ଦୋଳମେଳନ ପାଳନ ପାଇଁ ପୋଲିସ ଓ ମେଳନ କମିଟି ବୈଠକ |

45

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୪ : ଶାନ୍ତି ଶୃଙ୍ଖଳାରେ ସହକାରେ ଦୋଳମେଳନ ପାଳନ ନେଇ ପୋଲିସ, ମେଳନ କମିଟି ଓ ଠାକୁରବାଡିଆଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସଂଧ୍ୟାରେ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପରିପ୍ରେକ୍ଷିରେ ରାଜନୈତିକ ଆକ୍ରୋଶ ରହିବା ସ୍ୱାଭାବିକ୍ । ତେଣୁ ଦୋଳମେଳନରେ ଯେପରି ଶାନ୍ତି ଭଙ୍ଗ ନହୁଏ ଏବଂ ଏକ ଆଦର୍ଶ ମେଳନ ପର୍ବଭାବେ ପାଳନ କରିବା ଲାଗି ପୋଲିସ ପକ୍ଷରୁ ମେଳନ କମିଟି ଓ ଠାକୁରବାଡିଆଙ୍କୁ ନିବେଦନ କରାଯାଇଛି । ଋତୁରାଜ ବସନ୍ତରେ ବିଭିନ୍ନ ସ୍ଥାନରେ ଦୋଳ ମେଳନ ଓ କୁମ୍ଭବୁଡ଼ା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି । ତିହିଡି ଅଞ୍ଚଳର ଏøତିହାସିକ କାଳିମେଘା ମେଳନ ଠାରୁ ଆରମ୍ଭ କରି ଝାଡ଼ପଟା ମେଳନ, ତିହିଡ଼ି ମେଳନ, ବୋଡ଼କ ମେଳନ, କୋହ୍ଲ ମେଳନ, ବାରୋ ମେଳନ, ଦୋଳସାହି ମେଳନ, ଆରୁହା ଓ ଫତେପୁର ପଞ୍ଚଦୋଳ କମିଟି ଆଦି କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଠାକୁର ମେଳନ ପଡିଆକୁ ପ୍ରବେଶ କରିବା ଏବଂ ମେଳନ ଭାଙ୍ଗିବା ସମୟରେ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିବା ଉଚିତ । ବିଶେଷକରି ଡିଜେ ବାଜାକୁ କିପରି ସର୍ବନିମ୍ନ ଧ୍ୱନିରେ ବଜାଯାଇ ପାରିବ ଓ ପାଣିସିଞ୍ଚନକୁ ସଂପୂର୍ଣ୍ଣ ଭାବେ ନିଷେଧ କରିହେବ ସେ ଦିଗରେ ଦୃଷ୍ଟି ଦେବାକୁ ପୋଲିସ ମେଳନ କମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ସେହିପରି ମେଳନ ସମୟରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତେ ଯତ୍ନବାନ ହେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆ ଯାଇଥିଲା । ପ୍ରତି ମେଳନ କମିଟି ପକ୍ଷରୁ ଏକ କୋର କମିଟି ଗଠନ କରି ଥାନାକୁ ଅବଗତ କରିବା ସହିିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତେ ସଜାଗ୍ ହେବାକୁ କୁହାଯାଇଥିଲା । ଏସଆଇ ଅରୁଧ୍ୱତୀ ବେହେରାଙ୍କ ସଂଚାଳନାରେ ଉକ୍ତ ବୈଠକରେ ଚାନ୍ଦବାଲି ଏସଡିପିଓ କାର୍ତ୍ତି ଚନ୍ଦ୍ର ମଲ୍ଲିକ, ତିହିଡି ଆଇଆଇସି ପ୍ରସନ୍ନ ନାୟକ, ବାଣୀକଲ୍ୟାଣ ମହାପାତ୍ର, ଗଣେଶ ନାୟକ, ନାରାୟଣ ନାୟକ, କୀର୍ତ୍ତନ ରାଉତ, ଅଜୟ ରାଉତ, ସୁରେଶ ମହାପାତ୍ର, ଚିନ୍ତାମଣି ଦାସ, ଶଚ୍ଚିକାନ୍ତ ନାୟକ, ପ୍ରଭାତ କୁମାର ରାଉଳ, ଅପୂର୍ବ ଦାସ, ଦାଶରଥି ମହାପାତ୍ର, କହ୍ନେଇ ସାହୁ, ବୁଲୁ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ତଥା ଠାକୁରବାଡିଆ ମାନେ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।