ସାଂସଦ ପ୍ରାର୍ଥିନୀଭାବେ ବିଜେଡିରୁ ଦ୍ୱୀତିୟ ଥର ସୁଯୋଗ ପାଇଲେ ମଞ୍ଜୁଲତା ମଣ୍ଡଳ |

66

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ସବୁ କଲ୍ପନା ଜଳ୍ପନାର ଅନ୍ତ ଘଟିଛି । ଭଦ୍ରକରୁ ସାଂସଦ ପ୍ରାର୍ଥିନୀଭାବେ ବିଜେଡିରୁ ଦ୍ୱୀତିୟ ଥର ସୁଯୋଗ ପାଇଲେ ମଞ୍ଜୁଲତା ମଣ୍ଡଳ । ବିରୋଧିଙ୍କୁ କଡ୍ଡା ଜବାବ ଦେବା ଲାଗି ବିଜେଡି ସୁପ୍ରିମୋଙ୍କ ଗୁଟି ଚାଳନା ଫଳପ୍ରଦ ହେବାକୁ ଯାଉଛି । ୨୦୧୯ ମସିହାରେ ଭଦ୍ରକ ସାଂସଦ ପଦାବୀ ଲାଗି ବିଜେଡି ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରଥମ ଥର କରି ମହିଳା ସଂରକ୍ଷରେ ପ୍ରାଧ୍ୟାନ୍ୟ ଦେଇଥିଲା । ଯାହାର ଫଳ ସ୍ୱରୂପ ନିର୍ବାଚନରେ ବିଜେପି ପ୍ରାର୍ଥିଙ୍କୁ ଧୂଳି ଚାଟିବାକୁ ପଡିଥିଲା । ୫ ବର୍ଷ ମଧ୍ୟରେ ଶ୍ରୀମତୀ ମଣ୍ଡଳ କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାଗୁଡିକୁ ସଫଳ ରୂପାୟନ କରିବା ସହିତ ବିଜେଡିର ଦଳୀୟ ସ୍ଥିିତିକୁ ସୁଦୃଢ କରି ପାରିଥିଲେ । ୨ ବର୍ଷ କରୋନା କରାଳ ଛାୟା ମଧ୍ୟରେ ଦେଶ ଗତି କରୁଥିବା ବେଳେ ଖୋଦ୍ ସାଂସଦ ଲୋକଙ୍କୁ ସେବା ପ୍ରଦାନ କରିଆସୁଥିଲେ । ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଥିବା ସତ୍ୱେ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ବହୁ ଯୋଜନା ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରଣୟନ କରିବାରେ ସକ୍ଷମ ହୋଇଛନ୍ତି । ଜାତୀୟ ରାଜପଥରେ ଉଭରବ୍ରିଜ୍ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିଲା । ଶ୍ରୀମତୀ ମଣ୍ଡଳଙ୍କ ହସ୍ତକ୍ଷେପ ପରେ ବିଭାଗୀୟ ମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଗେଲପୁର, ରାଣିତାଲ ଓ ବାହାନଗାରେ ଉଭରବ୍ରିଜ୍ ସ୍ଥାପିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ଛୋଟଛୋଟ ପୋଲଗୁଡିକୁ ବୃହତ୍ କରି ନିର୍ମାଣ କରାଇବାରେ ସକ୍ଷମ ହୋଇଛନ୍ତି । ସେହିପରି ଧାମରାରୁ ଯାତ୍ରୀବାହୀ ରେଳ ଚଳାଚଳ କରିବା ଲାଗି ବାରମ୍ବାର ଦାବି କରିଆସିଛନ୍ତି । ମହିଳାଭାବେ ସଂସଦରେ ଭଦ୍ରକ ତଥା ଓଡିଶାର ଭିତ୍ତିଭୂମିକୁ ଅଧିକ ମଜବୁତ୍ କରିବା ଲାଗି ଦାବି କରିଥିଲେ । ଯାହାକୁ ନେଇ ଦଳ ତରଫରୁ ତାଙ୍କୁ ଦ୍ୱୀତିୟ ଥର ପ୍ରାର୍ଥିନୀଭାବେ ମନୋନୀତ କରାଯାଇଛି । ଦଳୟ ସମ୍ମାନ ରକ୍ଷା କରିବା ସହିତ ସଂସଦୀୟ କ୍ଷେତ୍ରରେ ସମସ୍ତ ବିଧାୟକ ପ୍ରାର୍ଥିଙ୍କୁ ବିପୁଳ ଭୋଟରେ ବିଜୟୀ କରିବାର ଲକ୍ଷ୍ୟ ନେଇ ମୈଦାନକୁ ପାଦ ଥାପିବେ ଏବଂ ଗତ ନିର୍ବାଚନ ଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ଶ୍ରୀମତୀ ମଣ୍ଡଳ ଆଶା ବାନ୍ଧିଛନ୍ତି । ୨୦୧୯ ନିର୍ବାଚନ ଫଳାଫଳରୁ ସୂଚନା ମୁତାବକ, ବିଜେଡି ପକ୍ଷରୁ ମଞ୍ଜୁଲତା ମଣ୍ଡଳ ୫୧୩୦୪୫ ଭୋଟ ପାଇଥିବା ବେଳେ ବିଜେପିରୁ ଅଭିମନ୍ୟୁ ସେଠୀ ୪୮୪୨୫୪ ଏବଂ କଂଗ୍ରେସରୁ ମଧୂମିତା ସେଠୀ ମାତ୍ର ୨୦୭୭୧୦ ଖଣ୍ଡ ଭୋଟ ପାଇଥିଲେ । ତେବେ ଏହି ୫ ବର୍ଷ ମଧ୍ୟରେ ବିଜେଡିର ସ୍ଥିତି ବୃଦ୍ଧି ପାଇଛି ଏବଂ ଆଗାମି ନିିର୍ବାଚନରେ ମାତ୍ରାଧିକ ଭୋଟ ବ୍ୟବଧାନରେ ବିଜେଡି ଗଡ ହାତେଇବ ବୋଲି ଶ୍ରୀମତୀ ମଣ୍ଡଳ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶ୍ରୀମତୀ ମଣ୍ଡଳଙ୍କୁ ନବୀନ ପଟ୍ଟନାୟକ ପ୍ରାର୍ଥିନୀ କରିଥିବା ନେଇ ଦଳୀୟ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଏଠାରେ ସୂଚନା ଥାଉକି, ଶ୍ରୀମତୀ ମଣ୍ଡଳ ହେଉଛନ୍ତି ଧାମନଗର ନିର୍ବଚନ ମଣ୍ଡଳିର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଧର୍ମପତ୍ନୀ । ଶ୍ରୀ ମଣ୍ଡଳ ମଧ୍ୟ ବିଜେଡିର ଜଣେ ସୁଦକ୍ଷ ନେତା ଭାବେ ବେଶ ଜଣାଶୁଣା । ଜିଲ୍ଲାର ବିଭିନ୍ନ ବ୍ଲକର ଦଳୀୟ ସ୍ତରରେ ତାଙ୍କର ଦବଦବା ମଧ୍ୟ ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |