ଯାଦବ ଜାଗୃତି ସମାବେଶ ଓ ପଛୁଆବର୍ଗ ବନ୍ଧୁମିଳନ ଭତ୍ସବ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ।

138

କଟକ (ଉତ୍କଳ ନ୍ୟୁଜ ) ୦୪-୦୩-୨୦୨୪ : ଆସନ୍ତା ୭ ତାରିଖରେ ଯାଦବ ଜାଗୃତି ସମାବେଶ ଓ ପଛୁଆବର୍ଗ ବନ୍ଧୁମିଳନ ଭତ୍ସବ ସ୍ଥାନୀୟ କାଳୀ ପଡିଆରେ ଅନୁଷ୍ଠିତ ହେବ। ଏନେଇ ସୋମବାର ସଂଧ୍ଯାରେ ତିହିଡି ଟାଉନ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ ସୂଚନା ଦିଆ ଯାଇଛି। ଅଲ୍ ଓଡ଼ିଶା ଯାଦବ ମହାସଭା, ତିହିଡି ବ୍ଳକ ଶାଖା ଆନୁକୂଲ୍ୟରେ ଆୟୋଜିତ ଉକ୍ତ ସମାବେଶରେ ଆଗାମୀ ଦିନରେ ଗରିବ, ନିରୀହ, ଲାଞ୍ଛିତ, ଅବହେଳିତ ଯାଦବ ସମାଜର ଭବିଷ୍ୟତ ନିର୍ଣ୍ଣୟ କରିବା ସହ ଏକ ନୂତନ ଦିଗ୍‌ଦର୍ଶନ ଦେବାକୁ ଯାଉଚି। ସମସ୍ତଙ୍କୁ ମୌଳିକ ଅଧୁକାର ମିଳିବା ଉଚିତ୍ ଏବଂ ବିକାଶ ହେବାନେଇ ସମ୍ବିଧାନରେ ଉଲ୍ଲେଖ ରହିଛି। ଯାଦବମାନଙ୍କୁ ସମ୍ବିଧାନର ଓବିସି ନାମରେ ଅଧିକାର ମଧ୍ଯ ମିଳିଛି। କୃଷି, କାରିଗରୀ, ପ୍ରାଣୀପାଳକ ବର୍ଗ, ଓଡ଼ିଶାରେ ବସବାସ କରୁଥୁବା ୯୫ ଲକ୍ଷ ଗୋପାଳ ପରିବାରଙ୍କର ସାମାଜିକ, ଅର୍ଥନୈତିକ, ସଂସ୍କୃତିକ, ଶିକ୍ଷା, କର୍ମ ନିଯୁକ୍ତି, କୁଳବେଉସା ୨୭% ଓବିସି ସଂରକ୍ଷଣ ଲାଗୁ କରିବା ଲାଗି ଦାବି କରା ଯାଇଛି। ବିଭିନ୍ନ ସମୟରେ ଦାବୀ କରାଯାଉଥିଲେ ମଧ୍ଯ ସରକାର କଣ୍ଠପାତ କରୁ ନାହାଁନ୍ତି। ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ଏହି ସମାବେଶ କରାଯାଉଛି ବୋଲି କୁହା ଯାଇଛି। ଭୋକିଲାକୁ ଖାଦ୍ୟ, ବାସହୀନକୁ ବାସ, ଜଙ୍ଗଲ ଜମିପଟ୍ଟା, ଆବାସିକ ବିଦ୍ୟାଳୟରେ ପଢ଼ିବାର ସୁବିଧା ସହିତ ରାଜନୀତି କ୍ଷେତ୍ରରେ ଭାଗଦାରୀ ପାଇଁ ଏହି ସମାବେଶ ଉଦ୍ଦିଷ୍ଟ। ନିଜର ମୌଳିକ ଅଧିକାରରୁ ବଞ୍ଚିତ ଯାଦବ ସମାଜର ଅଧିକାର ଛଡାଇ ଆଣିବା ପାଇଁ ବହୁ ସଂଖ୍ୟାରେ ଉପସ୍ଥିତ ରହି ଯାଦବ ଜାଗୃତି ଅଧୁକାର ସମାବେଶକୁ ସଫଳତାର ସହ ପ୍ରଦର୍ଶନ କରି ଦୁନିଆକୁ ଦେଖାଇବାର ଅଛି ବୋଲି ମତପ୍ରକାଶ ପାଇଛି। ବ୍ଲକ ସଭାପତି ନରେନ୍ଦ୍ର ବାରିକଙ୍କ ପୁରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ପ୍ରତାପ ମହାକୁଡ, ଉପସଭାପତି ବଳରାମ କବି, ଉପଦେଷ୍ଟା ରାମଚନ୍ଦ୍ର ବାରିକ, ବ୍ଲକ ଉପସଭାପତି ନୃସିଂହ ମହାକୁଡ, ବ୍ଲକ ସମ୍ପାଦକ ଶ୍ରୀଧର ବାରିକ, ଗୟାଧର ବାରିକ, କୋଷାଧ୍ୟକ୍ଷ ନିରଞ୍ଜନ ବାରିକ, ସଂଜୟ ବାରିକ ଓ ଶଶିଭୁଷଣ ମହଲା ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରେଡଟ ଉତ୍କଳ ନ୍ୟୁଜ |