ଏକାଧିକ ଚୋରୀରେ ସଂପୃକ୍ତ ଯୁବକ ଗିରଫ୍‌ |

34

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ଓ ସାବରଙ୍ଗ ଥାନାଞ୍ଚଳରେ ଏକାଧିକ ଚୋରୀରେ ସଂପୃକ୍ତ ଯୁବକ ଗିରଫ୍ କରିଛି ତିହିଡି ପୋଲିସ । ଯୁବକ ଜଣକ ହେଉଛନ୍ତି ପ୍ରଶାନ୍ତ ରାଉଳ । ତାଙ୍କ ଘର ସାବରଙ୍ଗ ଥାନା ବଡ଼ଗୋପାଳସାହିରେ ବୋଲି ସୂଚନା ମିଳିଛି । ଗତ ବର୍ଷ ଅକ୍ଟୋବର ମାସ ୩ ତାରିଖରେ ତିହିଡ଼ି ମିର୍ଜାପୁରରେ ଏକ ଦୋକାନରୁ ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଚୋରି ହୋଇଥିଲା । ସେହିପରି ସେହି ବର୍ଷ ତିହିଡ଼ି ଥାନା ଅଧୀନରେ ଅନ୍ୟ ଦୁଇ ସ୍ଥାନରୁ ମଧ୍ୟ ଚୋରି ହୋଇଥିଲା । ଏହି ଚୋରି ଘଟଣାରେ ପ୍ରଶାନ୍ତ ରାଉଳକୁ ଗିରଫ କରାଯାଇଛି । ତିହିଡ଼ି ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ ବର୍ଷ ସାବରଙ୍ଗ ଥାନା ଅଧୀନରେ ଦୁଇ ଗୋଟି ଚୋରି ଘଟଣାରେ ପ୍ରଶାନ୍ତ ସଂପୃକ୍ତ ଥିବା ମଧ୍ୟ ଜଣାପଡ଼ିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |