ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକ୍ଅପ ଭ୍ୟାନ୍ , ଜଣେ ମୃତ, ଦୁଇଜଣ ଗୁରୁତର।

75

କଟକ (ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୪ : ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକ୍ଅପ ଭ୍ୟାନ୍ ଜଣେ ମୃତ, ଦୁଇଜଣ ଗୁରୁତର। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ। ଆଜି କେନ୍ଦ୍ରାପଡା ରାମନଗର ଅଂଚଳରୁ ଏକ ପିକ୍ଅପ ଭ୍ୟାନ ମାଛ ନେବା ପାଇଁ ଧାମରାକୁ ଆସୁଥିବା ବେଳେ ଧାମରା ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପିକ୍ଅପ ଭ୍ୟାନର ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ମେଡିକାଲକୁ ପଠାଇ ଦିଆ ଯାଇଛି। ଦୁର୍ଘଟଣାରେ ପିକ୍ଅପ ଭ୍ୟାନର ସମ୍ମୁଖ ଭାଗ ଚୁରମାର ହୋଇ ଯାଇଛି। ମୃତ ଚାଳକ ବାବୁଲା ସରକାର ଓ ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ରାମନଗରରେ ବୋଲି ଜଣା ଯାଇଛି। ସେହିପରି ଗୁରୁତ୍ୱର ରାମକୃଷ୍ଣ ଏବଂ ଦେବଶଙ୍କରଙ୍କ ଘର ମଧ୍ୟ ରାମନଗର ବୋଲି ଜଣାଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |