ଖେଦରପୁରରେ ତୃତୀୟ ବାର୍ଷିକ ଦୁହିତା ମିଳନ |

40

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାମନବିନ୍ଧା ପଞ୍ଚାୟତ ଅଧିନ ଖେଦରପୁର ଗାଁରେ ଦୁହିତା ମିଳନ ଉପଲକ୍ଷେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଲିଅଳି ଦୁହିତାମାନେ (ବିବାହିତା ଝିଅ) ଏକ ନିର୍ଦ୍ଦିଷ୍ଟ ଦିନରେ ଗାଁକୁ ଆସି ଏକତ୍ରିତ ହୋଇ ଖୁସି ମନାଇଥାନ୍ତି । ଶ୍ୱଶୁର ଘର ଆଖପାଖ ଗ୍ରାମ ହେଉ ଅଥବା ଦୂରଦୂରନ୍ତାରୁ ଦୁହିତା ମାନେ ଛୁଟି ଆସିଥାନ୍ତି ନିଜ ବାପ ଘର ଗାଁକୁ । ଶ୍ୱଶୁର ଘରର ଆବଶ୍ୟକତା ପୂରଣ କରିବା ସହିତ ସେହି ଦିନରେ ନିଜ ବାପ ଘରକୁ ଆସି ଉତ୍ସବ ମନାଇ ବେଶ ଖୁସି ହୋଇଥାନ୍ତି । ଏହି ‘ଦୁହିତା ମିଳନ’ ଉତ୍ସବରେ ଗାଁର ଦୁହିତାମାନଙ୍କ ମଧ୍ୟରେ ମଉଡମଣୀ ଓ ଗୌରୀନାନୀ ଚୟନ କରାଯାଇଥାଏ । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପରମ୍ପରାରେ ଚଳିତ ବର୍ଷ ୨୫ରୁ ଉର୍ଦ୍ଧ ଦୁହିତାମାନେ ଉପସ୍ଥିତ ହୋଇଥିଲେ । ଜାହ୍ନବୀ ମହାନ୍ତିଙ୍କ ସଂଚାଳନାରେ ଆୟୋଜିତ ଉତ୍ସବରେ ଦୁହିତାମାନଙ୍କ ମଧ୍ୟରେ ମଉଡମଣୀ ଭାବେ ରଶ୍ମିରେଖା ମହାନ୍ତି ଓ ଗୌରୀନାନୀ ଭାବେ ସରସ୍ୱତୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବର୍କ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବୟୋଜେଷ୍ଠା ଦୁହିତାଭାବେ ଜାହ୍ନବୀ ମହାନ୍ତିଙ୍କୁ ଦୁହିତାମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଦୁହିତାମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ନାଚଗୀତ ଓ କୁନିକୁନି ପିଲାମାନେ ନୃତ୍ୟ ପରିବେଷଣ କରାଯାଇଥିଲା । ସୀମା ମହାନ୍ତି, ଅନି ପରିଡା, ଜାନକୀ ମହାନ୍ତି, କେତକୀ ପରିଡା, ରିଙ୍କି ନାୟକ, ଅନିତା ମହାନ୍ତି, ଲିପି ମହାନ୍ତି, ଟିକିଲୀ ମହାନ୍ତି, ପୂଜା ମହାନ୍ତି, ସିଲୁ ମହାନ୍ତି, ଝାନି ମହାନ୍ତି, ରୁନା ମହାନ୍ତି, ଶତାବ୍ଦୀ ମହାନ୍ତି, ବର୍ଷା ମହାନ୍ତି, ବନ୍ୟା ମହାନ୍ତି, ବିନୁ ମହାନ୍ତି, ଶ୍ରାବଣୀ ମହାନ୍ତି, ଅନୁ ମହାନ୍ତି ପ୍ରମୁକ ଉପସ୍ଥିତ ଥିଲେ । ସୁଜିତା ମହାନ୍ତିଙ୍କ ନେତୃତ୍ୱରେ ଗାଁର ସମସ୍ତ ଦୁହିତାମାନେ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |