ଚୌଦ୍ୱାର ଓଟିଏମ ଶ୍ରମିକ କଲୋନୀ ଓ ବସ୍ତି ଥଇଥାନ ସଂଗଠନ ତରଫ ରୁ ସାମ୍ବାଦିକ ସମ୍ମିଳନୀ |

16

କଟକ (ଉତ୍କଳ ନ୍ୟୁଜ ) ୧୮-୦୩-୨୦୨୪ : ଓଟିଏମ ଶ୍ରମିକ କଲୋନୀ ଓ ବସ୍ତି ଥଇଥାନ ସଂଗଠନ ତରଫ ରୁ ଚୌଦ୍ୱାର ଟାଉନହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଦୀର୍ଘ ୩ ମାସ ରୁ ଉର୍ଧ ସମୟ ଧରି ଓଟିଏମ ଶ୍ରମିକ କଲୋନୀ ଓ ବସ୍ତି ଥଇଥାନ ସଂଗଠନ ପକ୍ଷ ରୁ ଜିଲ୍ଲାପାଳ କଟକ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଚାଲୁ ରହିଥିବା ବେଳେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ୨ ଥର ସଂଗଠନ ର ସଦସ୍ୟ ମାନଙ୍କ ସହିତ ଆଲୋଚନା ହୋଇଥିବା ବେଳେ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଟାଙ୍ଗି - ଚୌଦ୍ୱାର ତହସିଲଦାର ଙ୍କ ପକ୍ଷ ରୁ ଏକ ସ୍ୱତନ୍ତ୍ର ଟିମ ଚୌଦ୍ୱାର ଆସି ଲୋକମାନଙ୍କ ର ସ୍ଥିତି ସମ୍ବନ୍ଧ ରେ ପ୍ରାଥମିକ ସର୍ଭେ କରିଥିଲେ | ତେବେ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ଏହି ଦୁଇ ସଂଗଠନ ପକ୍ଷ ରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ କରାଯାଉଥିବା ଧାରଣା କୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ନିବେଦନ କରାଯାଇଥିବା ବେଳେ ନିର୍ବାଚନ ପରେ ସଂଗଠନ ତରଫରୁ କରାଯାଇଥିବା ଥଇଥାନ ଦାବି ର ସମାଧାନ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦିଆଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ପକ୍ଷ ରୁ ସୂଚନା ଦିଆଯାଇଛି | ଏହାସହ ଓଟିଏମ ଶ୍ରମିକ କଲୋନୀ ଓ ବସ୍ତି ଥଇଥାନ ସଂଗଠନ ପକ୍ଷ ରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଜିଲ୍ଲାପଲଙ୍କ କାଯ୍ୟଳୟ ଆଗ ରେ ଦିଆଯାଉଥିବା ଧାରଣା କୁ ସ୍ଥଗିତ ରଖାଯିବ ବେଳେ ଅନ୍ୟାନ୍ୟ ଆନ୍ଦୋଳନ ଜାରି ରହିବ ଏବଂ ନିର୍ବାଚନ ପରେ ଦାବି ପୁର୍ଣ ଅଂ ହେବ ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ର ବିଶ୍ୱରଂଜନ କର ସୂଚନା ପ୍ରଦାନ କରିଥିଲେ | ସେହିପରି ସମସ୍ତ ରାଜନୀଅତିକ ଦଳ ଓଟିଏମ ଶ୍ରମିକ କଲୋନୀ ବସ୍ତି ଥଇଥାନ ସମସ୍ୟା ର ସମାଧାନ କୁ ନିର୍ବାଚନ ଇସ୍ତାହାର ର ପ୍ରମୁଖ ମୁଦ୍ଦା ଭାବେ ରଖନ୍ତୁ ଏବଂ ଓଟିଏମ ଶ୍ରମିକ କଲୋନୀ , ଷ୍ଟାଫ କଲୋନୀ , ଏବଂ ଓଟିଏମ ଜମି ରେ ଗଢି ଉଠିଥିବା ବସ୍ତିର ଘର , ପରିବାର ଥଇଥାନ ଉଦେଶ୍ୟ ରେ ସର୍ଭେ ଓ ଆଗାମୀ ଦିନ ରେ ହେବାକୁ ଥିବା ନୂତନ ଶିଳ୍ପ ରେ ନିଯୁକ୍ତି ପାଇଁ ପ୍ରାଧାନ୍ୟ ଦିଆଯାଉ ବୋଲି ସଂଗଠନ ପକ୍ଷ ରୁ ଦାବି କରାଯାଇଛି | ଅନ୍ୟମାନଙ୍କ ମଧ୍ୟ ରେ ଜୟ ସିଂ , ଶାନ୍ତନୁ ପଟ୍ଟନାୟକ , ବୈଦ୍ୟନାଥ ସାମଲ , ଶ୍ରୀକାନ୍ତ ପାକଳ , କାଁହୁଚରଣ ଜେନା , ସରିତା ଦାସ , ଦିବାକର ବେହେରା , ଦୀପକ ସେନାପତି , ମାନସ ଖୁଣ୍ଟିଆ , ବିଶ୍ୱଜିତ ଭଞ୍ଜ , ସୁକାନ୍ତ ପ୍ରଧାନ , ଅଶ୍ୱନୀଜେନା , ଅଭିରାମ ଭୂୟାଁ , ଭୀମସେନ ବିଶ୍ୱାଳ ରବି ନାରାୟଣ ରାଉତ , ପ୍ରମୁଖ ଉପସ୍ଥିତ ରହିଥିଲେ |