ଟ୍ରାକ୍ଟର ସହ ବାଇକ୍ ଧକ୍କା, ଆରୋହୀ ମୃତ |

17

କଟକ (ଉତ୍କଳ ନ୍ୟୁଜ ) ୩୦-୦୩-୨୦୨୪ : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଆରୋହୀ ମୃତ । ମୃତକ ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଗୁଆମାଳ ଗାଁର ନରେନ୍ଦ୍ର ପାଣିଗ୍ରାହୀଙ୍କ ପୁଅ ଶୁଭାଶିଶ ପାଣିଗ୍ରାହୀ(୩୫) ବୋଲି ଜଣାଯାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ରାଡଙ୍ଗ ଛକ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ମୂମୁର୍ଷ ଅବସ୍ଥାରେ ଶୁଭାଶିଶ ତଳେ ପଡି ଯାଇଥିଲେ । ତିହିଡି ହରିପୁର ଗାଁର ସମାଜସେବୀ ନାରାୟଣ ଜେନାଙ୍କ ଉଦ୍ୟମରେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛି । ସଚନା ମୁତାବକ, ଶନିବାର ଶୁଭାଶିଶ ବାଇକ ଯୋଗେ ଭଦ୍ରକ ଅଭିମୁଖେ ଯାଉଥିଲେ । ଦିବା ପ୍ରାୟ ୨.୨୫ ଘଟିକାରେ ରାଢଙ୍ଗ ଛକ ନିକଟରେ ଏକ ହାଇୱାକୁ ଉଭରଟେକ୍ କରି ଯାଉଥିବା ବେଳେ ସାମନା ପଟରୁ ଆସୁଥିବା ଏକ ଟ୍ରକ୍ଟର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସାବରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ ଜାରି ରଖିଛି । ଶୁଭାଶିଶଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |