ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା ଉତ୍ସବ |

22

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ବାରୋ ଚାରିମାହାଲ ଯାଦବ ସଂଘ ପକ୍ଷରୁ ଐତିହାସିକ କୁମ୍ଭମେଳା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଦୋଳପୂର୍ଣ୍ଣମୀ ଅପରାହ୍ନରେ ବାରୋ, ବୋଡକ, ବିଲଣା, ଗୋପନଗର, ନୟାପାଟଣା, ଗଳଗଣ୍ଡପୁର, କେରଡିହ ଓ ଖର୍ଦ୍ଦାପାଟଣା ଅଞ୍ଚଳର ୪ଟି ଦଳ ହୋଇ ପ୍ରାୟ ୬ ଶହରୁ ଉର୍ଦ୍ଧ୍ୱ ଯାଦବମାନେ ଏକତ୍ରିତ ହୋଇ ନାଳିଆ କୂଳରେ କୁମ୍ଭାଭିଷେକ କରିଥିଲେ । ପ୍ର୍ରତ୍ୟେକ ଗ୍ରାମରୁ ଗୋପାଳମାନେ ପାରମ୍ପରିକ ଋତିରେ କୁମ୍ଭ ଭାରରେ ଆସି ବାଜା, ରୋଷଣୀ, ନୃତ୍ୟର ତାଳେ ତାଳେ ଶ୍ରୀ ରାଧାକୃଷ୍ଣଙ୍କ ସେହି ପୌରାଣିକ ବାର୍ତ୍ତା ବହନ କରିଥିଲେ । ପୁରାଣମତେ ଗୋପାଳମାନେ ସୃଷ୍ଟିର ପ୍ରଥମ ଜାତି । ଗୋ କହିଲେ ସାରା ପୃଥିବୀକୁ, ସୂର୍ଯ୍ୟଙ୍କୁ ଓ ଅଗ୍ନିଙ୍କୁ ବୁଝାଇଥାଏ । ଗୋ’ର ଯେଉଁମାନେ ପାଳକ ଇଖ୍ୟାଙ୍ଖୁ ବଂଶର ନବମ ସୂତ୍ରଧର ଭଗବାନ ବାସୁଦେବ ଶ୍ରୀକୃଷ୍ଣ କୁହାଯାଇଥାଏ । ଇନ୍ଦ୍ରଦେବଙ୍କ କୋପରୁ ଗୋପାଳମାନଙ୍କୁ ଶ୍ରୀକୃଷ୍ଣ ଗିରୀ ଗୋବର୍ଦ୍ଧନ ଧରି ରକ୍ଷା କରିଥିବା ପୌରାଣିକ ମତ ରହିଛି । ଗୋପାଳମାନେ କୁମ୍ଭ ବୁଡାଇ ସେହି ପାଣିଙ୍କୁ ସେମାନଙ୍କ ଗୋ ବନ୍ଦନା କରିବା ସହ ଘରବାଡିରେ ମଧ୍ୟ ଛିଞ୍ôଚ ଥାନ୍ତି । ଏବଂ କୃଷ୍ଣଙ୍କ ଅନୁଗତଭାବେ ନିଜ ଘରେ ସେହି କଳସ ରଖି ପୂଜା କରିଥାନ୍ତି । ଏହି ବିଶ୍ୱାସରେ ଯାଦବମାନେ ଏବେବି ସେହି ପରମ୍ପରା ବଜାୟ ରଖିଛନ୍ତି । ୧୯୩୦ ମସିହା ଠାରୁ ବାରୋରେ କୁମ୍ଭ ବୁଡା ଉତ୍ସବ ଅନୁଷ୍ଠିତ ହୋଇଆସୁଅଛି । ସନ୍ଧ୍ୟାରେ ସମସ୍ତ ଯାଦବମାନେ ଏକତ୍ରିତ ହୋଇ ନାଳିଆ ନଦୀ କୂଳରେ ମହାଆଡମ୍ବରରେ କୁମ୍ଭ ବୁଡାଇ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମେଳାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ମାନେ ଯୋଗ ଦେଇ ଭରପୁର ମଜା ନେଇଥିଲେ । ଏଥିପାଇଁ କୁମ୍ଭ ମେଳା ପଡିଆ ଠାରେ ଅସ୍ଥାୟୀ ଦୋକାନ ବଜାର ଲାଗିିଥିଲା । ଏହି ମେଳକୁ ଶୃଙ୍ଖଳିତ କରିବା ବାରୋ ଚାରି ମହଲା ଯାଦବ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା ବେଳେ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ପ୍ରକାଶ ଥାଉକି, ଯାଦବମାନଙ୍କର ଏହା ମୁଖ୍ୟ ପର୍ବ ହୋଇଥିବାରୁ ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ଓ ସାହି ପଡିଶାକୁ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିଥାନ୍ତି । ନୂଆ ବସ୍ତ୍ର ପରିଧାନ ପୂର୍ବକ ଧନି ଗରିବ ସଭିଏଁ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |