ଜୀବନ ସଂନ୍ଧ୍ଯା ଆଶ୍ରମ ରେ ଖାଦ୍ୟ ଓ ପରିବେଶ କର୍ମଶାଳା କାର୍ଯ୍ୟକ୍ରମ |

48

କଟକ (ଉତ୍କଳ ନ୍ୟୁଜ ) ୧୯-୦୩-୨୦୨୪ : ଟାଙ୍ଗି ଚୌଦ୍ୱାର ବ୍ଲକ ଆମ୍ବିଳିଝରୀ ଜୀବନ ସଂନ୍ଧ୍ଯା ଆଶ୍ରମ ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାର କଂ ପରିବେଶ ଶିକ୍ଷା କେନ୍ଦ୍ର ଓ କରୁଣା ଫାଉଣ୍ଡେସନ ର ସହାୟତାରେ ୫୦ଜଣ ମହିଳା ଙ୍କୁ ନେଇ ଖାଦ୍ୟ ଓ ପରିବେଶ କର୍ମଶାଳା ଶ୍ରୀମତି ଅନୀତା ଗୁରୁମା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳା ରେ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଜେନା ପରିବେଶ ଶିକ୍ଷା କେନ୍ଦ୍ର ର ଯୋଜନା ସଂଯୋଜକ ସମସ୍ତ ପାରମ୍ପରିକ ଖାଦ୍ୟ ସହ ଜୀବନ ଶୈଳୀ ଓ ମୁଖ୍ଯ ବକ୍ତା ଡା ପ୍ରଦୀପ୍ତ କୁମାର ନାୟକ ଯୁବ ବୈଗ୍ମାନିକ ଯଥା ପରିବେଶ ଆକଳନ ଅଧିକାରୀ କର୍ମଶାଳା ର ଆଭିମୁଖ୍ୟ ଉପସ୍ଥାପନରେ ଆମେ ଶାକାହାରୀ ଖାଦ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। ସମସ୍ତେ ପରିବେଶକୁ ସୁରକ୍ଷା ହେବାସହ ଜୈବ ବିଭିଦତା ରକ୍ଷା କରିବା ପାଇଁ ମତ ରଖିଥିଲେ।ସାଧାରଣତଃ ନିଜ ବଗିଚା/ଛାତ ଉପରେ ଭଣ୍ଡା, ଶଜନା, କଦଳୀ, ମାଟିଆଳୁ, ଲେମ୍ବୁ, କଞ୍ଚା ଲଙ୍କା , ପୋଦିନା, ଭୁର୍ସଙ୍ଗା ଇତ୍ୟାଦି ଗଛ ରଖିବା ଜରୁରୀ। ପ୍ଲାଷ୍ଟିକ ବଦଳ ରେ କପଡା ବ୍ୟାଗ ଆପଣେଇବା ସନ୍ତୁଳିତ ଖାଦ୍ୟ, ନିୟମିତ ଶାରୀରିକ ପରିଶ୍ରମ, ସାକାରାତ୍ମକ ଚିନ୍ତାଧାରା ଓ ଉପଯୁକ୍ତ ବିଶ୍ରାମ ସୁସ୍ଥ ସମାଜପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ବନାହାକାଣୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ-ତଥା-ସଂମ୍ପାଦକ ଡ. ସଚ୍ଚିଦାନନ୍ଦ ପ୍ରଧାନ,ଗୁରୁଜି ନିମାଇଁ ଚରଣ ପଣ୍ଡା, ୟୁନିସେଫ୍ ର ଅଭିଶେକ ମାନି ଯୋଗ ଦେଇଥିବା ବେଳେ ପରିବେଶିତ ଶ୍ରୀ ସତ୍ଯବ୍ରତ ସାମଲ ଧନ୍ଯବାଦ ଦେଇଥିଲେ।