ବିଏନ୍‌ଏମ୍‌ଏ କଲେଜ ବାଣିଜ୍ୟ ବିଭାଗର ପାଠଚକ୍ର |

26

କଟକ (ଉତ୍କଳ ନ୍ୟୁଜ ) ୦୭-୦୩-୨୦୨୪ : ବିତ୍ତୀୟ ବଜାରରେ ବତ୍ତିିଗତ କ୍ୟାରିଅରର ବ୍ୟାପକ ସୁଯୋଗ ରହିଛି ଓ ଅତ୍ୟାଧୁନିକ ବିଷୟ ଉପକରଣର ବିବିଧ ଧାରଣା ସମ୍ପର୍କରେ ଅବଗତ ହେବା ଜରୁରି ବୋଲି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚି ନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟ ଯୁକ୍ତତିନି ବାଣିଜ୍ୟ ବିଭାଗ ପକ୍ଷରୁ ବିତ୍ତୀୟ ବଜାର ଓ ଉପକରଣ ଶୀର୍ଷକ ପାଠଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଏହି ସମ୍ପାନର ବିଷୟ ବିଶାରଦ ଭାବେ ଭୁବନେଶ୍ୱର ମ୍ୟାନେଜମେଣ୍ଟ ବିଭାଗ ମୁଖ୍ୟ ନିହାର ରଞ୍ଜନ ସାମଲ ଓ ଅଧ୍ୟାପକ ସଜ୍ଜନ ଲେଙ୍କା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିତ୍ତୀୟ ବଜାର ଉପକରଣର ବିଭିନ୍ନ ଦିଗ ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ତପନ କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗ ମୁଖ୍ୟା ଡକ୍ଟର ଚିନ୍ମୟୀ ସେନାପତି ବିଷୟବସ୍ତୁ ଉପରେ ଉପକ୍ରମଣିକା ପ୍ରଦାନ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଭାଗିରଥୀ ଜେନା, ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା, ପ୍ରାଣବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ସ୍ୱପ୍ନା ସାମନ୍ତ, ମନୋବିଜ୍ଞାନ ବିଭାଗର ବୈଷ୍ଣବ ମହାନ୍ତି, ଛାତ୍ର ରମଜାନ ସାହା, ଗୌରାଂଗ ବଳ, ଆଶୁ ଦାସ ଓ ଛାତ୍ରୀ ସୂଚିସ୍ମିତା ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଛାତ୍ର ସୋମନାଥ ପଣ୍ଡା, ଅଭିଷେକ ନାୟକ, ସୁଦାମ ନାୟକ ଓ ଶୁଭଲକ୍ଷ୍ମୀ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପିକା ହିମାସ୍ମୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |