ଚୌଦ୍ବାର ଇମ୍ଫା କାରଖାନା ପରିସର ରେ ୫୩ତମ ଜାତୀୟ ସୁରକ୍ଷା ଦିବସ/ ସପ୍ତାହ ପାଳିତ |

35

କଟକ (ଉତ୍କଳ ନ୍ୟୁଜ ) ୦୬-୦୩-୨୦୨୪: ୫୩ତମ ଜାତୀୟ ସୁରକ୍ଷା ଦିବସ/ ସପ୍ତାହ ୨୦୨୪ ଚୌଦ୍ବାର ସ୍ଥିତ ଇମ୍ଫା କାରଖାନା ପରିସର ରେ ବହୁ ଆଡମ୍ବରେ ପାଳିତ ହୋଇ ଯାଇଛି । ଏଥିରେ କଟକ ଜୋନ – ୧ ର ଆସିଷ୍ଟାଣ୍ଡ ଡାଇରେକ୍ଟର ( କାରଖାନା ଓ ବାଷ୍ପୀତ୍ର ବିଭାଗ) ଶ୍ରୀ ସୁଧାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ସେ ସମସ୍ତ ଶ୍ରମିକ ତଥା ପଦସ୍ଥ ଅଧିକାରୀ ମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସଙ୍ଗେ ସଙ୍ଗେ, ନିଜ ଉଦ୍ବୋଧନ ରେ ସୁରକ୍ଷା,କାରଖାନା ରେ କାର୍ଯ୍ୟରତ ଥିବା ଶ୍ରମିକ ମାନଙ୍କ ପାଇଁ କେତେ ଗୁରୁତ୍ଵପୂର୍ଣ୍ଣ ସେ ବିଷୟ ରେ ଅବଗତ କରାଇଥିଲେ। ଶ୍ରୀ ସୁଧାଂଶୁ ଶେଖର ସାହୁ ନିଜ ଭାଷଣ ରେ ସ୍ଵାସ୍ଥ୍ୟ ତଥା ପରିବେଶ ପ୍ରତି ସଚେତନ ରହିବା ପାଇଁ ସମସ୍ତଙ୍କୁ ଆୱାନ କରିଥିଲେ । ଇମ୍ଫା ର ମୁଖ୍ୟ ଶ୍ରୀ ବିନୟ ଅଗ୍ରୱାଲ ସମସ୍ତଙ୍କୁ ସୁରକ୍ଷାର ମାନ ତଥା ସଚେତନ ରହି କାର୍ଯ୍ୟ କରିବା ଦ୍ଵାରା ନିଜର, ନିଜ ପରିବାର ଓ କାରଖାନା ର ମାନ କିପରି ବୃଦ୍ଧି ହୁଏ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସର୍ବ ଶେଷରେ ମାନବ ସମ୍ବଳ ମୁଖ୍ୟ ଶ୍ରୀ ଜି.ଏସ ପ୍ରସାଦ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ( I COMMIT TO BE SAFE) ରେ ହସ୍ତାକ୍ଷର କରିବା ପାଇଁ ଆମନ୍ତ୍ରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଚୌଦ୍ବାର ସୁରକ୍ଷା ମୁଖ୍ୟ ଶ୍ରୀ ଶଶାଙ୍କ ଶେଖର ଶୁବୁଦ୍ଧିରାୟ ଓ ତାଙ୍କ ବିଭାଗୀୟ କର୍ମୀ ମାନେ ସୂଚାରୁରୂପେ ତୁଳାଇଥିଲେ ।