ବିଜେଡି ବିଧାୟିକା ଆଶାୟୀ ପ୍ରାର୍ଥୀନୀ ରୁପାଲୀ ଲେଙ୍କା ଓ ସହକର୍ମୀ ଙ୍କ ଦ୍ୱାରା ବିଜୁବାବୁ ଙ୍କ ୧୦୮ ତମ ଜନ୍ମଜୟନ୍ତୀ ପାଳନ |

30

କଟକ (ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୪ : ପ୍ରବାଦ ପୁରୁଷ ବିଜୁବାବୁ ଙ୍କ ୧୦୮ ତମ ଜନ୍ମଜୟନ୍ତୀ ଉପଲକ୍ଷେ ସାରା ରାଜ୍ୟ ଉତ୍ସବ ମନାଉଥିବା ବେଳେ , ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀନୀ ବିଜେଡି ନାରୀନେତ୍ରୀ ରୁପାଲୀ ଲେଙ୍କା ନିଜ ସମର୍ଥକ ମାନଙ୍କ ସହ ଉତ୍ସବ ମନାଇଛନ୍ତି | ଯୋବ୍ରା ଆନିକଟ ସ୍ଥିତ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ, ବିଜୁ ବାବୁ ଙ୍କ ଆନନ୍ଦ ଭବନ ସ୍ଥିତ ପ୍ରତିମୂର୍ତ୍ତି , ଓଏମପି ଛକ ସ୍ଥିତ ବିଜୁ ଶିଳା ପ୍ରତିମୂର୍ତ୍ତି , ମହାନଦୀ ବିହାର ସ୍ଥିତ ବିଜୁ ବାବୁ ନାକ ପ୍ରତିମୂର୍ତ୍ତି , ଚୌଦ୍ୱାର ବିରୂପା ବ୍ୟାରେଜ ସ୍ଥିତ ପ୍ରତିମୂର୍ତ୍ତି , ଶେଷ ରେ ଓଟିଏମ ବାଜାର ସ୍ଥିତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବିଜୁ ପଟ୍ଟାନାୟକ ଅମର ରହେ , ନବୀନ ପଟ୍ଟନାୟକ ଜିନ୍ଦାବାଦ , ଭିକେ ପାଣ୍ଡିୟାନ ଜିନ୍ଦାବାଦ , ରୁପାଲୀ ଲେଙ୍କା ଜିନ୍ଦାବାଦ ରେ କଂପିଥିଲା ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ | ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ଲୋକନାଥ ଲେଙ୍କା , ନିରୁପମା ସ୍ୱାଇଁ , ରଂଜିତା ଲେଙ୍କା , ନୟନା ଲେଙ୍କା , ରୀନା ବାରିକ , ବାସନ୍ତୀ ଲେଙ୍କା , ପ୍ରସନ୍ନ ଲେଙ୍କା , ଅମର ବାରିକ , ନୃସିଂହ ଲେଙ୍କା , ଲୋକନାଥ ବେହେରା , ଅମୟ ଗୌରବ ସାହୁ , ଅଭୟ ଗୌରବ ସାହୁ , ବିଶ୍ୱଜିତ ନାୟକ , ଙ୍କ ସହ ଶତାଧିକ ସମର୍ଥକ ଉପସ୍ଥିତ ରହିଥିଲେ |