ସାଧାରଣ ନିର୍ବାଚନ -୨୦୨୪ କୁ ନେଇ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ |

16

କଟକ (ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୪ : ନିର୍ବାଚନ ୨୦୨୪ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଆସନ୍ତା ମେ ୨୫ ଓ ଜୁନ ୧ ତାରିଖ ରେ ଜିଲ୍ଲା ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କହିଥିଲେ | ଜିଲ୍ଲା ର ତିନିଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧୀନ ରେ ୯ ଟି ବିଧାନସଭା ନିର୍ବାଚନ ଅମଂଡଲୀ ରହିଛି | ଜିଲ୍ଲା ରେ ମୋଟ ୨୧ ,୪୧,୯୦୪ ଜଣ ଭୋଟର ଥିବାବେଳେ ମହିଳା ଭୋଟର ଙ୍କ ସଂଖ୍ୟା ରହିଛି ୧୦, ୪୧, ୬୧୯ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୬୪ | ପ୍ରଥମ ଥର ଭୋଟ ଦେଉଥିବା ଭୋଟର ଙ୍କ ସଂଖ୍ୟା ୪୫, ୨୧୮, ରହିଥବା ବେଳେ ୧ ବର୍ଷ ରୁ ଅଧିକ ଭୋଟର ଙ୍କ ସଂଖ୍ୟା ରହିଛି ୮୨୯ ଏବଂ ଦିବ୍ୟାଙ୍କ ଭୋଟର ଙ୍କ ସଂଖ୍ୟା ରହିଛି ୪୧,୯୯୨ | ପ୍ରକାଶ ଥାଉକି , ସମଗ୍ର ଦେଶ ରେ ୭ ଟି ପର୍ଯ୍ୟାୟ ରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଓଡିଶା ରେ ୪ ଟି ପର୍ଯ୍ୟାୟ ରେ ନିର୍ବାଚନ ଅନୁଷ୍ଠିତ ହେବ | ଚଳିତ ଥର ପ୍ରଥମ ଥର ପାଇଁ ୮୫ବର୍ଷ ରୁ ଅଧିକ ବେଶ ର ଭୋଟର ଓ ୪୦ ପ୍ରତିଶତ ରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ବସି ଭୋଟିଂ ବ୍ୟବସ୍ଥା କରାଯାଇଛି | ଘେରରେ ବସି ଭୋଟ ଦେବା ପାଇଁ ଆବେଦନ କରିଥିବା ଭୋଟର ମାନେ ହିଁ କେବଳ ଏହି ବ୍ୟବସ୍ଥା ର ଲାଭ ଉଠାଇପାରିବେ | ନିର୍ବାଚନ କୁ ସ୍ୱଚ୍ଛ , ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲା ର ୬୦ ପ୍ରତିଶତ ବୁଥ ର ୱେବ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ ବୁଥ ର ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜରଭର ମାନଙ୍କୁ ନିୟୋଜିତ କରାଯାଇଛି | ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗ ର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ସମନ୍ବିତ କଣ୍ଟ୍ରୋଲ ରୁମ ଖୋଲାଯାଇଛି | ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି -ଭିଜିଲ ଆପ ମାଧ୍ୟମ ରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ | ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହେବା ର ଗୋଟିଏ ଦିନ ପୂର୍ବ ରୁ ପୋଲିଂ ଅଧିକାରୀମାନଙ୍କୁ ନିର୍ଧାରିତ ପୋଲିଂ ବୁଥ ଗୁଡିକୁ ପଠାଯିବ ର ବ୍ୟବସ୍ଥା କରାଯାଇଛି | ଜିଲ୍ଲା ର ସମସ୍ତ ବୁଥ ରେ ଭୋଟରମାନଙ୍କ ସୁବିଧା ନିମନ୍ତେ ରାୟମ୍ପ , ଶୌଚାଳୟ ଓ ପାନୀୟ ଜଳ ର ବ୍ୟବସ୍ଥା ଆଦି ଉପଲବ୍ଧ କରାଯାଇଛି | ଏଥିସହ ଜିଲ୍ଲା ରେ ୨୭୮ ଟି ମହିଳା ବୁଥ କରାଯାଇଛି | ଏହି ବୁଥ ଗୁଡିକ ରେ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ମହିଳା ନିୟୋଜିତ ରହିବେ | ଚଳିତ ନିର୍ବାଚନ ପ୍ରକ୍ରିୟା ରେ ଗଣମାଧ୍ୟମ ରଚନାତ୍ମକ ଭୂମିକା ନିର୍ବାହ କରି ପ୍ରଶାସନ କୁ ସଫଳତା ର ସହ ଏହି ପ୍ରକ୍ରିୟା ଶେଷ କରିବା ରେ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଆଶାପ୍ରକାଶ କରିଛନ୍ତି | ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଉମାକାନ୍ତ ରାଜ , ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ , ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ ) ଦିବ୍ୟଲୋଚନ ମହାନ୍ତି , ମୁଖ୍ୟ ଉନ୍ନୟନ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ସୁବାସ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ , ଅତିରିକ୍ତ ଉପଜିଲ୍ଲାପାଳ ଦେବାଶିଷ ମହାପାତ୍ର , ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ବେହେରା , ଡେପୁଟି କଲେକ୍ଟର ଜ୍ୟୋତ୍ସ୍ନା ନାୟକ , ଓ ନିଷ୍ଠା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |