ପ୍ରସ୍ତୁତି ବୈଠକ ପରେ ସେକ୍ଟର ଅଫିସରଙ୍କ ବୁଥ୍ ପରିଦର୍ଶନ |

24

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସେକ୍ଟର ଅଫିସରମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯିବା ପରେ ସେକ୍ଟର ଅଧିକାରୀମାନେ ବିଭିନ୍ନ ବୁଥ୍ ପରିଦର୍ଶନ ଆରମ୍ଭ କରିଛନ୍ତି । ପ୍ରତି ବୁଥରେ ଯେଉଁ ସବୁ ଆବଶ୍ୟକତା ରହିବା କଥା ତାହା ଅଛିକି ନାହିଁ ସେ ସମ୍ପର୍କରେ ତଥ୍ୟ ହାସଲ କରୁଥିବା ଜଣାଯାଇଛି । ବିଡିଓ ଜ୍ୟୋତିର୍ମୟ କର ପ୍ରସ୍ତୁତି ବୈଠକରେ ପୌରୋହିତ୍ୟ କରିଥିଲେ । ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ତହସିଲଦାର ନମିତା ଧଳ, ତିହିଡି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ, ପିରହାଟ ଥାନା ଅଧିକାରୀ ଅଜୟ କୁମାର ମୁର୍ମୁ, ଏବିଡିଓ ମାନସ କୁମାର ଜେନା ଓ ଜିପଇଓ ନିହାର ରଂଜନ ରାଉତ ପ୍ରମୁଖ ଯୋଗଦେଇ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ବୁଥ୍‌ର ଭୋଟରମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଥିବା ନେଇ ଆଲୋଚନା କରା ଯାଇଥିଲା । ପ୍ରତି ବୁଥ୍‌ରେ ବିଦ୍ୟୁତ୍‌, ପାନୀୟ ଜଳ, ପ୍ରାଚୀର, ଦିବ୍ୟାଙ୍ଗ ଭୋଟମାନଙ୍କ ପାଇଁ ରାମ୍ପସ୍‌ର ବ୍ୟବସ୍ଥା ଥିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପୋଲିସ ଓ ଶିକ୍ଷକମାନଙ୍କୁ ନେଇ ସେକ୍ଟର ଅଫିସର ନିଯୁକ୍ତି କରା ଯାଇଛି । ସେହି ସେକ୍ଟର ଅଫିସରମାନେ ବୁଥ୍‌ର ସୁବିଧା ଅସୁବିଧା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ ବୋଲି ବୈଠକରେ ସେକ୍ଟର ଅଫିସରମାନଙ୍କୁ କୁହାଯାଇଥିଲା । ସେମାନେ ତୁରନ୍ତ ରିପୋର୍ଟ ପ୍ରଦାନ କଲେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । ଏହି ବୈଠକରେ ସେକ୍ଟର ଅଫିସର ପୁଲିସ ଏସଆଇ ଅରୁନ୍ଧତୀ ବେହେରା, ପ୍ରବୀଣ ଗିରି, ଏଏସଆଇ ପି. ନାୟକ, ଦିଲୀପ ଦେହୁରୀ, କମଳାକାନ୍ତ ଶତପଥି, ଲକ୍ଷ୍ମଣ ମାରାଣ୍ଡି, ହାବିଲଦାର ନକୁଳ ସେନାପତି, ବିଦ୍ୟାଧର ସୂତାର, କନିଷ୍ଠଯନ୍ତ୍ରୀ ଭରତ ବିଶ୍ୱାଳ, ଭୀଷ୍ମଦେବ ଶତପଥୀ, ସମୀର ମାନ୍ନା, ଅଲେଖ ତିର୍କୀ, ଲଲାଟେନ୍ଦୁ ପାଲ, ଶୁଭେନ୍ଦୁ ମାଝୀ, ମହେଶ୍ୱର ରଣା, ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର, ଭକ୍ତବନ୍ଧୁ ପତି, ଲକ୍ଷ୍ମୀଧର ପତି, ବିଶ୍ୱରଞ୍ଜନ ପଣ୍ଡା, କାହ୍ନୁ ଚରଣ ଦାସ, କୃତ୍ତିବାସ ଜେନା, ଧର୍ମେନ୍ଦ୍ର ସେଠୀ, ରମେଶ ବେହେରା, ରାଜକିଶୋର ଦାସ, ମୀନକେତନ ଦାସ, ଗିରିଶ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂତନ ଭାବେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ନାହିଁ । ତେଣୁ କେଉଁ କାର୍ଯ୍ୟ ଆରମ୍ଭ ହୋଇଛି, କେଉଁ କାର୍ଯ୍ୟ ଆରମ୍ଭ ହୋଇନି ସେ ସମ୍ପର୍କରେ ସବିଶେଷ ରିପୋର୍ଟ ଜିଲା ପ୍ରଶାସନକୁ ପଠାଯାଇଥିବା ଜଣାପଡିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |