ଅପରାହ୍ନ କବିତା ସମ୍ମାନ ପାଇଲେ ଭାଗୀରଥି ସାଗର।

25

କଟକ (ଉତ୍କଳ ନ୍ୟୁଜ) ୦୪-୦୩-୨୦୨୪ ; ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦ୍ଵାରା ପ୍ରକାଶିତ ଦୈନିକ ଖବର କାଗଜ ଅପରାହ୍ନର ୧୪ ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଜୟଦେବ ଭବନରେ ମୁଖ୍ୟ ସମ୍ପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୟରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅଥିତି ରବିନାରାୟଣ ସେନାପତି,ମୁଖ୍ୟ ବକ୍ତା ଡା.ପ୍ରତିଭା ମହାରଥୀ, ସମ୍ମାନୀୟ ଅତିଥି ପିନାକୀ ମିଶ୍ର ତଥା ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ସମେତ ଅନେକ ସାରସ୍ଵତ ସାଧକ,କବି,ଲେଖକ,କଳାକାର ,ଗବେଷକ,ସମାଜସେବୀ ଆଦି ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।ଏହି ଅବସରରେ କଳାହାଣ୍ଡି ଜିଲ୍ଲାରୁ ଭାଗୀରଥି ସାଗରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଅପରାହ୍ନ କବିତା ସମ୍ମାନ ରେ ଭୂଷିତ କରାଯାଇଥିଲା।ଏଣୁ ଅନେକ ପ୍ରଶଂସକ କବି ସାଗରଙ୍କୁ ପ୍ରଶଂସା ବାର୍ତ୍ତା ପଠାଉଛନ୍ତି। କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l