ଭଦ୍ରକ କୋର୍ଟ ପରିସରରେ ଜିଲ୍ଲା ଟ୍ରାଞ୍ଜିଟ୍ ହାଉସ୍ ଉଦ୍‌ଘାଟିତ |

72

କଟକ (ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୪ : ଭଦ୍ରକ କୋର୍ଟ ପରିସରରେ ଜିଲ୍ଲା ଟ୍ରାଞ୍ଜିଟ୍ ହାଉସ୍ ଉଦ୍‌ଘାଟିତ ହୋଇଯାଇଛି । ଓଡିଶାରେ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟାଳୟ ଗୁଡିକର ଭିତ୍ତିଭୂମି ର ବିକାଶ ପ୍ରକ୍ରିୟାରେ ଆଜି ଓଡିଶାର ୧୭ଟି ଜିଲ୍ଲାର ୩୦ଟି ନୂତନ ପ୍ରକଳ୍ପକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଚକ୍ରଧାରୀ ଶରଣ ସିଂ ଉଚ୍ଚ ନ୍ୟାୟାଳୟ ପରିସରରୁ ଆନୁଷ୍ଠାନିକ ଭାବେ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଚକ୍ରଧାରୀ ଶରଣ ସିଂ ତାଙ୍କ ଉଦଘାଟନୀ ବକ୍ତବ୍ୟରେ ଓଡିଶାର ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଓଡିଶା ରାଜ୍ୟର ଭିତ୍ତିଭୂମିର ବିକାଶ ଏକ ପ୍ରମୁଖ ଭାଗିଦାରୀ ହେବ ବୋଲି ପ୍ରକାଶ କରିଥିଲେ । ଏହି କୋର୍ଟ ବିଲଡିଂ ଗୁଡିକର ନିର୍ମାଣ କାର୍ଯ୍ୟର ପୂର୍ଣାଙ୍ଗତା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲା ବିଚାରପତି, ଉଚ୍ଚ ନ୍ୟାୟାଳୟ ବିଲଡିଂ କମିଟିର କର୍ମକର୍ତ୍ତର୍ା, ଓକିଲ ସଂଘର କାର୍ଯ୍ୟକର୍ତ୍ତର୍ା ଓ କୋର୍ଟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଉଚ୍ଚନ୍ୟାୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଲଡିଂ କମିଟିର ଅଧ୍ୟକ୍ଷ ମାନ୍ୟବର ବିଚାରପତି ବି ଆର ଷଡଙ୍ଗୀ, ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସରରେ ଜିଲ୍ଲା ଅଭବହନ ଗୃହ (ଟ୍ରାନ୍ଜିଟ ହାଉସ୍‌) କୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଚକ୍ରଧର ଶରଣ ସିଂ ଆଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ । ଉଦ୍‌ଘାଟନର ଅଂଶ ସ୍ୱରୂପ ମାନ୍ୟବର ଭଦ୍ରକ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଭଦ୍ରକ ନ୍ୟାୟାଳୟ ପରିସରରେ ଏହି ଫଳକର ପରଦାକୁ ଅନାବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପସ୍କୋ କୋର୍ଟର ସ୍ୱତନ୍ତ୍ର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ, ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ଅଧିବକ୍ତା ବିଜନ ଜେନା, ଅଧିବକ୍ତା ପ୍ରଫୁଲ୍ଲ ସାମଲ, ଯୁବ ଆଇନଜୀବୀ ବିକାଶ ନାଥ, ଆଇନଜୀବୀ ବିନୋଦ ସାହୁ, ଅଭୟ ରଥ, ଲକ୍ଷ୍ମଣ କର, ବିଚିତ୍ରାନନ୍ଦ ଜେନା, ହୃଷିକେଶ ବେହେରା, ବିଜୟ ଦାଶ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଓ କୋର୍ଟ ମ୍ୟାନେଜର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |