ବିଏନଏମଏ ମହାବିଦ୍ୟାଳୟରେ ନୂଆ ଓ ଶିକ୍ଷାବୃତ୍ତି ପ୍ରଦାନ |

120

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ଭଦ୍ରକ ଜିଲ୍ଲା ତିହିଡିବ୍ଲକ ପାଳିଆବିନ୍ଧା ପଞ୍ଚାୟତ ଅଧିନ ବିରଞ୍ôଚô ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ ୧୩୫୫ ଜଣ ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟକୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ପାଢ଼ୀ ମୁଖ୍ୟ ଅତିଥି ଓ ସାମ୍ବାଦିକ ରାମନାରାୟଣ ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷରେ ସ୍ନାତକ, ସ୍ନାତକୋତ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ଅଧ୍ୟୟନ ନିମନ୍ତେ ‘ନୂଆ ଓ ଛାତ୍ରବୃତ୍ତିି’ ଜରିଆରେ ୯ ହଜାର/୧୦ ହଜାର/୧୧ ହଜାର ଟଙ୍କା ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆସୁଥିବା ବେଳେ ମହାବିଦ୍ୟାଳୟ ପକ୍ଷରୁ ଏ ବାବଦରେ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |