ତିହିଡି ଶ୍ରୀରାମ ନବମୀ ସମିତ ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ |

12

କଟକ (ଉତ୍କଳ ନ୍ୟୁଜ ) ୫-୦୪-୨୦୨୪ : ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଅୟମ୍ ଆରମ୍ଭ ପାଇଁ ଭଦ୍ରକ ଜିଲ୍ଲା ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ହାତରେ ଶ୍ରୀରାମଙ୍କ ପତାକା ଧରି ଜୟଶ୍ରୀରାମଙ୍କ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ଏବଂ ପ୍ରଥମ ଥର କରି ତିହିଡିରେ ଏପରି କରାଯାଉଥିବା ନେଇ ପ୍ରଶାସନିକ ସ୍ତରରେ ବ୍ୟାପକ କଟକଣା ଜାରି କରାଯାଇଥିଲା । ଯାହା ଫଳରେ ନିରାଡମ୍ବରଭାବେ ଏହା ପାଳନ କରାଯାଇଛି । ନାମକୁ ମାତ୍ର ଗଣଦୌଡ ହେଲେ ଗଣଦୌଡ ବଦଳରେ କେତେକ ପଦଯାତ୍ରା ଆଉ କେତେକ ବାଇକ୍ ଯୋଗେ ତିହିଡି କଲେଜ ଛକସ୍ଥିତ ଗଣେଶ ମନ୍ଦିର ନିକଟରୁ ବାହାରି ବଜାର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ଅଧିନ ହନୁମାନ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କୁ ଭଲ ପାଉଥିବା ସାଧାରଣ ଜନତାଙ୍କ ସମେତ ଦଳଗତ, ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାଇଚାରାର ସମ୍ପର୍କ ଆଣିବା ଲକ୍ଷ୍ୟରେ ଏବଂ ତିହିଡି ମାଟିର ସଂସ୍କୃତି ଓ ଆଦର୍ଶକୁ ସର୍ବଦା ଉଜ୍ଜୀବିତ କରିବା ଲକ୍ଷ୍ୟନେଇ ଏହି ଗଣଦୌଡର ଆୟୋଜନ । ଏହି ଗଣଦୌଡ ମାଧ୍ୟମରେ ଦେଶ, ଜାତି ଓ ମାତୃକାର ସେବା, ଉତ୍ସର୍ଗିକୃତ ଏହିତ ସମର୍ପିତ ମନୋଭାବର ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରାଯାଇଥିବା କୁହାଯାଇଛି । ସମିତିର ସଭାପତି କିଶୋର କୁମାର ନାୟକ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଲକ୍ଷ୍ମୀଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଦୀନବନ୍ଧୁ ପତି, ରଘୁନାଥ ପାତ୍ର, ସବ୍ୟସାଚୀ ମହଲା, ପି. ହୃଷିକେଶ, ଉଦୟ ନାରାୟଣ ମଲ୍ଲିକ, ଶୁକଦେବ ମଳିକ, ବୁଦ୍ଧଦେବ ଜେନା, ରାଜକିଶୋର ନାୟକ, ଉମାକାନ୍ତ ଦାସ, ବିପିନ ବିହାରୀ ପତି, ବିଶ୍ୱଜିତ ବେହେରା, ବୁଦ୍ଧିରାମ ସେଠୀ, ପ୍ରତାପ ଜେନା, ବିଟୁ ମହାନ୍ତି, କାଞ୍ଜୁନୁ ବେହେରା, କେଶବ ବେହେରା, ଦେବବ୍ରତ ପାଢୀ, ଜ୍ୟୋତିର୍ମୟ ପାଣ୍ଡବ, କାହ୍ନୁଚରଣ ଶତପଥି, ରତିିକାନ୍ତ ଦାସ, ପ୍ରିୟବ୍ରତ ପାଢୀ, ତପନ ପଣ୍ଡା, ପ୍ରଶାନ୍ତ ନାୟକ ପ୍ରମୁଖ ଶତାଧିକ ସାମିଲ ହୋଇଥିଲେ । ସମିତିର ସର୍ବ ବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ସମ୍ପାଦକ ଯଜାତି କେଶରୀ ଦାସଙ୍କ ସମେତ ଅଜୟ ନାୟକ, ନିତ୍ୟାନନ୍ଦ ଜେନା, ନିଳମଣି ସାବତ, ରବିନ୍ଦ୍ର ଦାସ ଓ ଗଙ୍ଗାଧର ଦତ୍ତ ପ୍ରମୁଖ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |