ଫତେପୁର ଛକରେ ସାର୍ବଜନିନ ମା ତାରିଣୀ ମନ୍ଦିର ପ୍ରତିଷ୍ଠା |

88

କଟକ (ଉତ୍କଳ ନ୍ୟୁଜ ) ୧୩-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପାଶ୍ୱର୍ ଫତେପୁର ଛକ ନିକଟରେ ସାର୍ବଜନିନ ମା’ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାହିତ ହୋଇଯାଇଛି । ୪ ଦିନ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ମାନସିକଧାରୀମାନେ ବ୍ରତ ରଖି ସାନିଦ୍ଧ୍ୟଲାଭ କରିଥିବା ଜଣାଯାଇଛି । ଶନିବାର ଅଙ୍କୁରାରୋପଣ କରାଯିବା ପରେ ଯଜ୍ଞ ଅଧିବାସ ହୋଇଥିଲା । ରବିବାର ସକାଳୁ ଠାକୁରାଣୀଙ୍କ ମହାସ୍ନାନ ପରେ ଦଧିନଉତି ସ୍ଥାପନ କରାଯାଇଥିଲା । ଫତେପୁର ଗ୍ରାମ ସହିତ ଆଖପାଖ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ଫତେପୁର, ଗୋପାଳପୁର, ବଡଗାଲୋ ଗ୍ରାମ ଆଦି ପରିକ୍ରମା କରି ଶେଷରେ ଗୋଳାପୋଖରୀରେ କଳସ ବୁଡାଇ ଯଜ୍ଞସ୍ଥଳରେ ସ୍ଥାପନ କରାଯାଇଥିଲା । ସୋମବାର ଠାକୁରାଣୀଙ୍କ ମୂର୍ତ୍ତୀ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା ଚାଲିଥିଲା । ମଙ୍ଗଳବାର ଗୋଧୂଳି ବେଳାରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଯାଇଛି । ୭୦ କିଲୋଗ୍ରାମରୁ ଉର୍ଦ୍ଧ ଘୃତ୍ୟ ଓ ୨ ହଜାରରୁ ଉର୍ଦ୍ଧ ଶ୍ରୀଫଳରେ ପୂର୍ଣ୍ଣାହୂତି ହୋଇଥିଲା ଏବଂ ଯଜ୍ଞ ପରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା ଯାହା ମା’ଙ୍କ ଆଗମନ ବୋଲି ଚର୍ଚ୍ଚା ହେଉଛି । ଶେଷରେ ଓଡିଶା ବିକଳାଙ୍ଗ ମଞ୍ଚ ଭଦ୍ରକ ଶାଖା ପକ୍ଷରୁ ଭିନ୍ନକ୍ଷମ ଅର୍କେଷ୍ଟା କାର୍ଯ୍ୟକ୍ରମ ହୋଇଥିଲା । ଆଖିକୁ ଦିଶୁନଥିଲେ ମଧ୍ୟ ଭିନ୍ନକ୍ଷମ କଳାକାରମାନେ ଅତି ସୁନ୍ଦର ସଂଗୀନ ଗାନ୍ କରି ପରିସରକୁ ଅଧିକ ଉତ୍ସବ ମୁଖର କରିଥିଲେ । ୪ ଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ । କର୍ତ୍ତାଭାବେ ଶଶିକାନ୍ତ ନାୟକ ଓ ଜୟନ୍ତୀ ନାୟକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ବେଦପଣ୍ଡିତ ପ୍ରସନ୍ନ କର, ଶୁସାନ୍ତ କର, କ୍ଷୀରୋଦ ତ୍ରିପାଠୀ, ଆଦିତ୍ୟ ପଣ୍ଡା, ସନ୍ତୋଷ ପଣ୍ଡା ଓ ବିଜୟ ଦାଶ ପ୍ରମୁଖ ପୂଜାବିଧି ଏବଂ ଯଜ୍ଞ କାର୍ଯ୍ୟ ତୁଲାଇଥିଲେ । ସରପଞ୍ଚ ପ୍ରଦୀପ ବଳ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଭୋଇ, ମଧୁସ୍ମିତା ଭୋଇ, ଉତ୍ତମ ମହାପାତ୍ର, ପ୍ରମୋଦ ଭୋଇ, ରତିକାନ୍ତ ଭୋଇ, ଦେବପ୍ରସାଦ ଭୋଇ, ଶଶିକାନ୍ତ ଭୋଇ, ସଞ୍ଜିବ ଭୋଇ, ରାମଚନ୍ଦ୍ର ଭୋଇ, ନିଗମାନନ୍ଦ ନାୟକ, ଗୟାଧର ଭୋଇ, ସନ୍ତୋଷ ବେହେରା, ଗୋପିନାଥ ଭୋଇ, ପ୍ରଦୀପ ଭୋଇ, ରାଜିବ ଭୋଇ, ଅନନ୍ତ ନାୟକ, ନିରଞ୍ଜନ ବେହେରା, ଅମୁଲ୍ୟ ନାୟକ ଓ ସମାଜସେବୀ ଧିରେନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୂଚରୁରୂପେ ସମାହିତ ହୋଇଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ଫତେପୁର ଛକରେ ପୂର୍ବରୁ ଏହି ମା’ ତାରିଣୀ ପୂଜା ପାଇଆସୁଥିଲେ । ରାସ୍ତା ସଂପ୍ରସାରଣ ସମୟରେ ମନ୍ଦିରକୁ ଭଙ୍ଗା ଦିଆଯାଇଥିଲା । କ୍ଷତିପୂରଣ ବାବଦରେ ବିଭାଗ ପକ୍ଷରୁ ସାମୟିକଭାବେ ଆର୍ଥିକ ସହାୟତା ମିଳିଥିଲା । ସ୍ଥାନୀୟ ବିମ୍ବାଧର ଭୋଇ ନାମକ ଜଣେ ବଦାନ୍ୟ ବ୍ୟକ୍ତି ମନ୍ଦିର ନିର୍ମାଣ ଲାଗି ଜମି ଦାନ କରିବା ସହିତ ପୂଜାର୍ଚ୍ଚନା କରି ଆସୁଥିଲେ । ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିବା ସହିତ ବିଭିନ୍ନ ଶ୍ରଦ୍ଧାଳୁ ଭକ୍ତଙ୍କ ଦାନରେ ସଂପ୍ରତି ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇ ପାରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।