ରାଜ୍ୟ ବିଜେପି ନେତା ହତାଶ, ବିଜେଡି ବିରୋଧରେ ପଦଟିଏ ବି କହିଲେନି ମୋଦି ।

145

କଟକ (ଉତ୍କଳ ନ୍ୟୁଜ ) ୦୫-୦୪-୨୦୨୪ : ରାଜ୍ୟ ବିଜେପି ନେତା ହତାଶ, ବିଜେଡି ବିରୋଧରେ ପଦଟିଏ ବି କହିଲେନି ମୋଦି । ଦିନିକିଆ ଓଡ଼ିଶା ଗସ୍ତରେ ଆଜି ଚଣ୍ଡିଖୋଲ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ପୁରା ରାଜ୍ୟ ଥିଲା ଚଳଚଞ୍ଚଳ । ଆଜି ମଧ୍ୟ ପୁରା ରାଜ୍ୟରେ ଥିଲା ଶ୍ରଧାଞ୍ଜଳି ଓ ସ୍ୱାଗତର ମାହୋଲୋ । ଗୋଟିଏ ପଟେ ବିଜେଡି ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ଶ୍ରଦ୍ଧାଞ୍ଜଳି ସଭାରେ ବ୍ୟସ୍ତ ଥିଲା । ସେହିପରି ମୋଦିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲା ରାଜ୍ୟ ବିଜେପି । ଏହା ଭିତରେ ଉଭୟ ଦଳର ନେତାଙ୍କ ସହିତ ଓ ପୁରା ରାଜ୍ୟର ନଜର ଥିଲା ମୋଦିଙ୍କ ଭାଷଣ ଉପରେ । ସକାଳର ସ୍ଥିତି ଦେଖିଲେ ଲାଗୁଥିଲା ଆଜି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବେ ମୋଦୀ । କାରଣ ଇଡିରେ ଆଜି ହାଜର ହୋଇଥିଲେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିଲେ । ଏହା ପୂର୍ବରୁ ପ୍ରଫୁଲ୍ଲ ସାମିଲଙ୍କୁ ମଧ୍ୟ ଜେରା କରିଥିଲା ଇଡି । ସେଥିପାଇଁ ବିଜେପି ନେତା ଅଧିକ ଉତ୍ସାହିତ ଥିଲେ । ଇଡିର ଆକ୍ସନ ଦେଖି ରାଜନୈତିକ ସମିକ୍ଷକମାନେ ମଧ୍ୟ ଅନୁମାନ କରୁଥିଲେ କି ଆଜି ରାଜ୍ୟ ସରକାରଙ୍କ ଉପରେ ଚଡକ ପଡିବ । ସେହିପରି ଗତକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଧାମନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ନେତା ରାଜେନ୍ଦ୍ର ଦାସ ବିଜେପିର ସାମିଲ ହୋଇ ଟୋପି ମଧ୍ୟ ପିନ୍ଧି ସାରିଛନ୍ତି । ଆହୁରି କେତେ ବିଜେଡି ନେତା ମଧ୍ୟ ବିଜେପିର ହେବାର ସମ୍ଭାବନା ରହିଥିବା ବିଜେପି ପକ୍ଷରୁ କୁହାଯାଉଛି । ହେଲେ ସେମିତି କିଛିବି ହେଲା ନାହିଁ । ବିଜେପି ନେତାଙ୍କ ସବୁ ଆଶା ମଉଳି ଗଲା । କାରଣ ମଞ୍ଚ ଉପରେ ସରକାରୀ ସଭାରେ ନବୀନଙ୍କ ସହ ହାତ ମିଶାଇ ହସି ହସି କଥା ହେଲେ ପ୍ରଧାନମନ୍ତ୍ରୀ । ବିଜେପି ନେତା ଆଶା କରିଥିଲେ ସାଧାରଣ ସଭାରେ ହୁଏତ୍ ନବୀନ ପଟ୍ଟନାୟକଙ୍କ ବିରୋଧରେ ବର୍ଷିବେ ମୋଦୀ । କିନ୍ତୁ ସାଧାରଣ ସଭାରେ ଓଡିଶା ବିକଶିତ ହେଉଛି ବୋଲି କହିଲେ । ଆଗାମୀ ଦିନରେ ଓଡିଶା ବିକଶିତ ଭାରତର ପ୍ରବେଶ ପଥ ହେବ ବୋଲି ବି କହିଲେ । କାରଣ ଓଡିଶାରେ ପେଟ୍ରୋ କେମିକାଲ ଓ ଟେକ୍ସଟାଇଲ ୟୁନିଟ ପାଇଁ ପର‌୍ୟ୍ୟାପ୍ତ ସୁଯୋଗ ରହିଛି । କିନ୍ତୁ ଓଡିଶାରେ ଟେକ୍ସଟାଇଲ ପାଇଁ ପ୍ରଚୁର ପରିମାଣରେ କଞ୍ଚାମାମ ସହ କୁଶଳି କାରିଗର ଥାଇ ମଧ୍ୟ ଶ୍ରମିକ କାହିଁକି ସୁରଟ ଯାଉଛନ୍ତି ତାହା ବି କହିଲେ ନାହିଁ । ବିଜେପି ନେତାଙ୍କ ସବୁ ଅଙ୍କ ଭୁଲ ହୋଇଗଲା । ଓଡିଶାରେ କଂଗ୍ରେସକୁ ପୁରାପୁରି ଧୋଇଲେ ମୋଦୀ ଏବଂ ବିଜୁବାବୁଙ୍କ ଅବଦାନକୁ ବି ସ୍ମରଣ କଲେ । ଯାହାକି ସମସ୍ତଙ୍କୁ ଚକିତ କରୁଛି । ଆଉ ଏସବୁକୁ ଦେଖି ବିଜେଡି ଓ ବିଜେପି ଭିତରେ କିଛି ଅର୍ନ୍ତନିହିତ ସମ୍ପର୍କ ଅଛି ବୋଲି କହିବାକୁ ସୁଯୋଗ ଦେଉଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |