ଏଚଡିଏଫସି ବ୍ୟାଙ୍କର ତିହିଡିରେ ନୂତନ ଶାଖା ଉଦ୍‌ଘାଟିତ |

479

କଟକ (ଉତ୍କଳ ନ୍ୟୁଜ ) ୪-୦୪-୨୦୨୪ : ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ମନ୍ଦୋଦରୀ ମାର୍କେଟ କମ୍ପେ୍ଲକ୍ସ ପରିସରରେ ଏକ ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥିଭାବେ ବିଡିଓ ଜ୍ୟୋତିର୍ମୟ କର ଯୋଗଦେଇ ବ୍ୟାଙ୍କର ସେବା ଉପରେ ଗ୍ରାହକମାନଙ୍କର ସହଯୋଗ ନିର୍ଭର କରିବ ବୋଲି କହିଥିଲେ । ଅନ୍ୟ ବ୍ୟାଙ୍କ ସେବା ତୁଳନାରେ ଏହି ବ୍ୟାଙ୍କ ଅଧିକ ତଥା ମୁଲ୍ୟବାନ୍ ସେବା ପ୍ରଦାନ କରିବ ଏବଂ ଗ୍ରାହକମାନଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବ ବୋଲି ବୋଲି ଶାଖା ପରିଚାଳକ ସୂର୍ଯ୍ୟକାନ୍ତ ନାୟକ ଉଦ୍‌ବୋଧନ ଦେବା ସହିତ ସରକାରଙ୍କ ସମସ୍ତ ଜନହିତକର ଯୋଜନାଗୁଡିକରେ ଏହି ବ୍ୟାଙ୍କ ସେବା ଆକୃଷ୍ଟ କରିପାରିବ ବୋଲି କହିଥିଲେ । ସେହିପରି ବ୍ୟାଙ୍କର କ୍ଲଷ୍ଟର ମୁଖ୍ୟ ଦେବବ୍ରତ ନାୟକ ଯୋଗଦେଇ ଗ୍ରାହକମାନଙ୍କୁ ବ୍ୟାଙ୍କ ଉତ୍ତମ ଓ ତ୍ୱରିତ ସେବା ଯୋଗାଇ ବ୍ୟାଙ୍କ ଅଧିକ ବ୍ୟବସାୟ କରିିବ ବୋଲି ଲକ୍ଷ୍ୟ ରଖିଥିବା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୁଳମଣି ସାବତ, ନାରାୟଣ ପାଢୀ, ନୀଳମଣି ସାବତ, ରାଜକିଶୋର ନାୟକ, ମନୋଜ ସେନାପତି, ସ୍ନିଗ୍ଧା ନାୟକ, ସସ୍ମିତା ଖୁଣ୍ଟିଆ, ମାୟାଧର ପାଣିଗ୍ରାହୀ, ସୁଧୀର ଦାସ, ଯୁଧିଷ୍ଠିର ଦାସ ଓ ପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ କାର୍ଯ୍ୟକାରୀ ପରିଚାଳକ ଅରବିନ୍ଦ ସାହୁ, କୋଷାଧ୍ୟକ୍ଷ ଗୌରହରି ନନ୍ଦ, ମନ୍ଦାକିନୀ ନାୟକ, ଜ୍ଞାନରଂଜନ ମଲିକ, ଶଶିକାନ୍ତ ନାୟକ, ଦେବାଶିଷ ମହାନ୍ତି, ପବିତ୍ରମୋହନ ଦାସ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାର ବିଭିିନ୍ନ ଶାଖାର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |