ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପୂର୍ଣ ଅଗଣତାନ୍ତ୍ରିକ ଏବଂ ନିନ୍ଦନୀୟ : ସିପିଆଇ(ଏମ)

52

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୪ : ସିପିଆଇ(ଏମ) ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପୂର୍ଣ ଅଗଣତାନ୍ତ୍ରିକ ଏବଂ ନିନ୍ଦନୀୟ ବୋଲି କୁହା ଯାଇଛି । ଗତକାଲି ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ଦେଶର ସାଧାରଣ ନିର୍ବାଚନ କର୍ମସୂଚୀ ପ୍ରକାଶ ପାଇ ସାରିବା ପରେ ବିରୋଧୀ ପକ୍ଷର କଣ୍ଠରୋଧ କରିବା ଉଦ୍ଦେଶ୍ୟ ରେ ଏପରି ଏକଛତ୍ରବାଦୀ ଆକ୍ରମଣ କରାଯାଇଛି । ଏହି ଢଙ୍ଗରେ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ ଗିରଫ କରି ଜେଲରେ ରଖା ଯାଇଛି । ଜନଗଣଙ୍କ ସମର୍ଥନରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଗିରଫ କରି ଜେଲରେ ରଖିବା ଅତ୍ୟନ୍ତ ବିରଳ ଏବଂ ନିନ୍ଦନୀୟ ଘଟଣା । କେନ୍ଦ୍ରର ବିଜେପି ସରକାର ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ(ଇଡି), ସିବିଆଇ, ଇନକମ ଟ୍ୟାକ୍ସ ପରି ସ୍ୱାଧୀନ ସଂସ୍ଥାକୁ ବିରୋଧୀ ରାଜନୈତିକ ଦଳର ନେତା,ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମାନଙ୍କୁ ଗିରଫ କରି ସମଗ୍ର ଦେଶରେ ଗଣତନ୍ତ୍ରର କଣ୍ଠରୋଧ କରି ଫାସିବାଦୀ କାଇଦାରେ ଏକଛତ୍ରବାଦ ପ୍ରତିଷ୍ଠା ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିବା ଏକ ଘୃଣ୍ୟ କାର୍ଯ୍ୟ । ଆସନ୍ତା ନିର୍ବାଚନ ରେ ନିଶ୍ଚିତ ପରାଜୟ ଓ କ୍ଷମତାଚ୍ୟୁତ ହେବା ନିଶ୍ଚିତ ଆଶଙ୍କାରେ ଭୟଭୀତ ହୋଇ ବିରୋଧୀ ଦଳ ନେତା ମାନଙ୍କୁ ଗିରଫ କରି ବିରୋଧୀ ଶୂନ୍ୟ ନିର୍ବାଚନ ଜରିଆରେ ଏକଛତ୍ର ଏବଂ ଏକଦଳୀୟ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ସକଳ ସରକାରୀ କଳକୁ ବିଜେପି ବ୍ୟବହାର କରୁଛି । ଏହି ଘଟଣାକୁ ବିରୋଧ କରି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଘୃଣାର ସହ ତୀବ୍ର ନିନ୍ଦା କରାଯାଇ ଭଦ୍ରକ କଚେରୀ ଛକଠାରେ ଏକ ପ୍ରତିବାଦ ସଭା ସଂଗଠିତ କରା ଯାଇଛି । ସକଳ ଦେଶ ପ୍ରେମୀ ଏବଂ ଗଣତାନ୍ତ୍ରିକ ଶକ୍ତି ଦେଶକୁ ନରେନ୍ଦ୍ର ମୋଦି ଓ ବିଜେପିର ଏକଛତ୍ରବାଦ ପ୍ରତିଷ୍ଠା ଉଦ୍ୟମକୁ ପରାସ୍ତ କରିବା ପାଇଁ ଏହି ପ୍ରତିବାଦ ସଭାରେ ଆହ୍ୱାନ ଦିଆଯାଇଛି । ଅରବିନ୍ଦ କେଜ୍ରିୱାଲ ଙ୍କୁ ତୁରନ୍ତ ମୁକ୍ତ ନକରାଗଲେ ସିପିଆଇ(ଏମ) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆହ୍ୱାନ ଜଣାଇଛନ୍ତି । ଏହି ପ୍ରତିବାଦ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ତଥା ଭଦ୍ରକ ଓକିଲ ସଂଘର ସାଧାରଣ ସଂପାଦକ ଦିବ୍ୟସିଂହ ନାୟକ, ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧା ଦାସ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ତିହିଡି ଆଞ୍ଚଳିକ କମିଟି ସଂପାଦକ ବିଷ୍ଣୁ ଦାଶ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଂପାଦକ ତଥା ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ପୂର୍ବତନ ଆରକ୍ଷୀ ଅଧିକାରୀ କିଶୋର ନାୟକ, ସଂଖ୍ୟାଲଘୁ ନେତା ସେକ୍ ସତ୍ତାର ପ୍ରମୁଖ ଏହି ପ୍ରତିବାଦ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |