ଇଣ୍ଡିଆନ୍ ୱାରିଅର୍ସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା |

49

କଟକ (ଉତ୍କଳ ନ୍ୟୁଜ ) ୫-୦୪-୨୦୨୪ : ଭଦ୍ରକ ଜିଲା ତିହିଡିର ଅଗ୍ରଣୀ ସାମାଜିକ ସଙ୍ଗଠନ ଇଣ୍ଡିଆନ୍ ୱାରିଅର୍ସ ପକ୍ଷରୁ ଶୁକ୍ରବାର ତିହିଡି ପୋଲିସ ସହଯୋଗରେ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲ ଛକରୁ ବ୍ଲକ ଛକ ପର୍ଯ୍ୟନ୍ତ ସଂଗଠନର କର୍ମକର୍ତ୍ତା ଓ ପୋଲିସ ସଡକ ସୁରକ୍ଷା ଉପରେ ସ୍ଲୋଗାନ୍ ଦେଇ ପରିକ୍ରମା କରିଥିଲେ । ଏଥିସହ ସଙ୍ଗଠନର କର୍ମକର୍ତ୍ତର୍ାମାନେ ଲୋକଙ୍କ ଧନ ଜୀବନର ସୁରକ୍ଷା ନେଇ ସଚେତନ କରାଇଥିଲେ । ବାଇକ୍ ଚାଳକ ହେଲମେଟ ବ୍ୟବହାର କରିବା, ଗାଡି ଚଳାଇବା ବେଳେ ମୋବାଇଲରେ କଥା ନହେବା, ଦୃତ ଗତିରେ ଏବଂ ମଦ୍ୟପାନ କରି ଗାଡି ନଚଳାଇବା ଉପରେ କର୍ମକର୍ତ୍ତାମାନେ ସଚେତନ କରାଇଥିଲେ । ଏଥିସହ ସଚେତନତା ମୂଳକ ଲିପ୍‌ଲେଟ୍ ବଣ୍ଟନ କରାଯାଇଥିଲା । ଚରସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର, ତିହିଡି ଥାନା ଏସ ଆଇ ଅରୁନ୍ଧତୀ ବେହେରା, ଏଏସଆଇ ଚିତ୍ତରଞ୍ଜନ ବାରିକ, କନେଷ୍ଟବଳ ରଞ୍ଜନ କୁମାର ମିଶ୍ର, ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀକାନ୍ତ ପାତ୍ର, ଫିଲିପ କୁମାର ବେହେରା, ସଙ୍ଗଠନର ସଭାପତି ରମେଶ ଦାସ, କାର୍ଯ୍ୟକାରୀ ସଭାପତି ସଞ୍ଜୟ ବାରିକ, ସମ୍ପାଦକ ସତ୍ୟନାରାୟଣ ସାବତଙ୍କ ସମେତ ଦୋଳଗୋବିନ୍ଦ ସେଠୀ, ତାପସ ବେହେରା, ଆଲୋକ ମହାଳିକ, ଜୟଗୋପାଳ ମହାଳିକ, ମାନସ ମିଶ୍ର, କବିଲତା ବାରିକ, ପବିତ୍ରା ମଲ୍ଲିକ, ଲୀଜାରାଣୀ ନାୟକ, ଗୌରହରି ସାହୁ, କେଶବ ଚନ୍ଦ୍ର କୁଣ୍ଡ, ଅଶୋକ ମଲ୍ଲିକ, ମନୋଜ ଦାସ, ମାନସ ରଞ୍ଜନ ନାୟକ, ଦିପିକା ବାରିକ, ଅନନ୍ତ ପ୍ରସାଦ ସାହୁ, ଜିତେନ୍ଦ୍ର ମହାଳିକ ଓ ଜିତେନ୍ଦ୍ର ବେହେରା ପ୍ରମୁଖ କର୍ମକର୍ତ୍ତା ଏବଂ ସ୍କୁଲ ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |