ତିହିଡ଼ିରେ ଯାଦବ ଜାଗୃତି ସମାବେଶ ଓ ପଛୁଆବର୍ଗ ବନ୍ଧୁ ମିଳନ |

153

କଟକ (ଉତ୍କଳ ନ୍ୟୁଜ ) ୦୭-୦୩-୨୦୨୪: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସଦର ବଜାରସ୍ଥିତ କାଳୀପଡିଆରେ ଅଲ ଓଡ଼ିଶା ଯାଦବ ମହାସଭା, ତିହିଡ଼ି ଶାଖା ଆନୁକୂଲ୍ୟରେ ଯାଦବ ଜାଗୃତି ସମାବେଶ ଓ ପଛୁଆବର୍ଗ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ବ୍ଲକ ସମେତ ଭଦ୍ରକ ଜିଲା ତଥା ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଏହି ସମାବେଶରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଯାଦବ ମାନଙ୍କର ସାମାଜିକ ନ୍ୟାୟ ଅଧିକାର ତଥା ଯାଦବ ଇତିହାସ, ସଂସ୍କୃତି, ପରମ୍ପରା ବିଷୟରେ ମାର୍ଗଦର୍ଶନ କରିଥିଲେ କରାଯାଇଥିଲା । ଓବିସି ଅର୍ନ୍ତଭୁକ୍ତ ଯାଦବମାନଙ୍କୁ ସାମ୍ବିଧାନିକ ଅଧିକାର ଓ ସମାଜ ପ୍ରତି ଯେଉଁ କର୍ତ୍ତବ୍ୟ ସେ ବାବଦରେ ସଚେତନ ସୃଷ୍ଟି କରାଇବା ଏହାର ମୂଳ ଲକ୍ଷ୍ୟ । ଯାଦବମାନଙ୍କୁ କେନ୍ଦ୍ର ସରକାର ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଛନ୍ତି । ମାତ୍ର ରାଜ୍ୟ ସରକାର ପାଠ ପଢିବା ଲାଗି କୌଣସି ସଂରକ୍ଷଣ ବ୍ୟବସ୍ଥା କରିନଥିବା ବେଳେ ଚାକିରୀ କ୍ଷେତ୍ରରେ ମାତ୍ର ୯.୫ ପ୍ରତିସତ ସଂରକ୍ଷଣ ସୁବିଧା କରିଛନ୍ତି ଯାହା ସମୂଦ୍ରକୁ ଶଙ୍ଖେ ବୋଲି କୁହାଯାଇଛି । ପାଠ ପଢିବାର ସୁବିଧା ମିଳିଲେ ଜଣେ ଚାକିରୀ ସୁବିଧା ପାଇ ପାରନ୍ତା । ଏହି ସମ୍ମିଳନୀ ଜରିଆରେ ସାମ୍ବିଧାନିକ ଅଧିକାରକୁ କେମିତି ଜାହିର କରି ହାସଲ କରିହେବ ସେନେଇ ସଚେତନତା ସୃଷ୍ଟି କରାଯାଇଛି । ଜିଲା ସମ୍ପାଦକ ପ୍ରତାପ ମହାକୁଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକୁ ମୁଖ୍ୟ ଅତିଥି ପୂର୍ବତନ କାର୍ଯ୍ୟକାରୀ ସଭାପତି ଚୌଧୁରୀ ରମାକାନ୍ତ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡ଼ିଶା ପ୍ରଦେଶ ଉପଦେଷ୍ଟା ଚିତ୍ତରଂଜନ କଂସ, କାର୍ଯର୍୍ୟକାରୀ ସଭାପତି ସବ୍ୟସାଚୀ ମହଲା, ଉପସଭାପତି ଉପେନ୍ଦ୍ର ମହାକୁଡ଼, ଯୁବ ସଭାପତି ଇଂ ରାଜେଶ ମହାକୁଡ଼, ସାଧାରଣ ସମ୍ପାଦକ ଆର୍ତ୍ତର୍ବନ୍ଧୁ ପୃଷ୍ଟି, ଉପସଭାପତି ସୁଧାଂଶୁ ନାୟକ, ମୁଖ୍ୟ ପରାମର୍ଶଦାତା ରାମଚନ୍ଦ୍ର ବାରିକ, ତିହିଡ଼ି ବ୍ଲକ ସଭାପତି ନରେନ୍ଦ୍ର କୁମାର ବାରିକ, ବ୍ଲକ କାର୍ଯ୍ୟକାରୀ ସଭାପତି ନୃସିଂହ ମହାକୁଡ଼, ହରିଶ୍ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତର ସଭାପତି ରବୀନ୍ଦ୍ର ଦାସ, ଶ୍ରୀଧର ବାରିକ, ଲକ୍ଷ୍ମଣ ପରିଡ଼ା, ବଳରାମ କବି, ବିପିନ ବେହେରା, ବାବାଜୀ ଖିଲାର, ଦୀନବନ୍ଧୁ ମହାକୁଡ଼, ପ୍ରଶାନ୍ତ ବାରିକ, ଭାଗିରଥି ଦାସ, ରତିକାନ୍ତ ମହାକୁଡ଼, ନାରାୟଣ ପୃଷ୍ଟି, ଅନିରୁଦ୍ଧ ବାରିକ, ସମରେନ୍ଦ୍ର ବାରିକ, ଗଙ୍ଗାଧର ପରିହାରୀ, ଗୟାଧର ବାରିକ, ଭୀମସେନ ବାରିକ, ଶଙ୍କର୍ଷଣ ବାରିକ, ଗଜେନ୍ଦ୍ର ବାରିକ, ଦେବେନ୍ଦ୍ର ଦାସ, ରାମଚନ୍ଦ୍ର ଦାସ, ତନ୍ମୟ ନାୟକ, ପ୍ରଶାନ୍ତ ବେହେରା, ରବୀନ୍ଦ୍ର ଦାସ, ଦେବେନ୍ଦ୍ର ବାରିକ, ସର୍ବେଶ୍ୱର ବେହେରା, ଗଙ୍ଗାଧର ପାଣ୍ଡବ ଓ ପଦ୍ମାନାଭ ଦାସ ପ୍ରମୁଖ ନିଜ ନିଜ ପଞ୍ଚାୟତର ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଯୁବ ସଭାପତି ଚନ୍ଦନ ନାୟକ, ଶଶିଭୁଷଣ ମହଲା ଓ ଯୁବ ସମ୍ପାଦକ ସୌମ୍ୟରଂଜନ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜସେବୀ ନିରଞ୍ଜନ ବାରିକ ଧନ୍ୟବାଦ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |