ବିଜେପି-ବିଜେଡି ହଟାଅ, ଇଣ୍ଡିଆ ମେଣ୍ଟକୁ ଜିତାଓ: ସିପିଆଇ(ଏମ)|

92

କଟକ (ଉତ୍କଳ ନ୍ୟୁଜ ) ୦୯-୦୩-୨୦୨୪: ବିଜେପି-ବିଜେଡି ହଟାଅ, ଇଣ୍ଡିଆ ମେଣ୍ଟକୁ ଜିତାଓ: ସିପିଆଇ(ଏମ) । ଆସନ୍ତା ନିର୍ବାଚନରେ ସିପିଆଇ(ଏମ)ର ଦାୟିତ୍ୱ ସଂପର୍କରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଓ ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ ଯୋଗଦେଇ ଜାତୀୟ ସଂପତ୍ତିି ବିକାଳୀ ବିଜେପି ଓ ତା’ର କନିଷ୍ଠ ସହଯୋଗୀ ବିଜେଡିକୁ କ୍ଷମତାରୁ ହଟାଇ ରାଜନୈତିକ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ସିପିଆଇ(ଏମ)ର ଜିଲ୍ଲା କର୍ମକର୍ତ୍ତର୍ା ମାନେ କାମ କରିବାକୁ ଆହ୍ୱାନ ଜଣାଇଥିଲେ । ସଂପ୍ରତି ବିଜେଡି-ବିଜେଡି ମେଣ୍ଟ ସଂପର୍କରେ କଟାକ୍ଷ କରି ସନ୍ତୋଷ ଦାସ କହିଲେ ଯେ, ଆମ ଦେଶ ଓ ରାଜ୍ୟର ଖଣିଜ ସମ୍ପଦ, ଜଳସଂପଦ, ଶିକ୍ଷା, ସ୍ୱାସ୍ଥ୍ୟ, ରେଳ, ବ୍ୟାଙ୍କ, ବୀମା, ଡାକ, ତାର ସେବା ଆଦିକୁ ବିକ୍ରି କରିବା ପାଇଁ ବିଭିନ୍ନ ବହୁଜାତୀୟ କଂପାନୀ ଏବଂ ବିଜେପି-ବିଜେଡି ଭିତରେ ଦିଲ୍ଲୀରେ ଡିଲ ଚାଲିଥିଲା । ସେହି ଡିଲରେ ଓଡିଶାରୁ ବିଜେପି ପକ୍ଷରୁ ମନମୋହନ ସାମଲ ଓ ବିଜେଡି ପକ୍ଷରୁ ଭିକେ ପାଣ୍ଡିଆନ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରିଥିଲେ । ଏହି ସରକାରୀ ସଂପତ୍ତି ବିକାଳୀ ଓ ଲିଜ୍‌ଧାରୀ ବିଜେପି ବିଜେଡି କୁ କ୍ଷମତାରୁ ହଟାଇ ରାଜନୈତିକ ମେଣ୍ଟଇଣ୍ଡିଆର ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ସନ୍ତୋଷ ଦାସ ଆହ୍ୱାନ ଜଣାଇଥିଲେ । ଏକ ପୁରୁଷ ଧରି ଓଡିଶାରେ କ୍ଷମତାସୀନ ବିଜେଡି ସିବିଆଇ ଓ ଇଡି ଭୟରେ ଓଡିଶାକୁ ସାଂପ୍ରଦାୟିକ ଦଳ ବିଜେପି ପାଖରେ ସମର୍ପି ଦେବା ନୀତିକୁ ସିପିଆଇ(ଏମ) ତୀବ୍ର ଭର୍ତ୍ସନା କରିଛି । କଳିଙ୍ଗ ବୀର ବିଜୁବାବୁ ଓ ତତ୍କାଳୀନ ଜନତା ଦଳର ସଭାପତି ଅଶୋକ ଦାସ ମୃତ୍ୟୁ ପର୍ଯ୍ୟନ୍ତ ସାଂପ୍ରଦାୟିକ ଦଳ ବିଜେପି ସହିତ ସାଲିସ କରିନଥିବା ବେଳେ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଓ ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ ପାଣ୍ଡିଆନଙ୍କ ମଧ୍ୟସ୍ଥତାରେ ବିଜେପି ସହିତ ସାଲିସ କରିବା ଓଡିଆ ଜାତି ପାଇଁ କଳଙ୍କିତ ବିଷୟ ଅଟେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ବୈଠକରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ ଜିଲ୍ଲାରେ ସିପିଆଇ(ଏମ)ର ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିବା ବେଳେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ଚନ୍ଦ୍ରଶେଖର ନାୟକ, ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ,ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବିନୋଦ ସାହୁ, ମଳୟ ଭୋଇ, ରାଧା ଦାସ, କାଳନ୍ଦୀ ପାତ୍ର, ନିରଞ୍ଜନ ପାଣି, ରମେଶ ସାହୁ, ସତ୍ୟ ମୂତ୍ତି ବେହେରା ଓ ଜୟନୁଲ ଆବେଦିନ ପ୍ରମୁଖ ଯୋଗଦେଇ ଚାଷୀ ଓ ଶ୍ରମିକ ବିରୋଧୀ ବିଜେପି ଓ ବିଜେଡି ବିରୁଦ୍ଧରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ସଭା, ସାଧାରଣ ବୈଠକ ସଂଗଠିତ କରି ରାଜନୈତିକ ପ୍ରଚାର କାର୍ଯ୍ୟକ୍ରମ ଆଗେଇ ନେବାକୁ ନିଷ୍ପତ୍ତି ନେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |