ତିହିଡି, ଚାନ୍ଦବାଲି ଓ ମତୋ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ |

78

କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି, ଚାନ୍ଦବାଲି ଓ ମତୋ ପୋଲିସ ପକ୍ଷରୁ ପୃଥକ ପୃଥକ୍‌ଭାବେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସଏଫ ଜବାନଙ୍କ ସହିତ ପୋଲିସର ଏପରି ଫ୍ଲାଗ ମାର୍ଚ୍ଚ କରାଯାଇଥିବା ଜଣାଯାଇଛି । ଆଗାମି ୨୦୨୪ବ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ସେନେଇ ପୋଲିସ ପକ୍ଷରୁ ଏପରି ଫ୍ଲାଗ ମାର୍ଚ୍ଚ ଜରିଆରେ ସଚେତନତା ମୂଳକ ବାର୍ତ୍ତା ଦିଆ ଯାଇଛି । ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନେତୃତ୍ୱରେ ଏହି ଫ୍ଲାଗ ମାର୍ଚ୍ଚ ତିହିଡି ପୋଲିସ ସମେତ ଏକ ପ୍ଲାଟୁନ୍ ବିଏସଏଫ ଜବାନ ମିଳିତଭାବେ ଥାନା ପରିସରରୁ ବାହାରି ବଜାର ପରିକ୍ରମା କରିଥିଲେ । ବାଟରେ ଯାଉଥିବା ସାଧାରଣ ଲୋକଟିଏ ଅଥବା ଦୋକାନୀ ଭାଇଟିଏ ଏହାକୁ ଦେଖି ତାଟକା ହୋଇ ଯାଉଥିଲା । କଥା କ’ଣ କି ପୋଲିସର ଏପରି ପଇଁତରା କଣ ପାଇଁ ବୋଲି ଏକୁତାକୁ ପଚାରି ବୁଝୁଥିଲା । ଆଇଆଇସିଙ୍କ ସହ ଏସଆଇ ପ୍ରକାଶ ନାୟକ, ପ୍ରବୀଣ ଗିରି, ଦିଲ୍ଲିପ ଦେହୁରୀ, ଏଏସଆଇ କମଳାକାନ୍ତ ଶତପଥି, ପାର୍ଥସାରଥି ବେହେରା, ଚିତ୍ତରଞ୍ଜନ ବାରିକ ଓ କନେଷ୍ଟବଳ ନକୁଳ ସେନାପତି ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଚାନ୍ଦବାଲି ଓ ମତୋ ଆଇଆଇସିଙ୍କ ନେତୃତ୍ୱରେ ବଜାର ପରିକ୍ରମା କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |