କଟକ ରେ ୱାକଫ ଭବନ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ |

23

କଟକ (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୪ : ରାଜ୍ୟ ସରକାର ଙ୍କ ନିଷ୍ପତି କ୍ରମେ କଟକ ରେ ୱାକଫ ଭବନ ନିର୍ମାଣ ନିମନ୍ତେ ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ମାନ୍ୟବର ଆଇନ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ , ଜଗନ୍ନାଥ ସାରକା ଙ୍କ ଦ୍ୱାରା ନିର୍ଧାରିତ ସମୟ ରେ ବିଶିଷ୍ଟ ଅତିଥି ମାନଙ୍କ ଉପସ୍ଥିତି ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ଶୁଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶକ୍ରମେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ପ୍ରଚେଷ୍ଟା ରେ ରାଜ୍ୟ ସରକାରଙ୍କ ପକ୍ଷ ରୁ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କ ରେ ମତବ୍ୟକ୍ତ କରିବା ସହ ବିଶେଷ କରି ସେମାନଙ୍କ ର ଶିକ୍ଷା ଓ ସାମାଜିକ ସ୍ତର ରେ ସମାନତା ଉପଲବ୍ଧି ନିମନ୍ତେ ସରକାର ଆର୍ଥିକ ସହାୟତା ସହ ସ୍ୱତନ୍ତ୍ରତା ଅବଲମ୍ବନ କରୁଛନ୍ତି ବୋଲି କହିଥିଲେ | ଓଡିଶା ବୋର୍ଡ ଅଫ ୱାକଫ ତରଫରୁ ପ୍ରତିବର୍ଷ ଏହାର ଅନ୍ତର୍ଭୁକ୍ତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଆସୁଅଛି | ରାଜ୍ୟ ରେ ଏହି ୱାକଫ ବୋର୍ଡ ଅଧୀନ ରେ ବିଭିନ୍ନ ଜିଲ୍ଲା ରୁ ସର୍ବମୋଟ ୪୧୦୬ ଗୋଟି ଅନୁଷ୍ଠାନ ପଂଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ଓଡିଶା ସରକାର ଙ୍କ ଅନୁମୋଦନ କ୍ରମେ ରାଜ୍ୟ ର ୪୪୫ ଟି ୱାକଫ ଅନୁଷ୍ଠାନ କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ବୋଲି ମନ୍ତ୍ର୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ | ଏହି ଅବସରରେ କଟକ ମହାନଗର ନିଗମ ମେୟର , ସୁବାସ ସିଂ , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ନିରାମୟ ଉପଦେଷ୍ଟା ଡ଼ଃ ରଞ୍ଜନ ବିଶ୍ୱାଳ , ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ନିର୍ଦେଶକ ସୀତାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ଙ୍କ ଏହିଭଳି ବଳିଷ୍ଠ ପଦକ୍ଷେପ ପାଇଁ ଭୁୟସୀ ପ୍ରଶଂସା କରିଥିଲେ | ଓଡିଶା ୱାକଫ ବୋର୍ଡ ପ୍ରଶାସକ ସେକ ନିଜାଉଦ୍ଦିନ ସଭାକାର୍ଯ୍ୟ ପରିଚାଳନା କରି ଉପସ୍ଥିତ ଅତିଥି ଙ୍କ ସମେତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ଶାସନ ସଚିବ ରୂପା ରୋଶନ ସାହୁ ଙ୍କ ର ଏହି ଭବନ ନିର୍ମାଣ ନିମନ୍ତେ ସେମାନଙ୍କ ର ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ | ସୂଚନାଯୋଗ୍ୟ ରାଜ୍ୟ ର ମୁସଲମାନଙ୍କର ମସଜିଦ , ମଦ୍ରାସା , କବରସ୍ଥାନ , ଦରଘା ଓ ଅନ୍ୟାନ୍ୟ ମୁସଲିମ ଅନୁଷ୍ଠାନ ଗୁଡିକ ରେ ଉନ୍ନୟମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୧୯୫୯ ମସିହା ରେ କଟକ ସ୍ଥିତ ପୁରୁଣା ସଚିବାଳୟ ଠାରେ କମିଶନର ଅଫ ୱାକଫ ସ୍ଥାପନ କରିଥିଲେ | ଏଠାରେ ସର୍ଭେ କମିଶନର କାର୍ଯ୍ୟାଳୟ ମାଧ୍ୟମ ରେ ୱାକଫ ଅନୁଷ୍ଠାନ ସର୍ଭେ କାର୍ଯ୍ୟ ସମ୍ପାଦନ ସହ ଓଡିଶା ବୋର୍ଡ ଅଫ ୱାକଫ ଏବଂ ଓଡିଶା ରାଜ୍ୟ ହଜ କମିଟି କାର୍ଯ୍ୟାଳୟ ପରିଚାଳିତ ହୋଇଆସୁଥିଲେ | ପ୍ରତିବର୍ଷ ରାଜ୍ୟ ହଜ କମିଟି ତରଫରୁ ଓଡିଶା ର ହଜ ଯାତ୍ରୀମାନେ ଉକ୍ତ କାର୍ଯ୍ୟାଳୟ ରେ ଆବେଦନ କରି ସାଉଦିଆରବ ର ମକା ମଦିନା କୁ ସହଜ ରେ ଯାତ୍ରା କରିଥାନ୍ତି | ଚଳିତ ବର୍ଷ ମଧ୍ୟ ହଜ ଯାତ୍ରା ପାଇଁ ୫୮୬ ଜଣ ଯାତ୍ରୀ ଆବେଦନ କରିଛନ୍ତି | ଉକ୍ତ କାର୍ଯ୍ୟାଳୟ ୱାକଫ ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଙ୍କ ତରଫରୁ ୬ କୋଟି ୭୪ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରିଛନ୍ତି | ଏହି କାର୍ଯ୍ୟ କୁ ଅଧିକ୍ଷଣ ଯନ୍ତ୍ରୀ , ପୂର୍ତ୍ତି ବିଭାଗ କଟକ , ପ୍ରଭାଗ -୧ ଙ୍କ ଦ୍ୱାରା ୧୧ ମାସ ଧାର୍ଯ୍ୟ ସମୟ ସୀମା ମଧ୍ୟ ରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ସର୍ବେକ୍ଷଣ ୱାକଫ ଆୟୁକ୍ତ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡିଶା ୱାକଫ ବୋର୍ଡ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ , ରାଜ୍ୟ ହଜ କମିଟି ପୂର୍ଣ୍ଣଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ପୂର୍ବକ ଏହି ଶିଳାନ୍ୟାସ ଅବସରରେ ସୂଚନା ପ୍ରଦାନ କରିବା ସହ ରାଜ୍ୟ ସରକାର ଙ୍କ ଦ୍ୱାରା ଏହି ଭବନ ନିର୍ମାଣ ସମ୍ବନ୍ଧୀୟ ପଦକ୍ଷେପ ସ୍ୱରୂପ ନିଆଯାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିଥିଲେ | ଏହି ଶୁଭାରମ୍ଭ ଅବସରରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ୍ୟ ସରକାର ଙ୍କୁ ବିଶେଷ କରି ମୁଖ୍ୟମନ୍ତ୍ରୀ ଏବଂ ୫ ଟି ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ |