ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, ଟାଙ୍ଗିଆ ହାଣି ଦୁଇଜଣଙ୍କୁ କଲା ଲହୁଲୁହାଣ |

108

କଟକ (ଉତ୍କଳ ନ୍ୟୁଜ ) ୨୧-୦୩-୨୦୨୪: ଗାଁ ଦାଣ୍ଡରେ ମାନସିକ ବିକାରଗ୍ରସ୍ତ ଯୁବକ ଉନ୍ମୁକ୍ତ କାଣ୍ଡ । ଆଖି ଆଗରେ ଯାହାକୁ ଦେଖିଲା ଟାଙ୍ଗିଆରେ ହାଣିଲା । ଆଉ ଯିଏବି ଅଟକାଇଲା ତାକୁ ଗୋଡାଇ ଗୋଡାଇ ମଧ୍ୟ ହାଣିଲା । ରାତି ୧୦ ଘଟିକାରୁ ପ୍ରାୟ ୩ ଘଟିକା ପର୍ଯ୍ୟନ୍ତ ଏପରି କରି ଚାଲିଲା । ଘଟଣାକୁ ନେଇ ଗାଁରେ ତାଟି କବାଡ ପଡିଗଲା । ଘରେ ଶୋଇଥିବା ଲୋକେ ବାହାରକୁ ତାଜୁବ୍ ହୋଇଗଲେ । ଲୋଡା ପଡିଲା ପୋଲିସ । ସଂପୃକ୍ତ ଯୁବକଙ୍କୁ ଧରିବା ଲାଗି ଗ୍ରାମବାସୀ ସମେତ ପୋଲିସକୁ ମଧ୍ୟ ନାକେଦମ୍ ହେବାକୁ ପଡିଛି । ନିଜ ଟାଙ୍ଗିଆ ବ୍ୟବହାର କରିବା ବେଳେ ସେ ଆହତ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ଘଟଣାରେ ପାତିଆ ରାଉତ ଓ ଶଙ୍କର ରାଉତ ନାମକ ଦୁଇଜଣ ଯୁବକ ଲହୁଲୁହାଣ ହୋଇଥିବା ବେଳେ ପୋଲିସ ଗାଡି ସହ ଆମ୍ବୁଲାନ୍ସକୁ ମଧ୍ୟ ଟାଙ୍ଗିଆରେ ହାଣିଲା ସଂପୃକ୍ତ ଯୁବକ । ଶେଷରେ ବହୁ କଷ୍ଟରେ ଯୁବକକୁ ପୋଲିସ କାବୁ କରିଛି ଏବଂ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଟାଙ୍ଗିଆ ମାଡରେ ପୋଲିସର ୧୧୨ ଗାଡି ସହ ଆମ୍ବୁଲାନ୍ସର ଆଗ କାଚ ମଧ୍ୟ ଭାଙ୍ଗି ଚୂରମାର ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଧିନ ନାଲଗୁଣ୍ଡା-ପଳାଶପୁର ଗାଁ ଦାଣ୍ଡରେ । ମାମୁଁ ଘରକୁ ଆସିିଥିବା ଜଣେ ମାନସିକ ବିିକାରଗ୍ରସ୍ତ ଯୁବକଙ୍କ ଏପରି ଉନ୍ମୁକ୍ତ କାଣ୍ଡ ଘଟାଇଥିବା ପଦାକୁ ଆସିଛି । ସଂପୃକ୍ତ ଯୁବକ ଜଣକ ବାସୁଦେବପୁର ଅଞ୍ଚଳର ଭୀମସେନ ନାୟକ ବୋଲି ପୋଲିସ ଜାଣିବାକୁ ପାଇଛି ଏବଂ ସେ ନିଜ ମାମୁଁ ଘର ନାଲଗୁଣ୍ଡାକୁ ଆସି ଏପରି ଭିଆଣ କରିଥିବା ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |