ଚୋରା ବାଲି ଚାଲାଣ ଅଭିଯୋଗରେ ୫ଟି ଗାଡି ଜବତ୍ ଓ ୫ ଚାଳକ ଗିରଫ୍‌ |

70

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୪ : ଚୋରା ବାଲି ଚାଲାଣ ଅଭିଯୋଗରେ ୫ଟି ଗାଡି ଜବତ୍ ଓ ୫ ଜଣ ଗିରଫ୍ କରିଛି ଭଦ୍ରକ ଜିଲ୍ଲା ତିହିଡି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଥାନା ପକ୍ଷରୁ ନାକାବନ୍ଦୀ ସମୟରେ ୫ଟି ବାଲି ବୋଝେଇ ଗାଡି (ହାଇୱା ଓ ଟିପ୍ପର) ପୋଲିସ ହାତରେ ଧରା ପଡିଥିଲା । ତେବେ ବାଲି ଚାଲାଣ ନେଇ ଚାଳକମାନେ କୌଣସି କାଗଜପତ୍ର ଦାଖଲ କରିପାରି ନଥିଲେ । ବାଲି ଯେଉଁଠୁ ବୋଝେଇ କରାଯାଇଛି ସେଠାକାର ତହସିଲ କାର୍ଯ୍ୟାଳୟର କୌଣସି କେ-ଫର୍ମ ମଧ୍ୟ ନଥିଲା । ଯାହାକୁ ନେଇ ପୋଲିସ ଚୋରା ଚାଲାଣ ଭାବେ ଅବିହିତ କରିବା ସହ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ନିର୍ବାଚନ ପରିପ୍ରେକ୍ଷିରେ ପୋଲିସ ଅଧିକ ସଜାଗ୍ ଥିବାବେଳେ ଏପରି ବିନା କାଗଜ୍ ପତ୍ରରେ ବାଲି ଚାଲାଣ ଚାଳକମାନଙ୍କୁ ମହଙ୍ଗା ପଡିଛି । ଓଡି-୦୪-ଏମ-୩୧୮୫, ଓଡି-୨୨-ଏସ-୯୨୪୯, ଓଡି-୨୨-ଏନ-୧୧୯୭, ଓଡି-୨୨-ଏଚ-୧୩୪୫, ଓଆର-୦୫-ୱାଇ-୮୪୬୫ ବାଲି ବୋଝେଇ ଗାଡି ଜବତ୍ ହେବା ସହିତ ଚାଳକ ପ୍ରଦୀପ କୁମାର ମହାନ୍ତି, କାହ୍ନୁ ଚରଣ ସିଂ, ବିଜୟ କୁମାର ବାରିକ, ଜାଭିଦ୍ କାଦିର୍ ଓ ଗୋପାଳ ସ୍ୱାଇଁଙ୍କୁ ଗିରଫ୍ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ଥାନାରେ ୩ଟି ମାମଲା (୧୧୭/୨୪, ୧୧୮/୨୪ ଓ ୧୧୯/୨୪) ରୁଜୁ କରାଯାଇଛି । ଗାଡିମାଲିକଙ୍କ ଏପିର ବେପରୁଆ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ଉଦାହରଣ ସାଜିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ସୂତ୍ରରୁ ସୂଚନା ମିଳିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |