ଦୁର୍ଘଟଣାରେ ପୀଡିତ ଯୁବକଙ୍କ ଚିକିତ୍ସା ଲାଗି ସହାୟତା ନିବେଦନ |

53

କଟକ (ଉତ୍କଳ ନ୍ୟୁଜ ) ୨୫-୦୩-୨୦୨୪ : ଦୁର୍ଘଟଣାରେ ପୀଡିତ ଯୁବକଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା ନିବେଦନ କଲେ ପରିବାର ଲୋକେ । ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ପୁଅର ମେଡିକାଲ ଖର୍ଚ୍ଚ ଭରଣା କରିବା ପରିବାର ପକ୍ଷେ ସମ୍ଭବ ହେଉନି । ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମ ଜରିଆରେ ସରକାରୀ, ବ୍ୟକ୍ତି ବିଶେଷ ଓ ସାମାଜିକ ସଂଗଠନ ତରଫରୁ ଆର୍ଥିକ ସହାୟତା ଲାଗି ନିବେଦନ କରିଛନ୍ତି ପରିବାର ସମେତ ଗ୍ରାମବାସୀ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗ୍ରାମର ପ୍ରଦ୍ୟୁମ୍ନ ଦାସଙ୍କ ପୁଅ ନିହାର ରଞ୍ଜନ ଦାସ, ବୟସ ମାତ୍ର ୧୯ । ପରିବାରର ଆର୍ଥିକ ବୋଝ ଉଠାଇବାକୁ ଯାଇ ଭୁବନେଶ୍ୱରରେ ସିକ୍ୟୁରିଟ୍ ଗାର୍ଡ ଭାବେ କାମ କରନ୍ତି । ଗତ ତା ୧୯.୦୩.୨୪ରିଖରେ ରାତି ପ୍ରାୟ ୧୦ ଘଟିକା ସମୟରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଭୁବନେଶ୍ୱର ନୃସିଂହବିହାର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ତାଙ୍କ ମୁଣ୍ଡ, ଛାତି, ପିଠିରେ ଗଭୀର ଆଘାତ ହୋଇଛି । ଅଣ୍ଡକୋଷ ମଧ୍ୟ କ୍ଷତବିକ୍ଷତ ହୋଇଯାଇଛି । ସଂପ୍ରତି ହାଇଟେକ୍ ମେଡିକାଲରେ ଆଇସିୟୁରେ ଭର୍ତ୍ତୀ ହୋଇ ଚିକିତ୍ସିତ ହେଉଛନ୍ତି । ପରିବାରର ସ୍ୱାସ୍ଥ୍ୟ ବୀମା କାର୍ଡରେ ତାଙ୍କର ନାମ ନଥିବାରୁ ସରକାରୀ ସହାୟତା ମିଳିିବା କଷ୍ଟକର ହୋଇ ପଡିଛି । ଦୈନିକ ହଜାର ହଜାର ଟଙ୍କାର ଖର୍ଚ୍ଚ ଆବଶ୍ୟକ ପଡୁଥିବା ବେଳେ ପରିବାର ପକ୍ଷରୁ ତାହା ସମ୍ଭବ ହୋଇ ପାରୁନାହିଁ । ଏନେଇ ଆର୍ଥିକ ସହାୟତା କାମନା କରାଯାଇଛି । ନିହାରର ବଡଭାଇ ଦିବ୍ୟଦର୍ଶନ ଦାସଙ୍କ ଏଚଡିଏଫସି ବ୍ୟାଙ୍କ ଜମାଖାତା ନମ୍ବର ୫୦୧୦୦୩୪୭୩୦୭୩୨୧, ଆଇଏଫଏସସି ନମ୍ବର ଏଚଡିଏଫସି୦୦୦୧୯୫୬ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କଲେ ନିହାର ରଞ୍ଜନ ସୁସ୍ଥ ହୋଇ ପାରିବ ବୋଲି ପରିବାର ଲୋକେ ନିବେଦନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |