ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କୁ ଲାପଟପ ଓ ମୋବାଇଲ ଫୋନ ବଣ୍ଟନ |

34

କଟକ (ଉତ୍କଳ ନ୍ୟୁଜ ) ୧୨-୦୩-୨୦୨୪ : ଜିଲ୍ଲା ସମଗ୍ର ଶିକ୍ଷା ଓ ଷ୍ଟାର୍ସ ପ୍ରକଳ୍ପ ଅଧୀନ ରେ ଆଜି କଟକ ଜିଲ୍ଲା ର ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ଓ ଲାପଟପ ବଣ୍ଟନ କରାଯାଇଛି | ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲା ର ମୋଟ ୬୦ ଜଣ ଛାତ୍ରଛାତ୍ରୀ ଙ୍କୁ ଲାପଟପ ଓ ମୋବାଇଲ ଫୋନ ବଣ୍ଟନ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀ ମାନଙ୍କ ର ଉନ୍ନତି କାମନା କରିବା ସହିତ ରାଜ୍ୟ ସରକାର ଙ୍କ ଏଭଳି ଉପକରଣ ବଣ୍ଟନ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ଅଧୁନାତନ ରଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ | ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଶୈଳବାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବ୍ରାହ୍ମଣ ଝରିଲୋ କନିଷ୍ଠ ମହାବିଦ୍ୟାଳୟ ର ମେଧାବୀ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କୁ ଲାପଟପ ଓ ମୋବାଇଲ ଫୋନ ବଣ୍ଟନ କରାଯାଇଥିଲା | କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ , ଅନ୍ତନରବେଶୀ ଶିକ୍ଷା ସଂଯୋଜିକ ଚିତ୍ତରଞ୍ଜନ ପଣ୍ଡା , ଅର୍ଥ ପରାମର୍ଶଦାତ୍ରୀ , ସମଗ୍ର ଶିକ୍ଷା , ଶ୍ରୀମତୀ ରୋଜାଲିନ ପଟ୍ଟନାୟକ , ସମଗ୍ର ଶିକ୍ଷା ର ସମ୍ବଳ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ |