ମହିଷା ଲଣ୍ଡା ଯାଦବ କମିଟି ପକ୍ଷ ରୁ ଲଉଡ଼ି ଉତ୍ସବ ଅନୁଷ୍ଠିତ |

361

କଟକ (ଉତ୍କଳ ନ୍ୟୁଜ ) ୨୯-୦୩-୨୦୨୪: ମହିଷା ଲଣ୍ଡା ଯାଦବ କମିଟି ପକ୍ଷ ରୁ ଇଷ୍ଟ ଦେବତା ରାଧାମାଧବ ଙ୍କ ଲଉଡ଼ି ଖେଳ ମହାସମାରୋହ ରେ ପାଳିତ ହୋଇଯାଇଛି | ଟାଙ୍ଗି ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମ ନିମ୍ଵଗିରି କଳାକୁଞ୍ଜ ପ୍ରାଙ୍ଗଣ ରେ ଗୁରୁବାର ସନ୍ଧ୍ୟା ରେ ଏହି ମହାଉତ୍ସବ କଟକ ଜିଲ୍ଲା ର ଯାଦବ ମହାସଂଘ ର ସାଧାରଣ ସମ୍ପାଦକ ତଥା ଟାଙ୍ଗି ଚୌଦ୍ୱାର ବ୍ଲକ ଯାଦବ ସଂଘ ର ଯୁବ ସଭାପତି ଓ ମହିଷାଲଣ୍ଡା ର ଥାନପତି ପ୍ରଶାନ୍ତ ବେହେରା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ , ମନୋଜ ଖିଲାର ସଭାପତିତ୍ୱ କରିଥିଲେ | କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସଭାପତି ଇଂ ପ୍ରଦୀପ ବେହେରା , ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ସୁପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ , ଟାଙ୍ଗି ଚୌଦ୍ୱାର ବ୍ଲକ ଅଧ୍ୟକ୍ଷ ଙ୍କ ପ୍ରତିନିଧି ଜନ୍ମଜୟ ଖିଲାର ଉପସ୍ଥିତ ରହିଥିଲେ | ଉକ୍ତ ଲଉଡ଼ି ସମାରୋହ ରେ ଓସ୍ତପୁର , ମଙ୍ଗରାଜପୁର , ମଣିଆ , ପାଇକରାପୁର , ମହିଷା ଲଣ୍ଡା ଗ୍ରାମ ର ପାଞ୍ଚ ଟି ଦଳ ଯାଦବ ମାନଙ୍କ ର ପାରମ୍ପରିକ ଲଉଡ଼ି ଖେଳ ପ୍ରଦର୍ଶିତ କରିଥିଲେ | ମୁଖ୍ୟଅତିଥି ଲଉଡ଼ି ଖେଳ ପ୍ରଦର୍ଶିତ କରିଥିବା ସମସ୍ତ ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | | ଏହି ଉତ୍ସବ ରେ ୧ ହଜାରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା | କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ ରେ କଟକ ୫୮ ନମ୍ବର ୱାର୍ଡ କର୍ପୋରେଟର ବିଷ୍ଣୁ ଚରଣ ନାୟକ , ଚୌଦ୍ୱାର ର ସୁରେନ ବେହେରା , ପାଞ୍ଚ ପଂଚାୟତ ର ସରପଂଚ , ସମିତି ସଭ୍ୟ , ଓ ନେତୃମଣ୍ଡଳୀ ସହ ମିଞ୍ଜନ ବେହେରା , ପବିତ୍ର ବେହେରା , ରସାନନ୍ଦ ଦାସ , ଅନିଲ ଖିଲାର , ଗୌରାଙ୍ଗ ବେହେର , ବସନ୍ତ ନାୟକ , ବାବୁଲି ଖିଲାର , ଗେଟମ ଖିଲାର , ସମୀର ଦାସ , ଧନଞ୍ଜୟ ବେହେରା , ଗୋଲୋକ ବେହେରା , ଶିବରାମ ଖିଲାର , ଚନ୍ଦ୍ରମଣି ଦାସ , ମକରା ବେହେରା , ବିନୋଦ ବେହେରା , ସନ୍ତୋଷ ଖିଲାର , ଅଜୟ ଖିଲାର , ଦୁଃଶାସନ ଦାସ , ପ୍ରାଣକୃଷ୍ଣ ବେହେରା , କେଦାର ଖିଲାର , ଶିବାନନ୍ଦ ବେହେରା , ଫଗୁ ବେହେରା , ସୁଶାନ୍ତ ବେହେରା , ସନ୍ତୋଷ ଦାସ , ଇନ୍ଦ୍ରମଣି ଦାସ , ମନୋଜ ବେହେରା , ଶଙ୍କର୍ଷଣ ବେହେରା , ପଞ୍ଚାନନ ବେହେରା , ଚନ୍ଦନ ବେହେରା , ଆଦିକନ୍ଦ ନାୟକ , ସମୀର ଖିଲାର , ଅଶୋକ ଖିଲାର , ବାପି ଖିଲାର , ପୂର୍ଣ୍ଣ ଖିଲାର , ଶତୃଘ୍ନ ବେହେରା , ମୋହନ ବେହେରା , ଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ |