ବିଲଣାରେ ସମାଜସେବୀ ଡାକ୍ତର ମାୟାଧର ପଣ୍ଡାଙ୍କ ଦ୍ବାଦଶାହ ଶ୍ରଦ୍ଧାଞ୍ଜଳି।

18

କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୪ : ଜୀବିତାବସ୍ଥାରେ ଆମର ଶ୍ରଦ୍ଧାର ଅଭାବରେ ପିତାମାତା ଯନ୍ତ୍ରଣା ପାଇବା ଓ ମୃତ୍ୟୁପରେ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ଆୟୋଜନ କରି ଶ୍ରାଦ୍ଧ ଅର୍ପଣ କରିବାରେ କୌଣସି ଯଥାର୍ଥତା ନଥାଏ। ଶ୍ରଦ୍ଧା ହେଉଛି ଏକ ବୃହତ୍ତମ ଦର୍ଶନ। ସର୍ବେ ଭବନ୍ତୁ ସୁଖିନ ର ମନ୍ତ୍ର ସେତେବେଳେ ସାର୍ଥକ ହେବ, ଯେତେବେଳେ ଆମେ ଶ୍ରଦ୍ଧାକୁ ଜୀବନର ଯଜ୍ଞ ଭାବେ ଗ୍ରହଣ କରିନେବା। ପିତୃପକ୍ଷ ଏପରି ଏକ ଉତ୍ସବ ଯାହା ଆମ ଅନ୍ତରରେ ବିମଳ ଶ୍ରଦ୍ଧାଭାବ ସୃଷ୍ଟି କରିଥାଏ ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଲଣା ବାସନ୍ତୀ ପଡ଼ିଆରେ ବୁଧବାର ଅନୁଷ୍ଠିତ ସମାଜସେବୀ ଡାକ୍ତର ମାୟାଧର ପଣ୍ଡାଙ୍କ ଦ୍ବାଦଶାହ ଶୋକ-ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ବେଦବିତ ଓ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ପାଳିଆବିନ୍ଧା କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ବରଞ୍ଜନ ଦାସ ଯୋଗଦେଇ ବିନମ୍ରତା ହିଁ ଉତ୍ତମ ମଣିଷର ସ୍ବଭାବ ଓ ଡକ୍ଟର ପଣ୍ଡା ବିନମ୍ର ଓ ଦରଦୀ ମଣିଷ ଭାବେ ପରିଚୟ ନେଇ ଆମ ସ୍ମୃତିରେ ରହିଥିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ରଘୁନାଥ ଲେଙ୍କା, ଦେବେନ୍ଦ୍ର ପୁହାଣ, ମହିଳାନେତ୍ରୀ ବିଦ୍ୟୁତଲତା ନାୟକ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଡାକ୍ତର ସଞ୍ଜୟ ଦାସ ପ୍ରମୁଖ ମଞ୍ଚାସୀନ ରହି ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଲଣା ସମିତିସଭ୍ୟ ଭାଗିରଥୀ ମଳିକ, ପୂର୍ବତନ ସରପଞ୍ଚ ଶରତ ମଳିକ, ଗୋଲକ ସାମଲ, ବାରୋ ସରପଞ୍ଚ ଉଦ୍ଧବ ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ବିଷ୍ଣୁମୋହନ ପଲାଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ପୁତ୍ର ଶିଶିର କୁମାର ପଣ୍ଡା, ସୁଧୀର କୁମାର ପଣ୍ଡା, ପ୍ରବୀର କୁମାର ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଅନ୍ୟତମ ପୁତ୍ର ଦିଲିପ୍ କୁମାର ପଣ୍ଡା ଶେଷସ୍ପର୍ଶ ପ୍ରଦାନ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |