁଥିଲେହେଁ ଆଗାମି ଦିନରେ ପ୍ରଫୁଲଙ୍କ ନିର୍ବାଚନୀ ବୈତରଣୀ ପାର ହେବାନେଇ ଉଠୁଛି ପ୍ରଶ୍ନ । ଭଦ୍ରକ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରାନଗଲେ ଦଳୀୟ ସ୍ଥିତି କେଉଁ ଦିଗକୁ ଯିବା ତାହା କହିବା ବାହୁଲ୍ୟ । ସୂଚନା ମୁତାବକ, ଭଦ୍ରକ ପୌରପାଳିକା ନିର୍ବାଚନରେ ଇତିହାସ ରଚିଥିବା ସ୍ୱାଧୀନ ପ୍ରାର୍ଥନୀ ଗୁଲମକ୍କୀ ଦଲାୱାଜି ହବିବ୍ ସେତେବେଳେ ଶାସକ ବିଜେଡିର ପ୍ରାର୍ଥନୀ ସମିତା ମିଶ୍ରଙ୍କୁ ୩୨୫୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏଥିସହ ଭଦ୍ରକ ପୌର ଇତିହାସରେ ପ୍ରଥମ ଥର ଲାଗି ଜଣେ ଲଘୁ ସଂପ୍ରଦାୟର ମହିଳା ଅଧକ୍ଷ ଆସନରେ ବସିଥିଲେ । ଯାହାକି ସେତେବେଳେ ସାରା ରାଜ୍ୟର ନଜର ଭଦ୍ରକ ପୌରପାଳିକା ଉପରେ ଥିଲା । ତେବେ ଶାସକ ବିଜେଡି ପାଇଁ ଏହି ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଥିଲା । ଆରମ୍ଭରୁ ପୌରାଧ୍ୟକ୍ଷା ପ୍ରାର୍ଥୀ କିଏ ହେବେ ତା’କୁ ନେଇ ଦଳ ବେଶ ଅଡୁଆରେ ପଡ଼ିଥିଲା । ସେପେଟ ପ୍ରାର୍ଥୀ ମନୋନୟନ ପୂର୍ବରୁ ବିଜେଡିର ଟାଣୁଆ ନେତା ମାନେ ପୁରୁଣା ବଜାର ଠାରେ ଏକ ସମାବେଶରେ ମିଳିତ ହୋଇ ଏହି ଅଞ୍ଚଳରୁ ଜଣଙ୍କୁ ପ୍ରାର୍ଥି କରିବାକୁ ଦାବି କରିଥିଲେ । ଲଘୁ ସଂପ୍ରଦାୟର ଅଧ୍ୟୁଷିତ ପୁରୁଣା ବଜାର ଅଞ୍ଚଳରୁ ଜଣେ ପ୍ରାର୍ଥୀ କରାଯିବ କି ନାହିଁ ତା'ଉପରେ ଦଳୀୟ ବିଚାର ବିମର୍ଶ ପରେ ବିଜେଡି ପକ୍ଷରୁ ଚରମ୍ପା ଅଞ୍ଚଳରୁ ସମିତା ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ତେବେ ବିଜେଡିର ଏହି ପ୍ରାର୍ଥୀଙ୍କୁ ବିରୋଧ କରି ଭଦ୍ରକ ଯୁବ ବିଜେଡିର ଜିଲା ଉପସଭାପତି ସେକ ଜାହିଦ ହବିବ (ଜାନୁ) ଆଗକୁ ଆସିଥିଲେ । ନିଜ ପତ୍ନୀ ଉଚ୍ଚ ଶିକ୍ଷିତା ଗୁଲମକ୍କୀ ଦଲାୱାଜି ହବିବ୍‌ଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଆଣିଥିଲେ । ଏହାପରେ ଦଳ ଭିତରେ ବୁଝାମଣା ପାଇଁ ଉଦ୍ୟମ ଆରମ୍ଭରୁ ହିଁ ଫେଲ୍ ମାରିଥିଲା । ସେପଟେ ବିଜେଡି ଜାନୁଙ୍କୁ ଦଳରୁ ନିଲମ୍ବନ କରିଥିଲା । ମାତ୍ର ତାହା ବିଶେଷ କାଟୁ କରିନଥିଲା । ପୁରୁଣା ବଜାର ଅଞ୍ଚଳରୁ ଦଳମତ ନିର୍ବିଶେଷରେ ସେ ସର୍ବାଧିକ ଭୋଟ ପାଇବେ ବୋଲି ଆକଳନ କରାଯାଉଥିଲା । ଯାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଥିଲା । ତେବେ ବିଜେଡି ଏବଂ ବିଦ୍ରୋହୀ ବିଜେଡି (ସ୍ୱାଧୀନ) ଭିତରେ ଲଢେଇ ବେଶ ଜୋରଦାର ହୋଇଥିଲା । ବିଜେଡିର ଦଳୀୟ ସଂକେତ ଉପରେ ଭାରି ପଡିଥିଲା ବିଦ୍ରୋହୀ ପ୍ରାର୍ଥନୀଙ୍କ ସାଇକଲ ଚିହ୍ନ । ମୋଟ ୩୦ ଟି ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଗୁଲମକ୍କୀ ୧୬ ଟି ୱାର୍ଡରେ ବିଜେଡି ଠାରୁ ଆଗୁଆ ରହି ବିଜୟୀ ହୋଇଥିଲେ । ତେବେ ଭଦ୍ରକ ପୌରପାଳିକା ନିର୍ବାଚନରେ ଇତିହାସ ରଚିଥିବା ବିଜେଡିର ବିଦ୍ରୋହୀ ପ୍ରାର୍ଥନୀ ଗୁଲମକ୍କୀ ଦଲାୱାଜି ହବିବ ବିଜେଡିରେ ସାମିଲ ହେବା ପରେ ଦଳକୁ ୨୦୨୪ ନିର୍ବାଚନରେ ସଫଳତା ଉପରେ ଉଠୁଛି ପ୍ରଶ୍ନ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।