କୋହ୍ଲ ମେଲଣରେ ପୁରାତନ ଛାତ୍ରଙ୍କ ପକ୍ଷରୁ ପଣା ଦାନ |

35

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪ : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ବଡ଼ଦାଣ୍ଡ ଏଗାରସଭା ମେଲଣ ମଙ୍ଗଳବାର ରାତିରୁ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ଶେଷ ହୋଇ ଯାଇଛି । ଏହି ମେଳନରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରୀଜୀଉମାନଙ୍କୁ ଅବିର ପ୍ରଦାନ କରିବା ସହ ପରସ୍ପର ମଧ୍ୟରେ ଅବିର ଖେଳିଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି କୋହ୍ଲ ହାଇସ୍କୁଲ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଯାତ୍ରୀ ମାନଙ୍କୁ ମେଲଣ ପଡ଼ିଆରେ ପଣା ଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ହରେକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ସେନାପତିଙ୍କ ସମେତ ସମ୍ମାନିତ ଅତିଥିଭାବେ ବରିଷ୍ଠ ନାଗରିକ ବିନୋଦ ବିହାରୀ ସାହୁ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇ କୋହ୍ଲ ମେଲଣ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ପୁରାତନ ଛାତ୍ରଙ୍କ ଏପରି ସେବା ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପୁରାତନ ଛାତ୍ର କ୍ଷେତ୍ରବାସୀ ପାଣି, ସୁଧାଂଶୁ ପାଣି, ପ୍ରଫୁଲ୍ଲ ଦାସ, ସୁବାସ ରଣା, ରାଜେଶ କୁମାର ସେଠୀ, ଅଭୟ କୁମାର ସାହୁ, ନୃସିଂହ ପଣ୍ଡା, ମନୋରଂଜନ ବାରିକ, ହ୍ରିତାଶିଷ ସାହୁ, ଶ୍ରୀଭାଶିଷ ସାହୁ, ମାନସ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ପଣ୍ଡା, ବାବୁନୁ ସେନାପତି, ସତ୍ୟ ସଂଦୀପ ସେନାପତି, ପ୍ରମୁଖ ସମେତ ପୁରତାନ ଛାତ୍ରମାନେ ପଣା ଦାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |