ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା |

38

କଟକ (ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ସୟା ପଞ୍ଚାୟତର ବାଲିଚତୁରୀ ଗାଁରେ ଆଜି ବଡି ସକାଳୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ମଧୁସୂଦନ ପୁହାଣ ନାମକ ଜଣେ ବ୍ୟକ୍ତିଙ୍କର ୩ ବଖରା ଘର ଜଳିଯାଇଛି । ଖବରପାଇ ତିହିଡିରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ପ୍ରାୟ ୯୦ ପ୍ରତିଶତ ଘର ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ ବିଦ୍ୟୁତ ସଟସର୍କିଟରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ, ଗତକାଲି ରତିରେ ମଧୁସୂଦନ ଓ ତାଙ୍କ ପତ୍ନୀ ଖାଇପିଇ ଶୋଇଥିଲେ । ତେବେ ବୁଧବାର ସକାଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ପଡୋଶୀ ଲୋକେ ଦେଖି ସେମାନଙ୍କୁ ଡାକିବା ସହ ଦମକଳ ବାହିନୀକୁ ଫୋନ କରିଥିଲେ । ଏହି ଅଗ୍ନିକାଣ୍ଡରେ ମଧୁସୂଦନଙ୍କ ଧାନଚାଉଳ, ଲୁଗାପଟା ଓ ଅନ୍ୟାନ୍ୟ ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଛି । କୋହ୍ଲ ଆରଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାଯାଇଛି । ତୁରନ୍ତ ଏହି ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |