ମିନିଟଟ୍ରକ୍ ବାଇକ୍ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର |

134

କଟକ (ଉତ୍କଳ ନ୍ୟୁଜ ) ୨୧-୦୩-୨୦୨୪ : ମିନି ଟ୍ରକ୍ ବାଇକ୍ ମୁହାଁମୁହିଁ, ଜଣେ ମୃତ, ୨ ଗୁରୁତର । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ପୁଣି ଜଣେ ଯୁବକର ମୃତ୍ୟୁ । ପୀରହାଟ ଥାନାଧିନ ପୁରୁଣା ବଜାର ନିକଟରେ ଘଟିଛି ଏପରି ଦୁର୍ଘଟଣା । ପୀରହାଟ ଖେଦରପୁର ଗ୍ରାମର ସ୍ୱର୍ଗତ ଇନ୍ଦ୍ରମଣି ଦାସଙ୍କ ପୁୁଅ ବିଜୟକାନ୍ତ ଓରଫ ସନିଆ ଦାସ(୨୬) ଏକ ବାଇକ୍ ଯୋଗେ ନିଜ ସାଙ୍ଗ ଚାନ୍ଦବାଲି ଥାନା ରାମପୁର ବାଲିଗାଁର ପ୍ରଭାତ ଦାସଙ୍କ ଚାନ୍ଦବାଲି ଅଭିମୁଖେ ଯାଉଥିଲେ । ପୀରହାଟ ପୁରୁଣା ବଜାର ନିକଟରେ ଏକ ସାଇକେଲ ଆରୋହୀ ସନ୍ଦକପୁର ଗ୍ରାମର ନିଶାକର ସେଠୀଙ୍କୁ ଧକ୍କା ଦେଇ ଭାଇସମ୍ୟ ହରାଇ ବସିବା ସହ ସାମନାରେ ଆସୁଥିବା ଏକ ମିନିଟ୍ରକ୍ ସହ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ତିନି ଜଣ ଆହତ ହୋଇଥିବା ବେଳେ ଗଦି ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିର୍ି କରିଥିଲେ । ତେବେ ବିଜୟକାନ୍ତଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ପ୍ରଭାତ ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭଦ୍ରକ ଓ ପରେ କଟକ ପଠାଇ ଦିଆଯାଇଛି । ସେହିପରି ସାଇକେଲ ଆରୋହୀ ନିଶାକରଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ଘଟାଇଥିବା ଓଆର-ସି-୮୦୦୪ ମିନି ଟ୍ରକକୁ ପୋଲିସ ଜବତ୍ କରିଛି । ଏଥିସହ ହରସିଂପୁର ଗାଁର ଚାଳକ ଲକ୍ଷ୍ମୀଧର ଜେନାକୁ ପୋଲିସ ଗିରଫ୍ କରିଛି । ଏନେଇ ଦଫା ୨୭୯, ୩୩୭, ୩୩୮ ଓ ୩୦୪(ଏ)ରେ ଥାନାରେ ଏକ ମାମଲା ୬୫/୨୪ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |