ଖଣ୍ଡାୟତ କ୍ଷେତ୍ରୀୟ ସାମଜ ର ରାଜ୍ୟସ୍ତରୀୟ ମହାସମ୍ମିଳନି ଅନୁଷ୍ଠିତ ହୋଇଯାଇଛି |

31

କଟକ ( ଉତ୍କଳ ନ୍ୟୁଜ) ୦୯-୦୩-୨୦୨୪: ଖଣ୍ଡାୟତ କ୍ଷେତ୍ରୀୟ ସାମଜ ର ରାଜ୍ୟସ୍ତରୀୟ ମହାସମ୍ମିଳନି ଅନୁଷ୍ଠିତ ହୋଇଯାଇଛି | ରାଉଲକେଲା ଭଞ୍ଜନଗର ସ୍ଥିତା ଭଞ୍ଜ ଭବନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମାନଙ୍କ ଦ୍ୱାରା ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦିଲୀପ ରାୟ , ମୁଖ୍ୟବକ୍ତା ଭାବେ ପ୍ରଭାତ ମଲ୍ଲିକ , ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତ ରାୟ , ଏମପି ଜୁଏଲ ଓରାମ , ଖଣ୍ଡାୟତ କ୍ଷେତ୍ରୀୟ ସାମଜ ର ରାଜ୍ୟସଭାପତି ସରୋଜ ସିଂ , ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଉପସ୍ଥିତ ରହିଥିଲେ | ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ରାଜ୍ୟ ସମ୍ମିଳନୀ ରେ ରାଜ୍ୟ ରେ ଥିବା ୫୪ ପ୍ରତିଶତ ମଧ୍ୟ ରେ କିପରି ଏକତା ରହିବା , ପରସ୍ପର କୁ ସହଯୋଗ ର ହାଥ ବଢାଇବା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା | କଳା , କ୍ରୀଡା ଓ ସେବା ଆଦି କ୍ଷେତ୍ର ରେ ୨୫୦ ରୁ ଉର୍ଧ ବ୍ୟକ୍ତି ଙ୍କୁ ମାନପତ୍ର , ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା |