ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିର କାରଣ ସାଜିଛି ଚୋରା କୋଇଲା ବେପାର ସ୍କୁଲ ଓ କଲେଜ ପଢୁଆ ପିଲା ବି କୋଇଲା ବେପାରରେ ସାମିଲ |

89

କଟକ (ଉତ୍କଳ ନ୍ୟୁଜ ) ୨୨-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ସଂପ୍ରତି ଚୋରା କୋଇଲା ବେପାର ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି । ଅନ୍ୟମାନଙ୍କ ସହିତ ସ୍କୁଲ ଓ କଲେଜ ପଢୁଆ ପିଲା ବି ଏହି କାରବାରରେ ସାମିଲ ରହୁଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ପୋଲିସର ଜାଣତରେ ଚୋରା କୋଇଲା ବେପାର ଚାଲୁଥିବା ବେଳେ ଏବେ ଏହିି କାରବାର ଦିନକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦିନତମାମ ସାଇକେଲ ଓ ବାଇକ୍ ଯୋଗେ ଗାଁ ଗଣ୍ଡାର ଚୋରମାନେ ମାଫିଆଙ୍କ ଡିପୋରେ କୋଇଲା ବସ୍ତା ମହଜୁଦ୍ କରିଥାନ୍ତି । ଅନ୍ଧାର ହେଲେ ସକ୍ରିୟ ହୋଇ ପଡନ୍ତି ମାଫିଆ । ମଦମାଂସ ଖୁଆଇ ଯୁବପିଢିଙ୍କୁ ଚୋରା କୋଇଲା ବୋହିବା କାମରେ ଲଗାଇଥାନ୍ତି । ଆଉ ଅର୍ଦ୍ଧରାତିରେ ପିକ୍‌ଅପ୍ ଠାରୁ ଆରମ୍ଭ କରି ବଡ ଗାଡିରେ ଚୋରା କୋଇଲା ବାହାରକୁ ଚାଲାଣ କରାଯାଏ । ଏହି ଚାଲାଣରେ କେତେକ ନିର୍ଦ୍ଦିଷ୍ଟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି କୁହାଳିଆ ନେତା ଓ ଛାମୁଆ ନେତା(ଯୋଗାଡିଆ) ସାମିଲ ହୋଇଥାନ୍ତି । ଗାଡି ମାଲିକ କେବଳ ମାଫିଆଙ୍କ ପାଖକୁ ଗାଡି ପଠେଇ ଦେଇ ନିଶ୍ଚିତରେ ଘରେ ରହୁଥିବା ବେଳେ ମାଫିଆମାନଙ୍କୁ ସହଯୋଗ କରିଥାନ୍ତି ଏହି ଯୋଗାଡିଆ । ଏମାନେ ପୋଲିସ ସହ ସଲାସୁତୁରା କରି କୋଇଲା ବୋଝେଇ ଗାଡି ପାର କରାଇଥାନ୍ତି । ଏକସଂଗରେ ୧୦ରୁ ୨୦ ଜଣ ଚୋରା କୋଇଲା ବୋଝେଇ ଗାଡି ସାଙ୍ଗରେ ଯାଇ ଥାନାଞ୍ଚଳ ପାର କରିଥାନ୍ତି । ଗାଁ ଗଣ୍ଡାରୁ ଚୋରମାନଙ୍କ ଠାରୁ ଦୁଇରୁ ଅଢେଇ ଟଙ୍କାରେ ଚୋରା କୋଇଲା କିଣି ମାଫିଆମାନେ ୩୫ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଚଢା ଦରରେ ଗାଡି ମାଲିକଙ୍କୁ ବିକ୍ରିଥାନ୍ତି । ସାଧାରଣ ଏକ ପିକ୍‌ଅପ୍ ଗାଡିରେ କୋଇଲା ଚାଲାଣ ହେଲେ ଲୋକାଲ ଚାନ୍ଦା ଠାରୁ ଆରମ୍ଭ କରି କମିଟି ଚାନ୍ଦା ଏପରିକି ପୋଲିସକୁ ଚାନ୍ଦା ଦେଇ ମଧ୍ୟ ଗାଡିପିଛା ରାତିକୁ ୩୦ ହଜାର ଟଙ୍କା ଲାଭ ହୋଇଥାଏ ବୋଲି ମଧ୍ୟ କୁହାଯାଉଛି । ଗାଡି ପାର୍ କରିବା ଲାଗି ପୋଲିସ ଓ ସଂପୃକ୍ତ ଯୋଗାଡିଆ ମାନେ ରାତି ଅନିଦ୍ରା ହେବା ସ୍ୱାଭାବିକ୍ । ବିନା ପୁଞ୍ଜିରେ ପୋଲିସ ସହଯୋଗରେ ରାତିଏ ଗଲେ ହାତିଏ ଆଣିବା ମୂଳ ଲକ୍ଷ୍ୟନେଇ ଯୋଗାଡିଆମାନେ ଲାଗି ପଡିଥାନ୍ତି । ଏହି ଚୋରା କୋଇଲା ଚାଲାଣ ସଂପ୍ରତି ଏକ ପ୍ରକାର ସାମାଜିକ ବ୍ୟାଧି ସାଜିଲାଣି । ଏହି କାମରେ ଯିଏ ଥରେ ଗୋଡ କାଢିଛି ବିନା ପୁଞ୍ଜିରେ ଲକ୍ଷପତି ହୋଇଯାଉଛିି । ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁ ଅଥବା ନମିଳୁ ମାତ୍ର ଚୋରା କୋଇଲା ଚାଲାଣ ପ୍ରସଙ୍ଗରେ କିନ୍ତୁ ପୋଲିସ ନିଜ ସ୍ୱାର୍ଥସାଧନ ପାଇଁ ସହୃଦୟତା ଦେଖାଉଛି । ପୋଲିସର ଏପରି ପକ୍ଷପାତିତା ପାଇଁ ଏହିି କାରବାରରେ ରୋକ୍ ଲାଗିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁ ଗଣ୍ଡାରେ ମାଳମାଳ ଚୋର ଆଉ ମାଫିଆ । ପୂର୍ବରୁ ସାଇକେଲ ମରାମତି କରିବା ଲାଗି ସକ୍ଷମ ହେଉନଥିବା ଚୋରମାନେ ସଂପ୍ରତି ଏକାଧିକ ବାଇକ୍ ଏପରିକିି ଚାରିଚକିଆ ଗାଡି ବ୍ୟବହାର କଲେଣି । ଘର ଛପର କରିବାର ସାମର୍ଥ୍ୟ ନଥିବା ଏହି କୋଇଲା ଚୋର ଓ ଯୋଗାଡିଆମାନେ ସଂପ୍ରତି ଦୁଇ ଦିନି ମହଲା ବିଲ୍ଡିଂର ମାଲିକ ହେଲେଣି । ସାମାଜିକ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ପୋଲିସ ସହ ସମ୍ପର୍କ ଆରମ୍ଭ କରିଥାନ୍ତି ଏହି ଯୋଗାଡିଆମାନେ ଓ ପରେ ପୋଲିସକୁ ହାତଖର୍ଚ୍ଚ ଦେଇ କୋଇଲା ବେପାର ଆରମ୍ଭ କରିଥାନ୍ତି । ଅନ୍ୟପଟେ କେତେକ ଯୁବକ ବିଭିନ୍ନ ଗଣ୍ଡଗୋଳ କରି ବିଭିନ୍ନ ସମୟରେ ଥାନାକୁ ଯାଇ ସାମୟିକ ପରିଚିତ ହେବାପରେ ଆରମ୍ଭ କରି ଦେଉଛନ୍ତି ଏହି ବେପାର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ତିହିଡି ଓ ପୀରହାଟ ଥାନାଞ୍ଚଳ ଏହି ବେପାରରେ ବେଶ ଆଗୁଆ ରହିଛି । ନରେନ୍ଦ୍ରପୁର ଠାରୁ ଆରମ୍ଭ କରି ନୂଆନନ୍ଦ ପର୍ଯ୍ୟନ୍ତ ଲମ୍ବିଛି ଏହି ବେପାର । ଥାନାର ମୁଣ୍ଡିଆଳ ଏହି ଚୋରା ବେପାର ସମ୍ପର୍କରେ ଅବଗତ ଥାଉ ଅଥବା ନଥାଉ ହେଲେ ବେପାର ହେଉଛି । ତଳିଆ କର୍ମଚାରୀଙ୍କ ହାତରେ କେତେକ ସ୍ଥଳରେ ବନ୍ଧା ପଡିଥାଏ ଥାନାର ଗୁମର । ଯୋଗାଡିଆମାନେ ତଳିଆ କର୍ମଚାରୀଙ୍କୁ ହାତବାରିଶି କରି ମାଫିଆଙ୍କ ଗାଡିକୁ ପାର କରାଇଥାନ୍ତି । ଯେତେବେଳେ କଥା ଉଠେ ସେତେବେଳେ ଥାନାର ମୁଣ୍ଡିଆଳ ମୁଣ୍ଡ ଦେଖାନ୍ତି ଆଉ ମୂଲଚାଲ ପରେ ମାଫିଆଙ୍କ ଲାଇନ୍ ମଧ୍ୟ କ୍ଲିଅର ହୋଇଥାଏ । ଏପରି ପ୍ରଥାରେ ରେଲୱେ ପୋଲିସର ମଧ୍ୟ ସବୁଜ ସଂକେତ ରହିଥାଏ । ବିଗତ ଦିନରେ ରେଲୱେ ପୋଲିସ ଓ ଏହି ପୋଲିସ କର୍ମଚାରୀଙ୍କ ପାଞ୍ଜିପୁରାଣ ପଦାରେ ପଡିଥିଲା । ଉଭୟ ବିଭାଗର କେତେକ କର୍ମଚାରୀଙ୍କୁ ବଦଳି ମଧ୍ୟ କରାଯାଇଥିଲା । ତେବେ କେଇ ସପ୍ତାହ ଚୋରା ବେପାର ବନ୍ଦ ରହିଥିବା ବେଳେ ସଂପ୍ରତି ପୁଣି ସକ୍ରିୟ ହୋଇଛି । ରେଳପଥ ନିକଟସ୍ଥ ଗାଁଗୁଡିକରେ ସ୍କୁଲ କଲେଜ ପଢୁଆ ପିଲା ଓ ଯୁବ ପିଢି ସମସ୍ତେ ଏବେ ଚୋରା କୋଇଲା ପଛରେ ପଡିଛନ୍ତି । ବେଳେ ବେଳେ ପରସ୍ପର ଗୋଷ୍ଠୀ ମଧ୍ୟରେ କେତେକ ସ୍ଥଳରେ ବାଦାନୁବାଦ୍ ଦେଖା ଦେଉଛି ଆଉ ସେ ବିବାଦର ସମାଧାନ ପୋଲିସ ମାଧ୍ୟମରେ କରାଯାଉଛି ଯାହା ବିଶ୍ୱାସ ନହେଲେ ମଧ୍ୟ କେତେକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଆଉ ସାଧାରଣ ଲୋକଙ୍କ ସହିତ କୋଇଲା ଚୋରଙ୍କ ବିବାଦ ମାଲି ମୋକଦ୍ଦମା ପର୍ଯ୍ୟନ୍ତ ମଧ୍ୟ ଯାଇଛି । କୋଇଲା କାଢୁଥିବା ବେଳେ ମୃତ୍ୟୁ ମୁଖରେ ପଡିବା, ପଙ୍ଗୁ ହେବା, ଗାଡି ପୋଡି, ହଣାକଟା ଆଦି ନିତିଦିନିଆ ଘଟଣା । ସବୁ ଜାଣି ଅଜଣା ଚାଉଳର ଭାତ ଖାଉଥିବା ପୋଲିସ କଥା ଉଠିଲେ କିଛି ଜଣାନାହିଁ ବୋଲି ସଫେଇ ଦେଉଛି । ମାର୍କାଦିଆ କୋଇଲା ଚୋର ଅବା ମାଫିଆଙ୍କ ସହ ପୋଲିସ ଦୈନିକ ଭାବର ଆଦାନ ପ୍ରଦାନ ଚାଲୁଛି ଯାହା ସେମାନଙ୍କ ମୋବାଇଲର କଲ ଡିଟେଲ୍ସ କହିପାରିବ । ଦିନ ଅପେକ୍ଷା କେତେକ ନିର୍ଦ୍ଦିଷ୍ଟ ପୋଲିସ ରାତି ଡ୍ୟୁଟି କରିବାକୁ ପସନ୍ଦ କ