ମତୋ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ପୋଡ଼ି, ପୋଲିସର ନିରବତାକୁ ନେଇ ଉଠୁଛି ପ୍ରଶ୍ନ।

79

କଟକ (ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ପେଟ୍ରୋଲ ପମ୍ପ ସମ୍ମୁଖରେ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ପୋଡ଼ି ଘଟଣାର ପୋଲିସର ନିରବତାକୁ ନେଇ ଉଠୁଛି ପ୍ରଶ୍ନ। ଘଟଣାକୁ ଦୁଇ ଦିନ ବିତି ଯିବାକୁ ବସିଥିଲେ ମଧ୍ଯ ଉଭୟ ଚାନ୍ଦବାଲି ଥାନା ଓ ମତୋ ପାଣ୍ଡି ପୋଲିସ ଠାରୁ କୌଣସି ସୂଚନା ନମିଳିବା ବଡ ଦୁର୍ଭାଗ୍ଯ ଜନକ ହୋଇଛି। ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ କେନାଲ ମଧ୍ୟରେ ଗତକାଲି ରାତିରେ ପିକପ୍ ଭ୍ୟାନ ଜଳୁ ଥିଵା ଦେଖା ଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏକ ପିକ୍ଅପ ଭ୍ୟାନରେ ଗୋରୁ ବୋଝେଇ କରି ସେହି ରାସ୍ତା ଦେଇ ଯାଉଥିବା ବେଳେ ଉତ୍ୟକ୍ତ ଲୋକେ ଗାଡିରୁ ଗୋରୁଙ୍କୁ ଖୋଲିଦେଇ ସେଥିରେ ନିଆଁ ଲଗେଇ ଦେଇଥିବା ଶୁଣିବାକୁ ମିଳିଲା। ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା। ଆଉଭ୍ୟାନ ଜଳିବା ବେଳେ କୌଣସି ଗୋରୁ ନ ଥିବା ମଧ୍ଯ ଜଣା ପଡିଥିଲା। ଗୋରୁ ବୋଝେଇ ଗାଡ଼ିରେ କେମିତି ନିଆଁ ଲାଗିଥିଲା ପୋଲିସ ପାଖରେ କୌଣସି ଖଵର ମଧ୍ୟ ନଥିଲା। ପିକଅପ୍ ଭ୍ୟାନ ସମ୍ଵନ୍ଧରେ କିଛି ଖବର ନଥିଲା ଵୋଲି ମତୋ ଏବଂ ଚାନ୍ଦବାଲି ପୋଲିସ ପ୍ରକାଶ କରିଥିଲେ। ତେବେ ମତୋ ମେଳନ ଦେଖିବାକୁ ଯାଇଥିବା ହଜାର ହଜାର ଦର୍ଶକ ଗାଡି ପୋଡିର ଦେଖଣାହାରି ସାଜିଥିଲେ। ଏ ସମ୍ପର୍କରେ ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସହ ଯୋଗାଯୋଗ କରା ଯାଇଛି। ଖବର ପାଇ ଆଜି ସକାଳୁ ସେ ପୋଡା ଗାଡିକୁ ଠାବ କରିଥିବା କହିଛନ୍ତି। ଖୁବ ଶୀଘ୍ର ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି। ଚୋରା କୋଇଲା ଚାଲାଣ ହେଉ ଅଥବା ଚୋରା ମଦ କାରବାର ଘଟଣାରେ ପୋଲିସ ଏତଲକାରୀ ସାଜୁଥିବା ବେଳେ ଗୋରୁ ବୋଝେଇ ପିକ୍ଅପ ଭ୍ୟାନ ପ୍ରସଙ୍ଗରେ ପୋଲିସର ନିରବତା ସମସ୍ତଙ୍କୁ ଚକିତ କରିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |