ସିନ୍ଦୋଳ ପଞ୍ଚାୟତରେ ୮୭ ଲକ୍ଷ ଟଙ୍କା ବ୍ୟୟବରାଦରେ ୩ଟି ପ୍ରକଳ୍ପ ଉଦ୍‌ଘାଟିତ |

194

କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତରେ ୮୭ ଲକ୍ଷ ଟଙ୍କା ବ୍ୟୟବରାଦରେ ୩ଟି ବୃହତ୍ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏହି ପଞ୍ଚାୟତ ଅଧିନ ଇନ୍ଦିରା ମିସକିନ୍ ପୀରବାବାଙ୍କ ପୀଠ ପରିସରରେ ୩୫ ଲକ୍ଷ ଟଙ୍କା ବ୍ୟୟବରାଦରେ ସଂଖ୍ୟାଲଘୁ ସଂପ୍ରଦାୟର ଉନ୍ନତି କଳ୍ପେ ବହୁମୁଖି ଗୋଷ୍ଠି ଓ ସାଂସ୍କୃତିକ କେନ୍ଦ୍ର, ନୂଆପାଟଣାରେ ୪୨ ଲକ୍ଷ ଟଙ୍କା ବ୍ୟୟବରାଦରେ ବିଜୟଶ୍ରୀ କଲ୍ୟାଣ ମଣ୍ଡପ ଏବଂ ନୂଆପାଟଣାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ୧୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ଯାତ୍ରୀନିବାସର ଉଦ୍‌ଘାଟନ ହୋଇଯାଇଛି । ପ୍ରଥମ ଦୁଇଟି ପ୍ରକଳ୍ପ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ସମୟରେ ଶିଳାନ୍ୟାସ କରାଯାଇଥିଲା । ପରେ ତାଙ୍କ ସୁପୁତ୍ର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରକଳ୍ପଗୁଡିକ ନିର୍ମାଣ ସରିଛି । ସମସ୍ତ ପ୍ରକଳ୍ପ ଗୁଡିକ ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗି ହୋଇ ପାରିବ ଯାହାକୁ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଖୁସିର ଲହରୀ ଖେଳି ଯାଇଛି । ସମସ୍ତ ପ୍ରକଳ୍ପ ଉଦ୍‌ଘାଟନୀ ଅବସରରେ ବିଜେଡି କାର୍ଯ୍ୟକାରୀ ସଭାପତି ବାପୁଜୀ ନାୟକଙ୍କ ପୌରୋହିତ୍ୟରେ ନୂଆପାଟଣାସ୍ଥିତ ବିଜୟଶ୍ରୀ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବଡ ପୁଅ ତଥା ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ବଡଭାଇ ଦୁର୍ଗାଦତ୍ତ ରାଉତରାୟ ଯୋଗଦେଇ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତ ସମେତ ତିହିଡି ବ୍ଲକର ସମସ୍ତ ପଞ୍ଚାୟତର ଉନ୍ନତି ପ୍ରତି ତାଙ୍କ ପିତାଙ୍କର ବହୁ ସ୍ୱପ୍ନ ଥିଲା ବୋଲି କହିଥିଲେ । ତାଙ୍କ ପିତାଙ୍କ ନାମରେ ନାମିତ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ କରି ଅଞ୍ଚଳବାସୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମି ନିର୍ବର୍ାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଓ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦ୍ୱୀତିୟ ଥର ବିଧାୟକ ଭାବେ ନିର୍ବାଚିତ କରିବା ଲାଗି ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁମତି ସେଠୀ, ସରପଞ୍ଚ ସୁପ୍ରଭା ପାଣି, ପୁଷ୍ପାଞ୍ଜଳୀ ଲେଙ୍କା ଓ କୈଳାସ ପରିଡା, ସମିତି ସଭ୍ୟ ନକୁଳ ଚରଣ ବାରିକ, ତିଳୋତ୍ତମା ବେହେରା ଓ ପ୍ରିୟବନ୍ଧୁ ମାଝୀ, ପୂର୍ବତନ ସରପଞ୍ଚ ହରିହର ସେନାପତି, ସୁରେନ୍ଦ୍ର ନାୟକ ଓ ବୈକୁଣ୍ଠନାଥ ପାଣି, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ କମଳାକାନ୍ତ ଲେଙ୍କା, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ମଙ୍ଗଳପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ପ୍ରବୀର ନାୟକ, ପ୍ରଫୁଲ ଦାସ, ଉମାକାନ୍ତ ସେଠୀ, ଗଣେଶ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଛନ୍ଦା ଚରଣ ନାୟକ ଓ ଅନିରୁଦ୍ଧ ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ସରକାରଙ୍କ ସଫଳତା ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ । ସୟଦ୍ କାଲା, ସୟଦ୍ ଇବ୍ରାହିମ, ସୟଦ୍ ସମରୁଲ୍‌, ସୟଦ୍ ମୈରାଜ, ଆଲ୍ଲାଉଦ୍ଦିନ ଖାଁ, କାଙ୍ଗାଳୀ ସାହା, ତମଜୁଲ ସାହା, ନସିମ ଖାଁ, ତାରଲ୍ଲୀ ଖାଁ, ଅଲ୍ଲୀ ଅକତର, ଅନିଲ ଖାଁ ଓ ସୟଦ୍ କଲନ୍ଦର, ପ୍ରଦୀପ ଦାସ, ଅରୁଣ ବାରିକ, ଦେବାଶିଶ ଦାସ, ଦୀପକ ବାରିକ, ବିରେନ୍ଦ୍ର ନାୟକ, ମାନସ ପାଣି, ନିଶାକର ସ୍ୱାଇଁ, ଜଗବନ୍ଧୁ ରାଉଳ, ମାୟାଧର ମଲ୍ଲିକ, ରଞ୍ଜୁଲତା ଗାହାଣ, ସଞ୍ଜୁଲତା ଦାସ, ପାକ ଜେନା, ଶ୍ରୀଧର ବାରିକ, ଦେବକାନ୍ତ ନାୟକ, ରବି ଦାସ, ସଞ୍ଜୟ ସେଠୀ, କପିଳେନ୍ଦ୍ର ବାରିକ, ନନ୍ଦକିଶୋର ବାରିକ, ସୁଦର୍ଶନ ନାୟକ, ପ୍ରଦୀପ ବେହେରା, ସୁଧାକର ଜେନା, ଖଗେନ୍ ବାରିକ, ବଳଭଦ୍ର ବାରିକ ଓ ପୂର୍ଣ୍ଣଚନ୍ଦ୍ର ପରିଡା ପ୍ରମୁଖ ପରିଚାଳନା କରିଥିବା ବେଳେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସିଆରପି ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ଅଞ୍ଚଳବାସୀ ଖୁସି ମନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |