ବସନ୍ତ ମଣିଷର ସୂକ୍ଷ୍ମଚେତନାକୁ କରେ ଆଲୋଡିତ, ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଆମ୍ବ ବଉଳର ବାସ |

101

କଟକ (ଉତ୍କଳ ନ୍ୟୁଜ ) ୧୧-୦୩-୨୦୨୪ : ମଣିଷର ଉଭୟ ବାହ୍ୟ ଓ ଅନ୍ତର୍ଚେତନା ସୌନ୍ଦର୍ଯ୍ୟ ବିମଣ୍ଡିତ । କବି ଓ କଳାକାର ସ୍ୱଭାବତଃ ସୌନ୍ଦର୍ଯ୍ୟପ୍ରିୟ । ସଂସାରର ସକଳ ଦୁଃଖଶୋକ, ଭୋକ-ଯାତନା ଓ ଦୈନ୍ୟତା ଭିତରେ ବି ଜୀବନକୁ ରଙ୍ଗମୟ କରିବା ପାଇଁ ଦରକାର ହୁଏ ବସନ୍ତର ପ୍ରଲେପ । ମଳୟରେ ଆମ୍ବ ବଉଳର ବାସ୍ନା ଆମ ସୂକ୍ଷ୍ମଚେତନାକୁ ଆଲୋଡିତ ଓ ରଙ୍ଗାୟିତ କରେ ବୋଲି ଭଦ୍ରକ ଜିଲ୍ଲା ତିହିଡି ସାହିତ୍ୟ ସାଂସ୍କୃତିକ ମଞ୍ଚ ପକ୍ଷରୁ ସ୍ଥାନୀୟ ସୈନିକ ସ୍କୁଲ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ "ଆମ୍ବ ବଉଳର ବାସ" ଶୀର୍ଷକ ସାରସ୍ୱତ ଫଗୁ ଆଲୋଚନା ଓ କବିତାପାଠ ଉତ୍ସବରେ ଯୋଗଦେଇ ଅତିଥି ମତବ୍ୟକ୍ତ କରିଛନ୍ତି । ମଞ୍ଚର ଉପଦେଷ୍ଟା ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ପବିତ୍ର ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ କବିତାରେ ଫଗୁ ଓ ଫଗୁଣର ବୈଚିତ୍ର‌୍ୟ ତଥା ବସନ୍ତର ବର୍ଣ୍ଣବିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ 'ନିହାରକନ୍ୟା' ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ତଥା ଗୀତିକବି ସୁରଞ୍ଜନ ପାତ୍ର ଯୋଗଦେଇ ବସନ୍ତଋତୁ ସହ କବିର ସମ୍ପର୍କ ଅତ୍ୟନ୍ତ ନିବିଡ଼ ବୋଲି ମତବ୍ୟକ୍ତ କରିଥିଲେ । ଯୁବକବି ନିରଂଜନ ବାରିକ ମଞ୍ଚ ଆବାହନ କରିଥିବା ବେଳେ କବି ଓ ଆଇନଜୀବୀ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ ଓ ମଞ୍ଚର ଆବାହକ ଗାଳ୍ପିକ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ‘ଏଯାବତ' ପତ୍ରିକାର ସମ୍ପାଦକ କବି ମାନସ ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବିଶ୍ରୀ ଗୋଲୋକ ପ୍ରସାଦ ବୈୟାରୀ, ବାବୁରାମ ରାଉତ, ସଂଜିତ ବଳ, ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ, ପ୍ରଭାତ କୁମାର ରାଉଳ, ବିପ୍ଳବ ରଞ୍ଜନ ପତି, ତପନ ହାତୀ, ଦେବେନ୍ଦ୍ର ନାଥ ମହାଳିକ, ମୁକୁନ୍ଦଦେବ ନାୟକ, ବୈକୁଣ୍ଠନାଥ ଓଝା, ବସନ୍ତ କୁମାର ଦାସ, ସୁକାନ୍ତ ସେଠୀ, ପତିତପାବନ ପାଣି, ସଂଗ୍ରାମ ସେନାପତି, ପର୍ଶୁରାମ ପଣ୍ଡା, ପୁଷ୍ପାଞ୍ଜଳି ତ୍ରିପାଠୀ, ବିଶ୍ୱମୈତ୍ରୀ ନାୟକ, ରଘୁନାଥ ପାତ୍ର, ଅଶୋକ ପାଣିଗ୍ରାହୀ, ରୀନାରାଣୀ ପାତ୍ର, ଜଗବନ୍ଧୁ ମହାନ୍ତି, ନନ୍ଦନ ମିଶ୍ର, ସୁବାସ ଦାସ, ଜୟନ୍ତ କୁମାର ମହାନ୍ତି, ଆଶୁତୋଷ କରଣ, ମନୋରଞ୍ଜନ ମୁଦୁଲି, ପୀତାମ୍ବର ସେଠୀ, ତୁଷାର ଜେନା, ରତିକାନ୍ତ ଦାସ, ଅକ୍ଷୟ କୁମାର ଦାସ, ଅଭିରାମ ଦାସ ପ୍ରମୁଖ କବିତାପାଠ କରିଥିଲେ । ମଞ୍ଚର ସଂଯୋଜକ ତଥା ଯୁବକବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |