ତିହିଡିକୁ ଏନଏସି ମାନ୍ୟତା ଦାବୀରେ ବନ୍ଦ ପାଳନ ସଫଳ |

50

କଟକ (ଉତ୍କଳ ନ୍ୟୁଜ ) ୧୬-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବୀରେ ତିହିଡି ନାଗରିକ ମଞ୍ଚର ଆହ୍ୱାନ କ୍ରମେ ୮ ଘଣ୍ଟିଆ ବନ୍ଦ ପାଳନ ସଫଳ ହୋଇଛି । ଶନିବାର ସକାଳ ୬ରୁ ଅପରାହ୍ନ ୨ଘଟିକା ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ଦୋକାନ, ବଜାର ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସ୍ୱତଃପୃତଭାବେ ଭାବେ ସଭିଏଁ ଏହି ବନ୍ଦକୁ ସମର୍ଥନ ଜଣାଇବା ସହ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ସାମିଲ ହୋଇଥିଲେ । ତିହିଡିବାସୀଙ୍କ ଆଶା ଆକାଙ୍ଖ୍ୟ ଓ ଭାବନାକୁ କୁଠାରଘାତ କରିବା ସହିତ ଦୀର୍ଘଦିନର ଦାବିକୁ ପ୍ରତ୍ୟାଖ୍ୟାନ କରି ଆସୁଛି ରାଜ୍ୟ ସରକାର । ତିନି ନିର୍ବାଚନର ପେଣ୍ଠ ସ୍ଥଳି ହେଉଛି ତିହିଡି । ଲୋକ ପ୍ରତିନିଧିଙ୍କ ଅପାରଗତା ଓ ଅପଣିରାମଦର୍ଶିତା ପାଇଁ ଆଜି ତିହିଡି ଅବହେଳିତ । ତିହିଡ଼ି ଗୋଟିଏ ବ୍ଲକ ଓ ତହସିଲ ସଦର ମହକୁମା ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁରୁଣା ଥାନା, ବିଭିନ୍ନ ନିର୍ମାଣ ବିଭାଗର ଅଧିକାରୀଙ୍କ ବହୁ ସଂଖ୍ୟକ କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଅଗ୍ନିଶମ କେନ୍ଦ୍ର, ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ଏକାଧିକ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ ତିହିଡ଼ି ବଜାରରେ ରହିଛି । ଖୁବ ଶୀଘ୍ର କୋର୍ଟ ମଧ୍ୟ ପ୍ରତିଷ୍ଠା ହେବାକୁ ଯାଉଛି । ଏପରିସ୍ଥଳେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ତିହିଡ଼ି ଆଜି ଏନଏସି ମାନ୍ୟତାରୁ ବଞ୍ôଚିତ ହୋଇଛି । ଏଥିପାଇଁ ରାଜ୍ୟ ସରକାର, ଅଯୋଗ୍ୟ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତର୍ଙ୍କୁ ଦାୟୀ କରାଯାଇଛି । ତିହିଡ଼ିରେ ଡାକ୍ତରଖାନା, ଡାକବଙ୍ଗଳା, ବସ ଷ୍ଟାଣ୍ଡ, ଡ୍ରେନେଜ, ଆଲୋକୀକରଣ ପରି ବହୁ ସମସ୍ୟା ରହିଛି ଯାହା ପ୍ରତି ସରକାର ସଂପୂର୍ଣ୍ଣ ଉଦାସୀନ ରହିଛି ବୋଲି ଆରୋପ କରାଯାଇଛି । ତିହିଡ଼ି ନାଗରିକ ମଞ୍ଚର ଆବାହକ ଧୀରେନ୍ଦ୍ର ସାହୁ ଓ ସଭାପତି ସୋମନାଥ ପାଢ଼ୀଙ୍କ ନେତୃତ୍ୱରେ ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସମ୍ବାଦିକ ରାମନାରାୟଣ ନାୟକ, ପ୍ରଭାତ ରାଉଳ ଓ ସଞ୍ଜୟ ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବନେତା ସତ୍ୟାନନ୍ଦ ରାଉତ, ଶିକ୍ଷାବିତ ବିଭୂତି ଭୂଷଣ ସେନାପତି, ରାଜନେତା ସରୋଜ ଦାସ, ରଘୁନାଥ ପାତ୍ର, ସରପଞ୍ଚ ଉଦ୍ଧବ ଚରଣ ନାୟକ, ପ୍ରଦୀପ ବଳ, ବିପିନ ବିହାରୀ ପତି, ସମାଜସେବୀ ରଘୁନାଥ ଜେନା, ଆଇନ୍‌ଜୀବି ପ୍ରଫୁଲ ପାଢ଼ୀ ଓ ବିଷ୍ଣୁ ଦାଶ, ନାରାୟଣ ଦାସ, ଛାତ୍ର ନେତା ସମ୍ବିତ ସାହୁ, କୈଳାଶ ପାତ୍ର, ସୁମନ୍ତ ଲେଙ୍କା, ନାରାୟଣ ଜେନା, ସୌମେନ୍ଦ୍ର ପଣ୍ଡା, ଅମୂଲ୍ୟ କୁମାର ସେନାପତି, ଟୁକୁଲୁ ନାୟକ, ନରହରି ନାୟକ, ରାଜକିଶୋର ନାୟକ, ସୌମେନ୍ଦ୍ର ପଣ୍ଡା, ସୀତାକାନ୍ତ ନାୟକ, ରଘୁନାଥ ଜେନା, ଅମୁଲ୍ୟ ସେନାପତି, ଦିଲ୍ଲିପ ବିଶ୍ୱାଳ, ପୃଥିରାଜ ନାୟକ, ବଳରାମ ବେହେରା, କୈଳାସ ବେହେରା, ରମେଶ ନାୟକ, ପ୍ରଦୀପ ଦାସ, ଅଜୟ ମହାପାତ୍ର, ଉମାକାନ୍ତ ଦାସ, ନାରାୟଣ ମାନଧାତା, ନାରାୟଣ ଦାସ, ପିତାମ୍ବର ସେଠୀ, ନିର୍ମଳ ଦଳେଇ, ଦିଲ୍ଲିପ ନାଥ, ନାରାୟଣ ଜେନା ଓ ହରିହର ମଳିକ ପ୍ରମୁଖ ଶତାଧିକ ତିହିଡ଼ିବାସୀ ବନ୍ଦରେ ସାମିଲ ହୋଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତିହିଡ଼ି ବଜାର ପରିକ୍ରମା କରି ଲୋକଙ୍କୁ ବନ୍ଦର ଆବଶ୍ୟକତା ସମ୍ପର୍କରେ ସଚେତନ କରିବା ସହ ଯେଉଁପରି ଭାବେ ଦଳମତ ନିର୍ବିଶେଷରେ ବନ୍ଦକୁ ସମର୍ଥନ ଦିଆ ଯାଇଛି ସେଥିପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ତିହିଡ଼ିକୁ ଯଦି ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରାନଯାଏ ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଆଜିର ଶାନ୍ତିପୂର୍ଣ୍ଣ ବନ୍ଦ କେବଳ ଚେତେଇ ଦେବାପାଇଁ ଥିଲା ବୋଲି କୁହାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |