ହେଡ୍ ପୋଷ୍ଟମାଷ୍ଟରଙ୍କ ପୋଲିସ ଧମକ୍‌, ଅଫିସ ଭିତରେ ଖାଇବା ଶୋଇବାରେ କଟୁଛି ଦିନ |

130

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ଅପରାହ୍ନ ୩ଟା ସମୟ । ଭଦ୍ରକ ହେଡ ପୋଷ୍ଟ ଅଫିସର ରେଜିଷ୍ଟ୍ରେସନ କାଉଣ୍ଟର ସାମ୍ନାରେ ହୋହାଲ୍ଲା ଲାଗିଥିଲା । ଲାଇନରେ ଥିଲେ ୧୦ରୁ ଉର୍ଦ୍ଧ ଗ୍ରାହକ । ଦୀର୍ଘ ଦେଢ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅପେକ୍ଷା କଲେଣି । ଘଟଣା ବୁଝିବାରୁ ଜଣା ପଡିଲା କାଉଣ୍ଟରର କର୍ମଚାରୀ ବନମାଳୀ ଯେନା ଅପରାହ୍ନ ୧.୪୫ରୁରେ ଖାଇବାକୁ ଯାଇ ୩ଟା ପର୍ଯ୍ୟନ୍ତ ଆସି ନଥିଲେ । ପାଖ କର୍ମଚାରୀଙ୍କୁ ପଚରା ଯିବାରୁ ସେମାନେ ରୋକଠୋକ ତାଙ୍କ କଥା କହି ପାରିବେ ନାହିଁ ଏବଂ ରେଜେଷ୍ଟ୍ରି କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ । ହେଡ୍ ପୋଷ୍ଟମାଷ୍ଟର ମଧ୍ୟ ୨ରୁ ୩ଟା ତାଙ୍କ ସିଟରେ ନଥିଲେ । ଜଣେ ସିନିୟର ରୁଲିଙ୍ଗ ସୁପରଭାଇଜରଙ୍କୁ ବାନମାଳୀ ବାରିକ କୁଆଡେ ଯାଇଛନ୍ତି, କେତେବେଳେ ଆସିବେ ଏବଂ ଲଞ୍ଚ ଟାଇମ କେତେଟାରୁ କେତେଟା ପଚାରିବାରୁ ବାବୁ କହି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ୩ଟାରେ ହେଡପୋଷ୍ଟମାଷ୍ଟର ଦୁର୍ଯ୍ୟୋଧନ ବାରିକ ଆସି ଭିଜୁଆଲ କରିଥିବାରୁ ସାମ୍ବାଦିକଙ୍କୁ ପୋଲିସର ଧମକ ଦେଇଥିଲେ । ଏକରେ ଚୋରୀ ଦ୍ୱିତୀୟରେ ହେମା ଚୋରୀ । ଶେଷରେ ସୁପରିନଟେଣ୍ଡେଣ୍ଟଙ୍କ ହସ୍ତକ୍ଷେପ ଯୋଗୁଁ ବନମାଳୀ ବାରିକ ଆସି କାଉଣ୍ଟରରେ ବସିବା ପରେ ପରିବେଶ ଶାନ୍ତ ପଡିଥିଲା । ପୋଷ୍ଟାଲ ଟାଇମିଙ୍ଗ ଅନୁସାରେ ଷ୍ଟାଫମାନେ ଅଦଳ ବଦଳ ହୋଇ ୧.୩୦ରୁ ୨.୩୦ ମଧ୍ୟରେ ଲଞ୍ଚ ସାରିବେ । କାଉଣ୍ଟର ଫାଙ୍କା ରହିବ ନାହିଁ । କିନ୍ତୁ କର୍ମଚାରୀଙ୍କ ସଂପୃକ୍ତ ବନମାଳୀ ଯେନା ଏବଂ ହେଡ୍ ପୋଷ୍ଟମାଷ୍ଟର ଦୁର୍ଯ୍ୟୋଧନ ବାରକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି । ଦେଖିବାକୁ ବାକି ରହିଲା ଏହା ଉପରେ ସୁପରିନଟେଣ୍ଡଣ୍ଟ କି ପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |